କେବଳ ଟିଭି ଦେଖି ରୋଜଗାର କରନ୍ତୁ ମାସିକ ଲକ୍ଷ ଲକ୍ଷ ଟଙ୍କା...
Advertisement

କେବଳ ଟିଭି ଦେଖି ରୋଜଗାର କରନ୍ତୁ ମାସିକ ଲକ୍ଷ ଲକ୍ଷ ଟଙ୍କା...

ଆପଣଙ୍କୁ କେବଳ ଶୋଇ ଶୋଇ ନିଜ ମନ ପସନ୍ଦର ଟିଭି ପ୍ରୋଗ୍ରାମ ଦେଖିବାକୁ ହେବ ଏପଟେ ଆପଣଙ୍କ ଆକାଉଣ୍ଟରେ ସାଲାରି କ୍ରେଡିଟ୍ ହୋଇଯିବ। ଶୁଣିବାକୁ ଅଜବ ଲାଗିଲେ ବି ଏହା ସତ।

କେବଳ ଟିଭି ଦେଖି ରୋଜଗାର କରନ୍ତୁ ମାସିକ ଲକ୍ଷ ଲକ୍ଷ ଟଙ୍କା...

ଲଣ୍ଡନ: ଚାକିରି କରିବା ସହ ମାସକୁ ମୋଟା ଅଙ୍କର ଦରମା ରୋଜଗାର କରିବା କାହାକୁ ବା ଭଲ ନଲାଗେ । ହେଲେ କିଛି ସମୟ ପରେ ପରେ ସେହି ଚାକିରିରୁ ଅବସର ନେଇଯିବାକୁ ଇଚ୍ଛା ହୁଏ । ତାର କାରଣ ହେଲା ଥକ୍କାପଣ, ଟେନସନ ଆଉ ଅଫିସ କର୍ମଚାରୀଙ୍କ ବ୍ୟବହାର । ହେଲେ ଆରପାମ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏମିତି ଏକ ଟାକିରୀ ପାଇଁ ରହିଛି ଏକ ଜବରଦସ୍ତ ଅଫର । ଆପଣଙ୍କୁ କେବଳ ଶୋଇ ଶୋଇ ନିଜ ମନ ପସନ୍ଦର ଟିଭି ପ୍ରୋଗ୍ରାମ ଦେଖିବାକୁ ହେବ ଏପଟେ ଆପଣଙ୍କ ଆକାଉଣ୍ଟରେ ସାଲାରି କ୍ରେଡିଟ୍ ହୋଇଯିବ। ଶୁଣିବାକୁ ଅଜବ ଲାଗିଲେ ବି ଏହା ସତ। ଖାସ କଥା ଏହା ଯେ, ଆପଣ ଘରେ ବସି ଏହି ଚାକିରି କରିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଅଫିସ ଯିବାକୁ ମଧ୍ୟ ପଡ଼ିବ ନାହିଁ ।

ଖବର ସରବରାହ ସଂସ୍ଥା ଦ ସନ୍ ରିପୋର୍ଟ ଅନୁସାରେ, ଲଗଜରି ବେଡ୍ କମ୍ପାନୀ ' କ୍ରାଫ୍ଟ ବେଡ୍ ' (Craft Bed)ଗଦି ପରୀକ୍ଷକଙ୍କୁ ନିଯୁକ୍ତି ଦେଉଛି। ତାହା ହେଉଛି, ସେହି ଲୋକମାନେ ଯେଉଁମାନେ ବ୍ୟବହାର କରିବେ ଏବଂ କହିବେ ଗଦିଗୁଡ଼ିକ କିପରି ଏବଂ ସେଥିରେ କ’ଣ ଉନ୍ନତି ହେବା ଉଚିତ୍ । ଏହି ଚାକିରି ପାଇଁ କମ୍ପାନୀ ବାର୍ଷିକ ୨୪ ହଜାର ପାଉଣ୍ଡ (ପ୍ରାୟ ୨୫ ଲକ୍ଷ ଟଙ୍କା) ଦେବେ । ଏହି ସମୟ ମଧ୍ୟରେ ଆପଣଙ୍କୁ ସାପ୍ତାହିକ ସମୟରେ ଉଚ୍ଚମାନର ଗଦିର ଗୁଣବତ୍ତା ପରୀକ୍ଷା କରିବାକୁ ପଡି଼ବ।

