• ପୁଡୁଚେରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
  • ଜୱାହାରଲାଲ ମେଡିକାଲ କଲେଜରେ ଭବ୍ୟ କାର୍ଯ୍ୟକ୍ରମ
  • ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ତାମିଲନାଡୁ ଗସ୍ତ
  • ଆସନ୍ତାକାଲି ଭାରତ ବନ୍ଦ
  • ଦେଶର ବିଭିନ୍ନ ବ୍ୟବସାୟୀ ସଂଗଠନ ବନ୍ଦ ଡ଼ାକରା ଦେଇଥିବା ବେଳେ ଓଡ଼ିଶା ବ୍ୟବସାୟୀ ସଂଗଠନ ମଧ୍ୟ ସମର୍ଥନ ଜଣାଇଛି
  • କଂଗ୍ରେସ ଭବନରେ କର୍ମୀ ମୁହାଁମୁହିଁ ପ୍ରସଙ୍ଗ
  • ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
  • ତଦନ୍ତ ପରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
  • ତୈଳଦର ବୃଦ୍ଧିକୁ ପ୍ରତିବାଦ କଲେ ମମତା ବାନାର୍ଜୀ

ବାଇଡେନଙ୍କର ଦୁଇ ପ୍ରମୁଖ ଶତ୍ରୁ

ମହାମାରୀ ନିୟନ୍ତ୍ରଣ, ଆର୍ଥିକ ମାନ୍ଦାବସ୍ଥା, ଜଳବୟୁ ପରିବର୍ତ୍ତନ ଓ ସମାନତା ଉପରେ କାମ କରିବ ବୋଲି ବାଇଡେନ କହିଛନ୍ତି । 

ବାଇଡେନଙ୍କର ଦୁଇ ପ୍ରମୁଖ ଶତ୍ରୁ

ନୂଆଦିଲ୍ଲୀ: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବିଡେନ (Joe Biden) ଶପଥ ଗ୍ରହଣ କରିଛନ୍ତି । ଶପଥ ଉତ୍ସବରେ ନିଜର ଅଭିଭାଷଣରେ ଏକତାକୁ ପ୍ରାଥମିକତା ଦେଇଥିଲେ । ସେ କହିଥିଲେ କି ମୋର ଆତ୍ମା ଆମେରିକାର ଏକତା ଉପରେ କେନ୍ଦ୍ରିଭୂତ ରହିଛି। ଲୋକମାନଙ୍କ ମଧ୍ୟରେ ଏକତା ରକ୍ଷା କରିବା ମୋର ମୂଳ ଲକ୍ଷ୍ୟ ହେବ ବୋଲି ସେ କହିଥିଲେ । 

ଅଧିକ ପଢନ୍ତୁ: ସୁଶାନ୍ତଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଫୁଲ ଦୋକାନରେ ରିୟା ଚକ୍ରବର୍ତ୍ତୀ

ଜୋ ବିଡେନ (Joe Biden) ତାଙ୍କ ଅଭିଭାଷଣରେ ଆମେରିକାର ଲୋକଙ୍କୁ ନିବେଦନ କରିଛନ୍ତି ଯେ କଳାଗୋରା ଭେଦଭାବ ଏବଂ ଘରୋଇ ଆତଙ୍କବାଦ ବିରୋଧରେ ଏକାଠି ହୁଅନ୍ତୁ। ସେ କହିଛନ୍ତି, 'ଧଳାକୁ ସର୍ବୋତ୍ତମ ବୋଲି ଭାବିବା ପାଇଁ ଆପଣ ମାନସିକତା ଏବଂ ଘରୋଇ ଆତଙ୍କବାଦକୁ ଆପଣମାନେ ପରାସ୍ତ କରିବେ। ମୁଁ ଚାହୁଁଛି ପ୍ରତ୍ୟେକ ଆମେରିକୀୟ ଆମ ଯୁଦ୍ଧରେ ସାମିଲ ହୁଅନ୍ତୁ । 

ଜୋ ବିଡେନ (Joe Biden) ତାଙ୍କ ଅଭିଭାଷଣରେ ଆମେରିକାର (USA) ଲୋକଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି ଯାହା ଦ୍ୱାରା ଦେଶ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଗୁଡିକ ଦୂର ହୋଇପାରିବ। ସେ କହିଛନ୍ତି, “ସେହି ଚ୍ୟାଲେଞ୍ଜଗୁଡିକୁ ପରାସ୍ତ କରିବା ପାଇଁ ଆମେରିକାର ଭବିଷ୍ୟତକୁ ସୁନିଶ୍ଚିତ କରିବା, ଦେଶର ଆତ୍ମାକୁ ଜୀବନ୍ତ କରିବା ପାଇଁ ଆମେରିକା ଶବ୍ଦ ଅପେକ୍ଷା ଅଧିକ ଏକତା ଆବଶ୍ୟକ କରିବ।

ଅଧିକ ପଢନ୍ତୁ: ବନ୍ଧୁଦେଶକୁ ମିଳିଲା ଟିକା; ବାଦ ପଡିଲା ଶତ୍ରୁ ଦେଶ ପାକିସ୍ତାନ

ସୂଚନା ଯୋଗ୍ୟ ରାଷ୍ଟ୍ରପତି ପଦ (President Biden) ସମ୍ଭାଳିବା ପରେ ଜୋ ବାଇଡେନ ଆକ୍ସନ ମୁଡ଼କୁ ଆସିଯାଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ହଟାଇଦେଇଛନ୍ତି । ବାଇଡେନ କହିଛନ୍ତି କି ଆମେରିକା ଜଳବାୟୁ ପରିବର୍ତ୍ତନ ସହିତ ଲଢିବା ପାଇଁ ଅନ୍ତରାଷ୍ଟ୍ରୀୟ ପ୍ୟାରିସ ଜଳବାୟୁ ବୁଝାମଣା ପୁନର୍ବାର ସାମିଲ ହେବ। ବାଇଡେନ ଟ୍ୱିଟ କରି କହିଛନ୍ତି କି ମୁଁ ଆଜି ଶପଥ ନେବା ପରଠାରୁ ମୋତେ କାମ କରିବାର ଅଧିକାର ମିଳିସାରିଛି । 

ଟ୍ୱିଟ କରି କହିଛନ୍ତି କି ମହାମାରୀ ନିୟନ୍ତ୍ରଣ, ଆର୍ଥିକ ମାନ୍ଦାବସ୍ଥା, ଜଳବୟୁ ପରିବର୍ତ୍ତନ ଓ ସମାନତା ଉପରେ କାମ କରିବ ବୋଲି ବାଇଡେନ କହିଛନ୍ତି ।