• ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ କୋରୋନା ପଜିଟିଭ, ୪ ହଜାର ମୃତ
  • ରାଜ୍ୟରେ ଆଜି ୨୨ ଜଣଙ୍କ ମୁଣ୍ଡ ନେଲା କିଲର ଭାଇରସ କୋରୋନା
  • ରାଜ୍ୟରେ ଆଜି ପୁଣି ୧୨ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
  • ବିଷମକଟକ : ପିଆଜ ବୋଝେଇ ମିନିଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ
  • କାଳିଆ ଯୋଜନାରେ ଆଜି ଅପରାହ୍‌ଣ ୫ଟାରେ ଚାଷୀଙ୍କୁ ପ୍ରାୟ ୯୦୦ କୋଟି ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
  • ଆଜି ଦେଶର ବିଭିନ୍ନ ରାଜ୍ୟରେ ପାଳନ ହେଉଛି ପବିତ୍ର ଇଦ୍‌ ପର୍ବ
  • କଟକଣା ପାଇଁ ସାଧାରଣ ଶ୍ରଦ୍ଧାଳୁଙ୍କୁ ମସ୍‌ଜିଦକୁ ପ୍ରବେଶ ବାରଣ
  • କରୋନା ଟିକା ନେଇ ସାରିଥିବା ଲୋକଙ୍କ ପାଇଁ ମାସ୍କ କି ସାମାଜିକ ଦୂରତା ଜରୁରୀ ନୁହେଁ : ଆମେରିକା
  • କରୋନା ମୁକାବିଲା: ୧୭ ତାରିଖ ସନ୍ଧ୍ୟା ୫.୩୦ରେ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ
  • କୋରୋନା ସମ୍ମୁଖ ଯୋଦ୍ଧା ତାଲିକାରେ ବନବିଭାଗ, ବ୍ୟାଙ୍କ, ବୀମା, ରେଳବାଇ, ଅକ୍ସିଜେନ ପ୍ଲାଂଟ କର୍ମଚାରୀ ଓ ପଶୁ ଡାକ୍ତର ସାମିଲ

ଆମେରିକା ଓ ୟୁରୋପରେ Johnson & Johnson କୋଭିଡ୍ ଟିକା ବନ୍ଦ

ଆମେରିକାରେ Johnson & Johnson କମ୍ପାନୀର କୋରୋନା ଟିକାକୁ ଗଣ ଟିକାକରଣ ପାଇଁ ଅନୁମତି ମିଳିଛି। ବର୍ତ୍ତମାନ ସୁଦ୍ଧା ଦେଶର ୬୮ ଲକ୍ଷ ଲୋକଙ୍କୁ Johnson & Johnson କୋରୋନା ଟିକା ଦିଆଯାଇଛି। କିନ୍ତୁ ସେଥି ମଧ୍ୟରୁ ୬ ଜଣଙ୍କ ଶରୀରରେ ସାଙ୍ଘାତିକ ସାଇଡ୍ ଇଫେକ୍ଚ ବା ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଛି। 

ଆମେରିକା ଓ ୟୁରୋପରେ Johnson & Johnson କୋଭିଡ୍ ଟିକା ବନ୍ଦ
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: Johnson & Johnson କୋରୋନା ଟିକାକୁ ନେଇ ସାମନାକୁ ଆସିଲା ସାଙ୍ଘାତିକ ଖବର। ଟିକା ନେଲା ପରେ ୬ ଜଣ ଆମେରିକୀୟ ମହିଳାଙ୍କ ରକ୍ତ ଜମାଟ ବାନ୍ଧିଛି। ଫଳରେ ଆମେରିକା ଓ ୟୁରୋପରେ Johnson & Johnson କମ୍ପାନୀର ଟିକା ବ୍ୟବହାର ଉପରେ ସାମୟିକ ଭାବେ ରୋକ ଲଗାଯାଇଛି।

ମିଳିଥିବା ସୂଚନାନୁସାରେ ଆମେରିକାରେ Johnson & Johnson କମ୍ପାନୀର କୋରୋନା ଟିକାକୁ ଗଣ ଟିକାକରଣ ପାଇଁ ଅନୁମତି ମିଳିଛି। ବର୍ତ୍ତମାନ ସୁଦ୍ଧା ଦେଶର ୬୮ ଲକ୍ଷ ଲୋକଙ୍କୁ Johnson & Johnson କୋରୋନା ଟିକା ଦିଆଯାଇଛି। କିନ୍ତୁ ସେଥି ମଧ୍ୟରୁ ୬ ଜଣଙ୍କ ଶରୀରରେ ସାଙ୍ଘାତିକ ସାଇଡ୍ ଇଫେକ୍ଚ ବା ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଛି। ସେମାନଙ୍କ ରକ୍ତ ଜମାଟ ବାନ୍ଧିବା (blood clots) ଯୋଗୁଁ ଦେଶରେ ଏହି କମ୍ପାନୀର ଟିକାକରଣକୁ ବନ୍ଦ କରାଯାଇଛି।

