କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ଉନାଦକଟ, ଦାନ କଲେ ଏତିକି ଟଙ୍କା
Advertisement
Article Detail0/zeeodisha/odisha664852

କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ଉନାଦକଟ, ଦାନ କଲେ ଏତିକି ଟଙ୍କା

ସେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଦେବାର ଘୋଷଣା କରିଛନ୍ତି । ଜୟଦେବ ଟ୍ୱିଟ୍ କରି ଏହି ସୂଚନା ସମସ୍ତଙ୍କ ସହ ସେୟାର କରିଛନ୍ତି ।

କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ଉନାଦକଟ, ଦାନ କଲେ ଏତିକି ଟଙ୍କା

ଗୁଜୁରାଟ: କୋରୋନା ଭାଇରସ୍ ମୁକାବିଲା ପାଇଁ ସାହାଯ୍ୟର ହାତ ବଢ଼ାଉଛନ୍ତି ବିଭିନ୍ନ କ୍ଷେତ୍ରର ବିଭିନ୍ନ ବ୍ୟକ୍ତିମାନେ । ଏହି କ୍ରମରେ ଏବେ ସୌରାଷ୍ଟ୍ର ରଣଜୀ ଦଳର ଅଧିନାୟକ ଜୟଦେବ ଉନାଦକଟ କୋରୋନା ମୁକାବିଲାରେ ସହାୟତା ପ୍ରଦାନ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ଦେବାର ଘୋଷଣା କରିଛନ୍ତି । ଜୟଦେବ ଟ୍ୱିଟ୍ କରି ଏହି ସୂଚନା ସମସ୍ତଙ୍କ ସହ ସେୟାର କରିଛନ୍ତି ।

ସେ ଏହି ଟ୍ୱିଟରେ ଲେଖିଛନ୍ତି ଯେ,ମୁଁ ଏବଂ ମୋର ପରିବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ସହଯୋଗ କରୁଛୁ । ସ୍ଥାନୀୟ ଅଭାବୀ ଲୋକଙ୍କୁ ମଧ୍ୟ ଜରୁରୀ ସାମଗ୍ରୀ ଯୋଗାଉଛୁ । ଜୟଦେବ ଆହୁରି ମଧ୍ୟ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି । ଏବଂ ଏହା ମଧ୍ୟ କହିଛନ୍ତି ଯେ ଆମେ ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ପାଇବୁ । 

ସେ ଏହି ଅବସରରେ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି, ତାଙ୍କ ବାର୍ତ୍ତାରେ ସେ ଲେଖିଛନ୍ତି, ଆଗାମୀ କିଛି ଦିନ ଆମ ପାଇଁ ବହୁତ ଚ୍ୟାଲେଞ୍ଜ ପୂର୍ଣ୍ଣ ରହିବ । ଯେଉଁମାନେ ଆବଶ୍ୟକ ଜିନିଷ ପାଇବାରେ ଅସମର୍ଥ ସେମାନଙ୍କ ପାଇଁ ମୁଁ ଦୁଃଖିତ । ଏହି ପରିସ୍ଥିତିରେ ଆମେ ସମସ୍ତେ ଏକାଠି ଛିଡ଼ା ହେବା ଏବଂ ସକାରାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଏବଂ ନିଜ ସାମର୍ଥ ଅନୁସାରେ ଅନ୍ୟଙ୍କୁ ସାହାଯ୍ୟ କରିବା ଉଚିତ୍ ।

ଏଥର ଜୟଦେବଙ୍କ ଅଧିନାୟକତ୍ୱରେ ସୌରାଷ୍ଟ୍ରର ଦଳ ରଣଜୀ ଟ୍ରଫି ଟାଇଟଲ ଜିତିବାରେ ସଫଳ ହୋଇଛି । ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିବା କାରନାମା ସୌରାଷ୍ଟ୍ର କରିବାରେ ସଫଳ ହୋଇଥିଲା । ରଣଜୀ ଟ୍ରଫି 2019-20 ସିଜନରେ ଜୟଦେବ ସର୍ବାଧିକ ୱିକେଟ୍ ନେଇଥିଲେ ।

;