ଝାଡଖଣ୍ଡ ଉପନିର୍ବାଚନ: ବିଜେପିକୁ ସମର୍ଥନ ଦେବାକୁ ଜେଡିୟୁର ଘୋଷଣା
Advertisement

ଝାଡଖଣ୍ଡ ଉପନିର୍ବାଚନ: ବିଜେପିକୁ ସମର୍ଥନ ଦେବାକୁ ଜେଡିୟୁର ଘୋଷଣା

ଜେଡିୟୁ ରାଷ୍ଟ୍ରୀୟ ମହାସଚିବ କହିଛନ୍ତି ବିଜେପି ରାଜ୍ୟରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛି। ସେମାନଙ୍କ ପକ୍ଷରୁ ଆମ ନିକଟକୁ ସମର୍ଥନ ନେବା ଲାଗି ପ୍ରସ୍ତାବ ଆସିଥିଲା।

 ଝାଡଖଣ୍ଡ ଉପନିର୍ବାଚନ: ବିଜେପିକୁ ସମର୍ଥନ ଦେବାକୁ ଜେଡିୟୁର ଘୋଷଣା

ରାଞ୍ଚି: ଚଳିତ ବର୍ଷ ଝାଡଖଣ୍ଡରେ ହେବାକୁ ଯାଉଥିବା ଉପନିର୍ବାଚନ (Jharkhand By Poll 2020) ଲାଗି ସହଯୋଗୀ ବିଜେପି (BJP) ଲାଗି ସମର୍ଥନ ଘୋଷଣା କରିଛି ଜନତାଦଳ ୟୁନାଇଟେଡ (JDU-Janata Dal United)। ରାଜ୍ୟର ୨ଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ​​ବିଜେପିକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ଜେଡିୟୁ ରାଷ୍ଟ୍ରୀୟ ମହାସଚିବ (JDU General Secretary) ପ୍ରବୀଣ ସିଂ (Praveen Singh)।
 
ଏନେଇ ପ୍ରତିକ୍ରିୟା ରଖି ଜେଡିୟୁ ରାଷ୍ଟ୍ରୀୟ ମହାସଚିବ କହିଛନ୍ତି ବିଜେପି ରାଜ୍ୟରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛି। ସେମାନଙ୍କ ପକ୍ଷରୁ ଆମ ନିକଟକୁ ସମର୍ଥନ ନେବା ଲାଗି ପ୍ରସ୍ତାବ ଆସିଥିଲା। ଚଳିତ ବର୍ଷ  ଅନୁଷ୍ଠିତ ହେଉଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Poll 2020) ରେ ଉଭୟ ଦଳ ମିଳିତ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି।  ଏହି ନିର୍ବାଚନ ଲାଗି ହୋଇଥିବା ଗଠବନ୍ଧନକୁ ଆମେ ଝାଡଖଣ୍ଡରେ ଲାଗୁ କରିବାକୁ ଚାହୁଁଛୁ। ଏହିକ୍ରମରେ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନରେ ଆମେ ​​ବିଜେପିକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ।

ଅନ୍ୟପଟେ ଏ ପ୍ରସଙ୍ଗରେ ମତ ରଖି ଝାଡଖଣ୍ଡ ବିଜେପି ଅଧ୍ୟକ୍ଷ କହିଛନ୍ତି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନରେ ସମର୍ଥନ ନେବା ପାଇଁ ଦଳ ଏହାର ସହଯୋଗୀ ଜେଡିୟୁ ନିକଟରେ ପ୍ରସ୍ତାବ ରଖିଥିଲା। ଯାହାକୁ ସହଯୋଗୀଙ୍କ ପକ୍ଷରୁ ସ୍ୱୀକାର କରାଯାଇଛି। ରାଜ୍ୟରେ ବଳାତ୍କାର ଘଟଣା କ୍ରମାଗତ ଭାବେ ଘଟିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଦୁମକାରେ ବୁଲୁଛନ୍ତି। ଯେଉଁଠାରେ ଏକ ବଳାତ୍କାର ଘଟଣା ଘଟିଥିଲା, ହେଲେ ରାଜ୍ୟ ସରକାର ଏ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ମହିଳା ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହେବାର ଆବଶ୍ୟକତା ରହିଛି। 

ଝାଡଖଣ୍ଡ ବିଜେପି ରାଜ୍ୟ ସଭାପତି କହିଛନ୍ତି ଜେଡିୟୁ ସୁପ୍ରିମୋ ନୀତିଶ କୁମାର (JDU Supremo Nitish Kumar) ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ଆଗକୁ ଏହି ଦାୟିତ୍ୱରେ ରହିବେ। ଆମେ ରାଜ୍ୟରେ କ୍ଷମତାସୀନ ଦୁର୍ନୀତିଗ୍ରସ୍ତ ସରକାରଙ୍କ ବିରୁଦ୍ଧରେ କାର୍ଯ୍ୟ କରିବୁ। ଏହି ଉପନିର୍ବାଚନରେ ବାଜିମାତ କରିବାକୁ ଉଭୟ ଦଳ ମିଳିତ ଭାବେ କାମ କରିବେ।