ଜାମୁ କାଶ୍ମୀରକୁ ପୁଣି ମିଳିବ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା? ଗୃହମନ୍ତ୍ରୀ ଦେଲେ ଏପରି ଜବାବ
Advertisement

ଜାମୁ କାଶ୍ମୀରକୁ ପୁଣି ମିଳିବ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା? ଗୃହମନ୍ତ୍ରୀ ଦେଲେ ଏପରି ଜବାବ

୩୭୦ ଧାର ହଟାଇବାକୁ ୧୭ ମାସ ହୋଇଗଲାଣି।

ଜାମୁ କାଶ୍ମୀରକୁ ପୁଣି ମିଳିବ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା? ଗୃହମନ୍ତ୍ରୀ ଦେଲେ ଏପରି ଜବାବ

ନୂଆଦିଲ୍ଲୀ: ସଂସଦରେ ବଜେଟ ଅଧିବେଶନ ଚାଲିଥିବା ଫେବୃଆରୀ ୧୩ ତାରିଖ ଶନିବାର ଉଠିଛି କେନ୍ଦ୍ରଶାସିତ ଅଞ୍ଚଳ ଜାମୁ କାଶ୍ମୀରକୁ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା ପ୍ରସଙ୍ଗ। ଏହି ପ୍ରଶ୍ନ ଉପରେ ଜବାବ ଦେଇ କେନ୍ଦ୍ର   ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଉପଯୁକ୍ତ ସମୟରେ ଜମୁ କାଶ୍ମୀରକୁ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ।    

ଏହା ସହିତ ଗୃହମନ୍ତ୍ରୀ ଶାହ (Union Home Minister Amit Shah) କହିଛନ୍ତି ଜାମୁ କାଶ୍ମୀର (Jammu & Kashmir) ପୁନର୍ଗଠନ ଆଇନ ୨୦୧୯ (Jammu & Kashmir Reorganisation Act 2019) ସହ ଏହି ରାଜ୍ୟକୁ ପୂର୍ଣ୍ଣ ପାହ୍ୟା ପ୍ରଦାନ କରିବା ନେଇ କୌଣସି ସମ୍ପର୍କ ନାହିଁ। ଉପଯୁକ୍ତ ଉପଯୁକ୍ତ ସମୟ ଆସିଲେ ପୁନର୍ବାର ଜମୁ କାଶ୍ମୀରକୁ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ। ଏପରିକି କୌଣସି ଆଇନ କାନୁନରେ କୁହାଯାଇନାହିଁ ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ରାଜ୍ୟ ପାହ୍ୟା ମିଳିବ ନାହିଁ। କେବଳ ଉପଯୁକ୍ତ ସମୟକୁ ଅପେକ୍ଷା।      

Also Read: ଜମ୍ମୁ କାଶ୍ମୀର ମାମଲାରେ ଫେଲ ମାରିଲା ଚାଲ, ପାକିସ୍ତାନ-ଚୀନକୁ ଆମେରିକାର ଜୋରଦାର ବିରୋଧ

 

ପ୍ରାୟ ୯ ମାସ ପରେ କାଶ୍ମୀର ଘାଟିରେ ୪ଜି ଇଣ୍ଟରନେଟ ସେବା (4G Internet Service) ଆରମ୍ଭ ହେବା ଉପରେ ପ୍ରତିକ୍ରିୟା ରଖି ଗୃହମନ୍ତ୍ରୀ କହିଛନ୍ତି, ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ (Hyderbad MP Asaduddin Owaisi) କହିଛନ୍ତି ବିଦେଶୀଙ୍କ ଚାପରେ 2G ରୁ 4G ଇଣ୍ଟରନେଟ୍ ସେବା କାର୍ଯ୍ୟକାରୀ କରାଯାଇଛି। ସେ ଜାଣନ୍ତି ନାହିଁ ଯେ ଏହା ୟୁପିଏ ସରକାର ନୁହେଁ, ଯାହାକୁ ସେ ସମର୍ଥନ କରୁଥିଲେ। ଏହା ହେଉଛି ନରେନ୍ଦ୍ର ମୋଦfଙ୍କ ସରକାର, ଯିଏ ଦେଶ ପାଇଁ ନିଷ୍ପତ୍ତି ନିଏ।

ଜାମୁ କାଶ୍ମୀରରୁ ସ୍ୱତନ୍ତ୍ରତା ପ୍ରଦାନ କରୁଥିବା ୩୭୦ ଧାରା (Article 370) ହଟାଇବା ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିର କ’ଣ ହେଲା? ଏହାର ଜବାବରେ ଶାହ କହିଛନ୍ତି ୩୭୦ ଧାର ହଟାଇବାକୁ ୧୭ ମାସ ହୋଇଗଲାଣି। ଗତ ୭୦ ବର୍ଷ ହିସାବକୁ ଆଣିବା ପାଇଁ ଆପଣ କ’ଣ କରିଛନ୍ତି? ଶାହା କହିଛନ୍ତି ଯେ ଯେଉଁମାନେ ପିଢି ପରେ ପିଢି ଦେଶକୁ ଶାସନ କରିବାର ସୁଯୋଗ ପାଇଛନ୍ତି, ସେମାନେ ନିଜ ନିଜ ରେକର୍ଡ ଦେଖନ୍ତୁ। ଆପଣ ଆମକୁ ଗତ ସତର ମାସର ହିସାବ ମାଗିବାକୁ ମାଗିବାକୁ ଯୋଗ୍ୟ କି ନୁହେଁ? ଜାମୁ କାଶ୍ମୀରର ପରିସ୍ଥିତିକୁ ବୁଝନ୍ତୁ। ଏହାକୁ ରାଜନୈତିକ ପ୍ରସଙ୍ଗ କରନ୍ତୁ ନାହିଁ। ଯାହା ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି।  

