Advertisement
Article Detail0/zeeodisha/odisha765487
Zee OdishaOdisha National-Internationalକୋରୋନା ଟିକାରେ ପାର୍ଶ୍ୱପ୍ରତିକ୍ରିୟା, ଚୂଡାନ୍ତ ପର୍ଯ୍ୟାୟରେ ଅଟକିଲା ପରୀକ୍ଷା

କୋରୋନା ଟିକାରେ ପାର୍ଶ୍ୱପ୍ରତିକ୍ରିୟା, ଚୂଡାନ୍ତ ପର୍ଯ୍ୟାୟରେ ଅଟକିଲା ପରୀକ୍ଷା

କୋରୋନା ଟିକାକୁ ନେଇ ଆସିଲା ଦୁଃଖଦ ଖବର. ସ୍ୱଚ୍ଛାସେବୀଙ୍କ ଠାରେ ପାର୍ଶ୍ୱପ୍ରତିକ୍ରିୟା(ସାଇଡ ଇଫେକ୍ଟ) ଦେଖାଦେବାରୁ ୨ କମ୍ପାନୀର ଟିକା(ଭ୍ୟାକସିନ)କୁ ସ୍ଥଗିତ ରଖାଯାଇଛି.

 

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଜନସନ ଏଣ୍ଡ ଜନସନ କମ୍ପାନୀକୁ ଝଟକା। ଚୂଡାନ୍ତ ପର୍ଯ୍ୟାୟରେ ବ୍ରାଜିଲରେ ଅଟକିଲା ଜେନଲସେନ ସିଲାଗର କୋରୋନା ଟିକା ପରୀକ୍ଷା। ଟାଇଲ ବେଳେ ଜଣେ ସ୍ୱାଚ୍ଛାସେବୀ ଅସୁସ୍ଥ ହୋବାରୁ କମ୍ପାନୀ ଅନିର୍ଦ୍ଧକାଳ ପାଇଁ ସ୍ଥଗିତ ରଖାଯାଇଛି।

ଅଗଷ୍ଟରେ ଜେନଲସେନ ସିଲାଗରକୁ ଟିକାର କ୍ଲିନିକାଲ ଟେଷ୍ଟ ପାଇଁ ସରକାର ଅନୁମତି ଦେଇଥିଲେ। ପ୍ରଥମେ ଏହାର ପରୀକ୍ଷଣ ଠିକଠାକ ଚାଲିଥିବା ବେଳେ ଶେଷ ମୂହୁର୍ତ୍ତରେ ସମସ୍ୟା ଦେଖାଦେଇଛି। ସ୍ୱାଚ୍ଛାସେବୀ ଅସୁସ୍ଥ ହେବା ପରେ ଟ୍ରାଇଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାଚ୍ଛାସେବୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗପୋନୀୟ ରଖା ଯାଇଥିବା ବେଳେ ଏକ ବିଶେଷଜ୍ଞ ଦଳ ଘଟଣାର ତଦନ୍ତ କରୁଛି।

ଅନଭିସାର କହିଛି ଯେ, ଲୋକଙ୍କ ସୁରକ୍ଷାକୁ ନେଇ ଦେଶରେ କୌଣସି ସାଲିସ ହେବ ନାହିଁ। ପାର୍ଶ୍ୱପ୍ରତିକ୍ରୀୟାର ପ୍ରକୃତ କାରଣ ଜଣାନପଡିବା ପର୍ଯ୍ୟନ୍ତ ଟ୍ରାଇଲ ପାଇଁ ଅନୁମତି ମିଳିବ ନାହିଁ। ତେବେ ପ୍ରଥମ ଥର ବ୍ରାଜିଲରେ କରୋନା ଟିକାରେ ତ୍ରୁଟି ଦେଖାଦେଇଥିବାରୁ ଲୋକେ ଭୟଭିତ ଅଛନ୍ତି।

Add Zee News as a Preferred Source

ସେପଟେ ଅକ୍ସଫୋର୍ଡ ଟିକାରେ ବି ଅନୁରୁପ ସମସ୍ୟା ଦେଖିବାକୁ ମିଳିଛି। ଜଣେ ମହିଳା ସ୍ୱାଚ୍ଛାସେବୀଙ୍କୁ ଆଷ୍ଟ୍ରା ଜେନେକା ଟିକା ଦିଆଯାଇଥିଲା। ଏହାପରେ ସେ ଅସୁସ୍ଥ ହୋଇ ପଡିଥିଲେ। ଫଳରେ ଆମେରିକାରେ ଏହାର ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି। ତେବେ ଅନ୍ୟ ଦେଶରେ ଆଷ୍ଟ୍ରା ଜେନେକାର ଟ୍ରାଇଲ ଚାଲିଥିବା ସୂଚନା ମିଳିଛି।

About the Author