ହଙ୍ଗମା ମଧ୍ୟରେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଜେଡିୟୁ, ତାଲିକାରୁ ବାଦ ପଡିଲେ ପୂର୍ବତନ ଡିଜି
Advertisement

ହଙ୍ଗମା ମଧ୍ୟରେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଜେଡିୟୁ, ତାଲିକାରୁ ବାଦ ପଡିଲେ ପୂର୍ବତନ ଡିଜି

ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିଛି ଏନଡିଏ ମେଣ୍ଟରେ ସାମିଲ ଥିବା ଅନ୍ୟତମ ଅଂଶୀଦାର ଜେଡିୟୁ । ବିହାରର ମୋଟ ୨୪୩ ବିଧାନସଭା ଆସନରୁ ୧୨୨ଟି ଆସନରେ ପ୍ରତିଦ୍ୱନ୍ଦିତା କରିବ ଜେଡିୟୁ।  

ହଙ୍ଗମା ମଧ୍ୟରେ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଜେଡିୟୁ, ତାଲିକାରୁ ବାଦ ପଡିଲେ ପୂର୍ବତନ ଡିଜି

ପାଟନା: ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Election 2020) ଲାଗି ପ୍ରାର୍ଥୀ ଘୋଷଣା କରିଛି ଏନଡିଏ (NDA) ମେଣ୍ଟରେ ସାମିଲ ଥିବା ଅନ୍ୟତମ ଅଂଶୀଦାର ଜନତା ଦଳ ୟୁନାଇଟେଡ-ଜେଡିୟୁ (Janata Dal United-JDU) । ବିହାରର ମୋଟ ୨୪୩ ବିଧାନସଭା ଆସନରୁ ୧୨୨ଟି ଆସନରେ ପ୍ରତିଦ୍ୱନ୍ଦିତା କରିବ ଜେଡିୟୁ । 

ଦଳ ଭାଗରେ ପଡିଥିବା ମୋଟ ଆସନ ମଧ୍ୟରୁ ୧୧୫ଟି ସହଯୋଗୀ ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା-ହାମ (HAM-Hindustani Awami Morcha) । ବାକି ରହିଥିବା ୧୧୫ଟି ଆସନରେ ପ୍ରତିଦ୍ୱନ୍ଦିତା କରିବା ଜେଡିୟୁ।  ପାଟନାସ୍ଥିତ ଦଳୀୟ କାର୍ଯ୍ୟାଳୟ (Patna JDU Office) ଠାରେ ରାଜ୍ୟର ବିଭିନ୍ନ ବିଧାନସଭା ଆସନରୁ କିଏ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ତାହାର ତାଲିକା ପ୍ରକାଶ କରାଯାଇଛି ।

ଏନେଇ ମତ ରଖି ବିହାର ଜେଡିୟୁ ଅଧ୍ୟକ୍ଷ (Bihar JDU President) ବଶିଷ୍ଠ ନାରାୟଣ ସିଂହ କହିଛନ୍ତି ଦଳର ସୁପ୍ରିମୋ (JDU Supremo Nitish Kumar) ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ଦଳ ପୂର୍ବାପେକ୍ଷା ଏଥର ଭଲ ପ୍ରଦର୍ଶନ କରିବ ।

ପାଟନା ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ହଙ୍ଗାମା କରିଥିଲେ ରାଜ୍ୟର ନାଳନ୍ଦା ଜିଲ୍ଲାରୁ ଆସିଥିବା ଦଳୀୟ କର୍ମକର୍ତ୍ତା । ରାଜ୍ୟର ଆସ୍ଥୱାଁ ଆସନରୁ ଜିତେନ୍ଦ୍ର କୁମାରଙ୍କୁ ପ୍ରାର୍ଥୀ କରିବାକୁ ନେଇ ବିରୋଧ କରିଛନ୍ତି ସେମାନେ । ଏପରିକି ନାରାବାଜି ମଧ୍ୟ କରିଥିଲେ । ଦଳର କାର୍ଯ୍ୟକାରୀ ସଭାପତି ଅଶୋକ ଚୌଧୁରୀଙ୍କ ହସ୍ତକ୍ଷେପ ଫଳରେ ଶାନ୍ତ ହୋଇଥିଲେ ନାରାବାଜି କରୁଥିବା ଜେଡିୟୁ କର୍ମକର୍ତ୍ତା । 

ତାଲିକାରୁ ବାଦ ପଡିଲେ ପୂର୍ବତନ ଡିଜି

ଏବେ ପ୍ରଶ୍ନ ମଧ୍ୟ ଉଠୁଛି ଯେ ନିର୍ବାଚନ ପୂର୍ବରୁ ବିହାର ପୋଲିସ ଡିଜି (Bihar Police DG) ପଦରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ଗୁପ୍ତେଶ୍ୱର ପାଣ୍ଡେ (Gupteswar Pandey) ଙ୍କ ନାଁ ଜେଡିୟୁ ପକ୍ଷରୁ ଘୋଷଣା କରାଯାଇଥିବା ତାଲିକାରେ ନାହିଁ । ବକ୍ସାମ ଜିଲ୍ଲାର ଦୁଇଟି ଆସନ ବ୍ରହ୍ମପୁର ଏବଂ ବକ୍ସର ଆସନରେ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ । ବାଲ୍ମିକୀନଗର ଲୋକସଭା ଆସନରେ ହେବାକୁ ଯାଉଥିବା  ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ଆସନ ଲାଗି ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।