• ରାଜ୍ୟପାଳ ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ
  • ସୁଶୀଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ
  • ଶେଷ ଦର୍ଶନ ପାଇଁ ରାଜଭବନରେ ଭିଡ଼ II
  • ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳାଙ୍କର ଗତ ୧ ତାରିଖରେ କୋରୋନା ରିପୋର୍ଟ ପଜିଟିଭି ଆସିଥିଲା
  • ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ସୂଚନା II
  • ଘାଟିକିଆ ଇଞ୍ଜିନିୟରିଂ କଲେଜର ଗଣିତ ଅଧ୍ୟାପକ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍
  • ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ସୂଚନା II
  • ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା, ପାଇକରାପୁର ଛକରୁ ମଞ୍ଚେଶ୍ୱର ଛକ ଯାଏ ୧୪୪ ଧାରା ଜାରି
  • କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କଟକଣା ଜାରି II

ଜମ୍ମୁ କାଶ୍ମୀର: ସୁରକ୍ଷାବଳ ଜାଲରେ ଫସିଲେ ଆତଙ୍କବାଦୀ, ଏନକାଉଣ୍ଟର ଜାରି

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଅବସ୍ଥିତ ବେରିନାଗ ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ଆତଙ୍କବାଦୀ-ସୁରକ୍ଷାକର୍ମୀ | 

ଜମ୍ମୁ କାଶ୍ମୀର: ସୁରକ୍ଷାବଳ ଜାଲରେ ଫସିଲେ ଆତଙ୍କବାଦୀ, ଏନକାଉଣ୍ଟର ଜାରି

ଶ୍ରୀନଗର: କାଶ୍ମୀର ଘାଟିରୁ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ପକ୍ଷରୁ ଜାରି ରହିଛି ଉଦ୍ୟମ | ଏହାକୁ କାର୍ଯ୍ୟକାରୀ କରିବାକୁ ଜମ୍ମୁ କାଶ୍ମୀରର ବିଭିନ୍ନ କ୍ଷେତ୍ରରେ ଜାରି ରହିଛି ଘନ ଘନ ସାମରିକ କାର୍ଯ୍ୟାନୁଷ୍ଠାନ | ଏହି କ୍ରମରେ ସୋମବାର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଅବସ୍ଥିତ ବେରିନାଗ ଜଙ୍ଗଲରେ ଆତଙ୍କବାଦୀଙ୍କୁ ଘେରି ନେଇଛନ୍ତି ସୁରକ୍ଷାକର୍ମୀ | 

ଏହା ପରେ ଉଭୟ ପକ୍ଷ ମଧ୍ୟରେ ଆରମ୍ଭ ହୋଇଥିବା ଗୁଳି ବିନମୟ ହୋଇଛି | ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିବା ପରେ ପୋଲିସର ଏକ ସଂଯୁକ୍ତ ଟିମ, ସେନା ବାହିନୀ ଏବଂ ସିଆରପିଏଫ ପକ୍ଷରୁ ବେରିନାଗ ଜଙ୍ଗଲକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ | 

ଯେତେବେଳେ ସୁରକ୍ଷାକର୍ମୀ ସଦିଗ୍ଧ ସ୍ଥାନରେ ପହଞ୍ଚି ଥିଲେ, ସେଠାରେ ଛପି ରହିଥିବା ଆତଙ୍କବାଦୀଙ୍କ ପଟୁ ପ୍ରଥମେ ଗୁଳିମାଡ କରାଯାଇଥିଲା | ଏହାର ଜବାବ ଦେବାକୁ ଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା | ପରେ ଯାହା ଏନକାଉଣ୍ଟରରେ ପରିଣତ ହୋଇଥିଲା |               

ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ବେରିନାଗ ଜଙ୍ଗଲରେ ଗୁପ୍ତ ଆଡ୍ଡା ରହିବା ସହ ସେମାନଙ୍କ ଯିବା ଆସିବା ଲାଗି ରହିଛି | ଏହାକୁ ଦୃଷ୍ଟି ରଖି ସମ୍ପୃକ୍ତ ଅଞ୍ଚଳକୁ ତୀକ୍ଷ୍ଣ ନଜରରେ ରଖାଯାଇଛି | ସୋମବାର ଆତଙ୍କବାଦୀଙ୍କ ଗୋଟିଏ ଦଳର ଉପସ୍ଥିତି ସମ୍ପର୍କରେ ଜଣାପଡିବାସ ସର୍ଚ୍ଚ ଅପରେସନ କରାଯାଇଛି |