Also Read: ରାଜ୍ୟର କୋରୋନା ସ୍ଥିତି ସଙ୍ଗୀନ; ଦୈନିକ ସଂକ୍ରମଣ ଟପିଲା ୧୭୦୦, ପେପର ମିଲରୁ ୧୦୩ ପଜିଟିଭ ଚିହ୍ନଟ

ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇଥିବା ସମସ୍ତେ ମହିଳା। ସେମାନଙ୍କ ବୟସ ୧୮ରୁ ୪୮ ବର୍ଷ ମଧ୍ୟରେ ହେବ। Johnson & Johnson କୋରୋନା ଟିକା (Coronavirus vaccine) ନେବାର ୮ରୁ ୧୪ ଦିନ ମଧ୍ୟରେ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଛି। ଟିକା ନେଲା ପରେ ସାମାନ୍ୟ ପାର୍ଶ୍ୱପ୍ରତିକ୍ରିୟା ଯେଭଳି, ମୁଣ୍ଡବିନ୍ଧା, ପେଟବ୍ୟଥା, ଦୁର୍ବଳତା ଦେଖାଦିଏ। କିନ୍ତୁ ରକ୍ତ ଜମାଟ ବାନ୍ଧିବା ଏକ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ବୋଲି ଆମେରିକାର CDC ଓ FDA କହିଛି।

ସେପଟେ କମ୍ପାନୀର କହିବା ହେଲା, Johnson & Johnson କୋରୋନା ଟିକାର ଏହା ପ୍ରଥମ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା (Side Effect)। କମ୍ପାନୀ ସର୍ବାଦା ଉପଭୋକ୍ତାଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରେ। ତେଣୁ ଟିକାର ଏପରି ପାର୍ଶ୍ୱପ୍ରତିକ୍ରିୟା ଉପରେ ଯାଞ୍ଚ କରାଯାଉଛି। ଏହାର କାରଣ ନମିଳିବା ପାର୍ଯ୍ୟନ୍ତ ଆମେରିକା (America) ରେ Johnson & Johnsonର ଟିକାକରଣ (vaccination) ସାମୟିକ ଭାବେ ବନ୍ଦ କରାଯାଉଛି। ୟୁରୋପରେ ବି ଏହି ଟିକା ବ୍ୟବହାର ଉପରେ ରୋକ ଲଗାଇବାକୁ କମ୍ପାନୀ ନିଷ୍ପତ୍ତି ନେଇଛି।

Also Read: ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା

Johnson & Johnson କୋରୋନା ଟିକା ଅନ୍ୟ ଟିକା ଗୁଡିକ ଠାରୁ ଭିନ୍ନ। ଏହାକୁ ଫ୍ରିଜର ସାମାନ୍ୟ ତାପମାତ୍ରରେ ବି ଷ୍ଟୋର କରାଯାଇ ପାରିବ। କୋରୋନାଠୁ ବଞ୍ଚିବା ପାଇଁ ଅନ୍ୟ ଟିକା ଗୁଡିକର ୨ଟି ଡୋଜ୍ ଆବଶ୍ୟକ ପଡିଥାଏ। କିନ୍ତୁ ମହାମାରୀ ଲଢେଇରେ Johnson & Johnsonର ଗୋଟିଏ ଡୋଜ୍ ଯଥେଷ୍ଟ। ତେବେ ମହିଳାଙ୍କ ପ୍ଲେଟଲେଟ୍ କମ ଥିବାରୁ ଟିକାନେଲା ପରେ ରକ୍ତ ଜମାଟ ବାନ୍ଧି ଥାଇପାରେ ବୋଲି ଅନୁମାନ କରାଯାଉଛି। ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇଥିବା ୬ ଜଣ ସୁସ୍ଥ ଅଛନ୍ତି ଏବଂ ସେମାନଙ୍କ ଚିକିତ୍ସା ଚାଲୁଥିବା ନେଇ ସୂଚନା ମିଳିଛି।