ଏଠାରେ ଚାକିରି ସମେତ ପାଆନ୍ତୁ ଦାମୀ ବାଇକ୍ ଓ iPhone; ଇଣ୍ଟରଭ୍ୟୁ ଦେବା ପାଇଁ ମଧ୍ୟ ମିଳୁଛି ଟଙ୍କା
Advertisement

ଏଠାରେ ଚାକିରି ସମେତ ପାଆନ୍ତୁ ଦାମୀ ବାଇକ୍ ଓ iPhone; ଇଣ୍ଟରଭ୍ୟୁ ଦେବା ପାଇଁ ମଧ୍ୟ ମିଳୁଛି ଟଙ୍କା

ଆଇଟି ସେକ୍ଟରରେ ଅଭିଜ୍ଞ ପ୍ରାର୍ଥୀ ମାନଙ୍କ ପାଇଁ ଚାକିରିର ଅଭାବ ନାହିଁ । ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଲୋଭିତ କରିବା ପାଇଁ କମ୍ପାନୀଗୁଡିକ BMW ବାଇକ୍ ଠାରୁ ଆଇଫୋନ୍ ପର୍ଯ୍ୟନ୍ତ ସବୁକିଛି ପ୍ରଦାନ କରୁଛନ୍ତି । କେବଳ ଏତିକି ନୁହେଁ ଇଣ୍ଟରଭ୍ୟୁରେ ହାଜର ହେବା ପାଇଁ ଏହି ପ୍ରାର୍ଥୀମାନଙ୍କୁ ୫,୦୦୦ ହଜାର ଟଙ୍କା ମଧ୍ୟ ଦିଆଯାଉଛି ।

ପ୍ରତୀକାତ୍ମକ ଛବି

ଗତ କିଛି ବର୍ଷ ମଧ୍ୟରେ କୋରୋନା ମହାମାରୀ (Coronavirus Pandemic) ଯୋଗୁଁ ବହୁ ସଂଖ୍ୟକ ଲୋକ ନିଜର ଚାକିରି ହରାଇଛନ୍ତି । ଅବଶ୍ୟ ଅର୍ଥନୈତିକ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ ହେବା ସହିତ ଏଥିରେ ଉନ୍ନତି ଘଟିଛି । ଆଇଟି ସେକ୍ଟର (IT sector) କମ୍ପାନୀଗୁଡିକରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଚାକିରିର ଅଭାବ ନାହିଁ । ସର୍ତ୍ତ ହେଉଛି ଯଦି ଆପଣଙ୍କର ଏହି ସେକ୍ଟରରେ କିଛି ବର୍ଷର ଅଭିଜ୍ଞତା ଅଛି, ତେବେ ଆପଣଙ୍କ ହାତରେ ଏକାଧିକ ଚାକିରି ଅଫର ମିଳିବାର ସମସ୍ତ ସମ୍ଭାବନା ଅଛି । ଏହି କାରଣରୁ ଆଇଟି ସେକ୍ଟରରେ (IT sector) ଇସ୍ତଫା ପର୍ଯ୍ୟାୟ ଜୋରଦାର ଚାଲିଛି ।

ତେବେ ଏହା ମଧ୍ୟ କୁହାଯାଉଛି ଯେ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ଯୋଗ୍ୟ ବ୍ୟକ୍ତି ନାହାଁନ୍ତି । ସେଥିପାଇଁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଁ ବିଭିନ୍ନ ଅଫର ଦେଇ କମ୍ପାନୀଗୁଡିକ ମଧ୍ୟ ସେମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି । ଉଦାହରଣ ସ୍ୱରୂପ ଅନେକ କମ୍ପାନୀ କର୍ମଚାରୀଙ୍କୁ ଜଏନିଙ୍ଗ ବୋନସ୍ ମଧ୍ୟ ଦେଉଛନ୍ତି ।

ଅଧିକ ପଢ଼ନ୍ତୁ: କେବେ ଆସିବ କୋରୋନାର ତୃତୀୟ ଲହର? CSIR ମୁଖ୍ୟ କଲେ ଖୁଲାସା

ଏସଏସମେଣ୍ଟ ଟେଷ୍ଟ ପାଇଁ ମଧ୍ୟ ମିଳୁଛି ଟଙ୍କା
ମିଡିଆ ରିପୋର୍ଟ ଅନୁଯାୟୀ, ଫିଣ୍ଟେକ୍ ଫାର୍ମ BharatPe ନୂଆ ଜଏନିଙ୍ଗ କରୁଥିବା କର୍ମଚାରୀଙ୍କୁ ବିଏମଡବ୍ଲୁ ବାଇକ୍ ପ୍ରଦାନ କରୁଛି । ଏହା ବ୍ୟତୀତ କିଛି କମ୍ପାନୀ ଆଇଫୋନ୍ ଓ ଫ୍ଲେକ୍ସି-ୱାର୍କିଂ ମଧ୍ୟ ପ୍ରଦାନ କରୁଛନ୍ତି । ଏହି କମ୍ପାନୀଗୁଡିକ ସେମାନଙ୍କର ଏସଏସମେଣ୍ଟ ଟେଷ୍ଟ ପାଇଁ ହାଜର ହେବାକୁ କିଛି ପ୍ରାର୍ଥୀଙ୍କୁ ୧୦୦୦ ରୁ ୫୦୦୦ ଟଙ୍କା ମଧ୍ୟ ଦେଉଛନ୍ତି ।