Also Read: ଯାହାର ସନ୍ଦେହ ଅଛି କାଶ୍ମୀର ଯାଅ, ଆମର ନାହିଁ: ଋଷ

 

ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ଶାସନ କରୁଥିବା ଦଳଙ୍କୁ ଟାର୍ଗେଟ କରିଥିଲେ ଗୃହମନ୍ତ୍ରୀ ଶାହ। ଏନେଇ ସେ କହିଥିଲେ ତିନୋଟି ପରିବାର ସେଠାରେ ୭୦ ବର୍ଷ ଧରି ଶାସନ କରିଥିଲେ। ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀରରେ ପଞ୍ଚାୟତିରାଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି ଏବଂ ବର୍ତ୍ତମାନ ସେଠାରେ ଥିବା ଶାସନ କରିବାକୁ ଯାଉଥିବା ରାଜା ରାଣୀଙ୍କ ପେଟ ନୁହେଁ ଭୋଟ୍ ମାଧ୍ୟମରେ ଜନ୍ମ ନେବ। 

ସେଠାରେ ପ୍ରଥମେ ପଞ୍ଚାୟତ ରାଜ ବ୍ୟବସ୍ଥା ପ୍ରତିଷ୍ଠା କରିଛୁ। ସମ୍ବିଧାନ ନିର୍ମାତା ଡକ୍ଟର ବି.ଆର୍ ଆମ୍ବେଦକର କହିଥିଲେ ବର୍ତ୍ତମାନ ଶାସକ ରାଣୀଙ୍କ ପେଟରୁ ଜନ୍ମ ହେବେ ନାହିଁ। ଦଳିତ, ଗରିବ ଏବଂ ପଛୁଆ ଲୋକଙ୍କ ଭୋଟ୍ ମାଧ୍ୟମରେ ଜନ୍ମ ହେବେ। ହେଲେ କାଶ୍ମୀରରେ ରାଜା ରାଣୀଙ୍କ ପେଟରୁ ଜନ୍ମ ହେଉଥିଲେ। ସେଠାରେ ୩ ପରିବାର ଶାସନ କରିଥିଲେ। ସେହି ଲୋକ ଏବେ ପୁଣି ଥରେ ୩୭୦ ଧାରା ଲାଗୁ କରିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସେଠାରେ ମଧ୍ୟ ରାଜା ଭୋଟ୍ ଦ୍ୱାରା ଜନ୍ମ ହେବେ। ଯେତେବେଳେ ରାଣୀ ରାଣୀଙ୍କ ପେଟରୁ ଜନ୍ମ ହୁଅନ୍ତି, ସେତେବେଳେ ସେ ଜନସାଧାରଣଙ୍କ ସେବା କରନ୍ତି ନାହିଁ, ଯେତେବେଳେ ଭୋଟ୍ ଦ୍ୱାରା ରାଜା ସ୍ଥିର ହୁଅନ୍ତି  ସେତେବେଳେ ସେ ଜନସାଧାରଣଙ୍କ ସେବା କରନ୍ତି।

Also Read: ଜମ୍ମୁ କାଶ୍ମୀରର ଭାଗ୍ୟ ପରିବର୍ତ୍ତନ, କାଲିଠାରୁ ଲାଗୁ ହେବ କେନ୍ଦ୍ର ଶାସିତ ପ୍ରଦେଶର ନିୟମ

 

ଜାମୁ କାଶ୍ମୀରକୁ ସ୍ୱତନ୍ତ୍ରତା ପ୍ରଦାନ କରୁଥିବା ୩୭୦ ଧାରା ପ୍ରତ୍ୟାହାର ପରେ ସେଠାରେ ପଞ୍ଚାୟତିରାଜ ବ୍ୟବସ୍ଥା ମଜବୁତ ହୋଇଛି। ସେମାନଙ୍କର ଚାରି ପିଢି ୭୦ ବର୍ଷରେ ଯେଉଁ କାମ କରିଥିଲେ ଆମେ ତାହକୁ ଦେଢ ବର୍ଷରେ କରିଛି। ଯେଉଁମାନେ ସତୁରୀ ବର୍ଷ ଧରି ବିଦ୍ୟୁତସେବାରୁ ବଞ୍ଚିତ ଥିଲେ ସେମାନଙ୍କୁ ସତର ମାସରେ ମିଳିଛି। ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ସେହି ୩ଟି ପରିବାର କଣ କରିଛନ୍ତି?' କାହାର ଚାପରେ ଧାରା ୩୭୦ ଧାରା ଏତେ ଦିନ ପର୍ଯ୍ୟନ୍ତ ଲାଗୁ ହୋଇଥିଲା।