Also Read: PM Shram Yogi Man Dhan Yojna: ମାତ୍ର ୨ ଟଙ୍କା ସଞ୍ଚୟ କରି ପାଇପାରିବେ ୩୬,୦୦୦ ଟଙ୍କା

ବାସ୍ତବରେ, କମ୍ପାନୀ (Company) ଚାହୁଁଛି ଯେ, ଏହାର ଗଦି ଯେଉଁମାନେ କ୍ରୟ କରିବେ ସେମାନଙ୍କୁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ନପଡୁ, ତେଣୁ ସେମାନେ ବଜାରରେ ଲଞ୍ଚ କରିବା ପୂର୍ବରୁ ସମସ୍ତ ପରୀକ୍ଷା କରିବାକୁ ଚାହୁଁଛନ୍ତି । ଏଥିପାଇଁ 'ଗଦି ପରୀକ୍ଷକ' (Mattress Tester)  କାର୍ଯ୍ୟ ପାଇଁ ଆବେଦନଗୁଡିକ ନିମନ୍ତ୍ରଣ କରାଯାଇଛି । ଚାକିରି କରୁଥିବା ବ୍ୟକ୍ତିଙ୍କୁ ୩୭.୫ ଘଣ୍ଟା ପାଇଁ ଗଦି ଉପରେ ଶୋଇ ରହିବାକୁ ପଡି଼ବ । କ୍ରାଫ୍ଟ ବେଡ୍ସର ମାର୍କେଟିଂ ମ୍ୟାନେଜର ବ୍ରାଏନ୍ ଡିଲନ୍ କହିଛନ୍ତି, “ଗ୍ରାହକଙ୍କ ସନ୍ତୁଷ୍ଟି ହେଉଛି ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଆମେ ଏକ 'ଗଦି ପରୀକ୍ଷକ' ନିଯୁକ୍ତ କରୁଛୁ, ଯାହାଫଳରେ ଗଦିର ଗୁଣବତ୍ତା ବିଷୟରେ ଜାଣିହେବ । 

Also Read: Facebook Secret Blacklist : FB ତାଲିକାରେ ଭାରତର ୧୦ ସଙ୍ଗଠନ

ବ୍ରାଏନ୍ ଡିଲନ୍ କହିଛନ୍ତି ଯେ ଏହା ଏକ ସମ୍ପୂର୍ଣ୍ଣ ହାଲୁକା ଓ ଟେନସନ ଫ୍ରି (Tension Free) କାର୍ଯ୍ୟ । ଅର୍ଥାତ୍ କର୍ମଚାରୀମାନେ ଅଫିସକୁ ଆସିବାର ଆବଶ୍ୟକତା ନାହିଁ । ସେମାନଙ୍କୁ ଘରେ ଯାଇ ଗଦି ବିତରଣ କରାଯିବ । ସେ କହିଛନ୍ତି ଯେ ଚାକିରି (Job) ପାଇବା ପାଇଁ ଆବେଦନକାରୀଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡି଼ବ। ସର୍ବପ୍ରଥମେ, ସେ ନିଶ୍ଚିତ ଭାବରେ ବ୍ରିଟେନର ବାସିନ୍ଦା ହେବା ଆବଶ୍ୟକ । ସେ କୌଣସି ବାଧା ବିଘ୍ନକୁ ଏଡାଇ ଏକାକୀ ଗଦି ପରୀକ୍ଷା କରିବାକୁ ସମର୍ଥ ହେବା ଉଚିତ୍ । ଏହା ବ୍ୟତୀତ, ତାଙ୍କର ଭଲ ଯୋଗାଯୋଗ ଦକ୍ଷତା ରହିବା ଉଚିତ୍, ଯାହାଫଳରେ ସେ ଆମକୁ ଗଦି ପରୀକ୍ଷଣର ସମୀକ୍ଷାକୁ ଲିଖିତ ଆକାରରେ ପଠାଇ ପାରିବେ।