ପ୍ରତି ସପ୍ତାହରେ ଧାର୍ଯ୍ୟ କରାଯାଇଛି ୧୦୦୦ ରୁ ଅଧିକ ଇଣ୍ଟରଭ୍ୟୁ 
ଆଇଟି ସେକ୍ଟରରେ ଚାକିରି ପାଇଁ ନିଯୁକ୍ତି ସଂସ୍ଥା ମଧ୍ୟ ଏହି ସୁଯୋଗକୁ ସଦୁପଯୋଗ କରୁଛନ୍ତି । ଯଦିଓ ଏଥିପାଇଁ ସେମାନଙ୍କୁ ଅଧିକ ସମୟ ମଧ୍ୟ କାମ କରିବାକୁ ପଡିବ । ପ୍ରାର୍ଥୀଙ୍କ ସହ ଆଲୋଚନା କରିବା ମଧ୍ୟ ସେମାନଙ୍କ ପାଇଁ କଷ୍ଟସାଧ୍ୟ ପ୍ରମାଣିତ ହେଉଛି । ଏକ ପ୍ରତିଭା ପରାମର୍ଶଦାତା ସଂସ୍ଥା ଦାବି କରିଛି ଯେ ଗୋଟିଏ ସପ୍ତାହରେ ୧୦୦୦ ରୁ ଅଧିକ ଇଣ୍ଟରଭ୍ୟୁ ଧାର୍ଯ୍ୟ କରାଯାଇଛି । ଏହି ଇଣ୍ଟରଭ୍ୟୁ ଗୁଡ଼ିକର ପ୍ରାୟ ୪୦ ପ୍ରତିଶତ କୌଣସି କାରଣରୁ ବାତିଲ କରିବାକୁ ପଡୁଛି । ଅବଶିଷ୍ଟ ୬୦ ପ୍ରତିଶତ ଇଣ୍ଟରଭ୍ୟୁ ମଧ୍ୟରୁ କେବଳ ୭୫ ପ୍ରତିଶତ ପାର୍ଥି ସାମିଲ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ଆସନ୍ତା ମାସରୁ ବଦଳିବ ଅଫିସରେ କାମ କରିବାର ପଦ୍ଧତି! ପ୍ରତି ସପ୍ତାହରେ ମିଳିବ ୩ ଦିନର ଛୁଟି

ଆଇଟି କମ୍ପାନୀଗୁଡିକରେ ପ୍ରତିଭାର ଚାହିଦା ବୃଦ୍ଧି
ଏହି ପରାମର୍ଶଦାତା ସଂସ୍ଥାଗୁଡ଼ିକ କହିଛନ୍ତି ଯେ ଏପ୍ରିଲ୍ ମାସ ପର୍ଯ୍ୟନ୍ତ, ଏହି ଆଇଟି ସଂସ୍ଥାଗୁଡ଼ିକର ପ୍ରତିଭାର ଚାହିଦା ପ୍ରାୟ ୫୦୦୦ ଥିଲା, କିନ୍ତୁ ବର୍ତ୍ତମାନ ଜୁନ୍ ଶେଷ ସୁଦ୍ଧା ଏହା ୨୦,୦୦୦ କୁ ବୃଦ୍ଧି ପାଇଛି । ଟିସିଏସ୍, ଇନଫୋସିସ୍, HCL ଓ ୱିପ୍ରୋ ଭଳି କମ୍ପାନୀଗୁଡିକ ଚଳିତ ଆର୍ଥିକ ବର୍ଷରେ ମୋଟ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବେ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ, କଗ୍ନିଜାଣ୍ଟ ଚଳିତ ବର୍ଷ ୧ ଲକ୍ଷ ଅଭିଜ୍ଞ ଓ ୩୦,୦୦୦ ଫ୍ରେଶର୍ ପ୍ରାର୍ଥୀ ନିଯୁକ୍ତି କରିବାକୁ ଯାଉଛି ।

ଅଧିକ ପଢ଼ନ୍ତୁ: Google ମାଧ୍ୟମରେ ଘରେ ବସି ରୋଜଗାର କରିପାରିବେ ୫୦ ହଜାର ଟଙ୍କା, ଜାଣନ୍ତୁ କିପରି

ଅଧିକ ଦକ୍ଷ, ଅଧିକ ଅଫର୍
କୋରୋନା ଭୂତାଣୁ ମହାମାରୀର ପ୍ରଥମ ଦୁଇ ମାସ ମଧ୍ୟରେ, ଆଇଟି କ୍ଷେତ୍ରରେ ଏତେ ଚାକିରୀ ନଥିଲା । ଅନେକ ବଡ ବଡ ସଂସ୍ଥାରେ ଲେଫ୍ ମଧ୍ୟ ଦେଖାଯାଇଥିଲା । କିନ୍ତୁ ଗତ ତିନି କ୍ୱାର୍ଟରରେ ମାସିକକୁ ଦେଖିଲେ ପ୍ରତିଭାଙ୍କ ଚାହିଦା ବଢ଼ିଛି । ବର୍ତ୍ତମାନ ସମସ୍ତ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରାୟ ୩୦ ରୁ ୫୦ ପ୍ରତିଶତ ଚାକିରି ଅଫର ପ୍ରତ୍ୟାଖ୍ୟାନ କରୁଛନ୍ତି । ପ୍ରାର୍ଥୀ ଯେତେ କୁଶଳୀ, ସେତେ ଅଧିକ ଅଫର ପାଇଛନ୍ତି ।