JK Operation: ୯ Encounter ରେ ୧୩ ଆତଙ୍କବାଦୀ ମୃତ
Advertisement

JK Operation: ୯ Encounter ରେ ୧୩ ଆତଙ୍କବାଦୀ ମୃତ

ଯେତେବେଳେ ହଠାତ୍ ଟାର୍ଗେଗ କିଲିଂ ଭଳି ହତ୍ୟା ଘଟଣା ରାଜ୍ୟରେ ଆରମ୍ଭ ହୋଇଥିଲା ସେତେବେଳେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଥିଲେ। 

JK Operation: ୯ Encounter ରେ ୧୩ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମୁ କାଶ୍ମୀରରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି କରାଯାଉଥିବା ହତ୍ୟା ପରେ ଆତଙ୍କବାଦ ଦମନ ଅଭିଯାନକୁ ଜୋରଦାର କରିଛି ସୁରକ୍ଷା ବାହିନୀ। ବିଗତ କିଛି ଦିନ ମଧ୍ୟରେ ହୋଇଥିବା୯ ଏନକାଉଣ୍ଟରରେ ୧୩ ଜଣ ଆତଙ୍କବାଦୀ ଟଳି ପଡି଼ଛନ୍ତି। ଏହା ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ଶ୍ରୀନଗର ଠାରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି।

ସୁରକ୍ଷା ବାହିନୀ ପକ୍ଷରୁ ପୁଲୱାମା (Pulwama) ଜିଲ୍ଲାର ପାମ୍ପୋର ଅଞ୍ଚଳରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ  ଲଶ୍କର-ଇ-ତୋଏବା (Lashkar-e-Taiba) ଆତଙ୍କବାଦୀ ସଙ୍ଗଠନର କମାଣ୍ଡର ଉମର ମୁସ୍ତାକ ଖାଣ୍ଡେ (LeT Commander Umar Mushtaq Khande) ଟଳି ପଡି଼ଛି। ଏହି କାର୍ଯ୍ୟାନୁଷ୍ଠାନରେ ଖାଣ୍ଡେ ସହ ସମେତ ୨ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଏନେଇ ପ୍ରତିକ୍ରିୟା ରଖି କାଶ୍ମୀର ପୋଲିସ ଆଇଜି ବିଜୟ କୁମାର (Kashmir Police IG Vijay Kumar) କହିଛନ୍ତି ଚଳିତ ବର୍ଷ ଆରମ୍ଭରେ ଶ୍ରୀନଗର ଜିଲ୍ଲାସ୍ଥିତ ବାଘାଟ ଠାରେ ୨ ଜଣ ପୋଲିସଙ୍କ ହତ୍ୟା ଘଟଣାରେ ଖାଣ୍ଡେ ସମ୍ପୃକ୍ତ ରହିଥିଲା। ଏହା ପୂର୍ବରୁ ମଧ୍ୟ ସେ କାଶ୍ମୀର ଉପତ୍ୟକାରେ ଅନେକ ଆକ୍ରମଣ କରିଥିଲେ।

Also Read: Securuty Alert: Full Time ପରେ Kashmir ପାଇଁ ଚିନ୍ତା ବଢାଇଛନ୍ତି Part Time Terrorist

ଚଳିତ ବର୍ଷ ଅଗଷ୍ଟରେ ଜାମ୍ମୁ କାଶ୍ମୀର ପୋଲିସ (Jammu Kashmir Police) ଦ୍ୱାର ୧୦ ଜଣ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଖାଣ୍ଡେର ନାମ ମଧ୍ୟ ସାମିଲଥିଲା। ଏହା ପରେ ସେ ସୁରକ୍ଷା ବାହିନୀ ଟାର୍ଗେଟକୁ ଆସିଥିଲା। ଯେତେବେଳେ ହଠାତ୍ ଟାର୍ଗେଗ କିଲିଂ (Target Killing) ଭଳି ହତ୍ୟା ଘଟଣା ରାଜ୍ୟରେ ଆରମ୍ଭ ହୋଇଥିଲା ସେତେବେଳେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ (Anti Terrorist Opearation) ଜୋରଦାର କରିଥିଲେ। ଏହା ପରେ ଶନିବାର ଦିନ ଖାଣ୍ଡେ ସମେତ ୨ ଆତଙ୍କବାଦୀ ନିହତ ହୋଇଥିଲେ।

ଅକ୍ଟୋବର ପ୍ରଥମ ସପ୍ତାହରେ କାଶ୍ମୀରରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ-ଶିଖ ସମ୍ପ୍ରଦାୟର ୪ ଜଣ ଲୋକଙ୍କ ସମେତ ମୋଟ ୭ ଜଣଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ଏହା ପରେ କାଶ୍ମୀର ଉପତ୍ୟକାରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।