ବିଚାରପତି ଓ ତାଙ୍କ ପତ୍ନୀଙ୍କୁ କୋରୋନା

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ଶନିବାର ଆକ୍ରାନ୍ତ ବିଚାରପତି ଅଦାଲତ ମଧ୍ୟ ଯାଇଥିଲେ । 

ବିଚାରପତି ଓ ତାଙ୍କ ପତ୍ନୀଙ୍କୁ କୋରୋନା

ନୂଆଦିଲ୍ଲୀ: ଦିଲ୍ଲୀ ରୋହିଣୀ ଅଦାଲତର ଜିଲ୍ଲା ନ୍ୟାୟାଧୀଶ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ଏହି ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ଶନିବାର ଆକ୍ରାନ୍ତ ବିଚାରପତି ଅଦାଲତ ମଧ୍ୟ ଯାଇଥିଲେ । ବାର ଆସୋସିଏସନ ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି । 

ରୋହିଣୀ ଜିଲ୍ଲା କୋର୍ଟ ବାର ଆସୋସିଏସନର ଅଧ୍ୟକ୍ଷ ମହାବୀର ଶର୍ମା କହିଛନ୍ତି, ଗତ ରବିବାର ଜିଲ୍ଲା ନ୍ୟାୟାଧୀଶଙ୍କ ପତ୍ନୀ କୋରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା । ପରେ ନ୍ୟାୟାଧୀଶଙ୍କ ମଧ୍ୟ ସ୍ୱାବ ଟେଷ୍ଟ କରାଯାାଇଥିଲା । ଯାହା ପଜିଟିଭ ଆସିଛି । ଏବେ ଉଭୟ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । 

ତେବେ ଶେଷ ଥର ପାଇଁ ଗତ ଶନିବାର ଅଦାଲତ ପରିସରକୁ ଆସିଥିଲେ ସମ୍ପୃକ୍ତ ବିଚାରପତି । ତେଣୁ ତାଙ୍କ ସମ୍ପର୍କରେ ଆସିଥିବା ଅନ୍ୟ ୪ ବିଚାରପତିଙ୍କ ମଧ୍ୟ ନମୂନା ପରୀକ୍ଷା କରାଯାଇଛି । ତେବେ ସେଥିମଧ୍ୟରୁ ୨ ରିପୋର୍ଟ ନେଗେଟିଭ ଆସିଛି । ଅନ୍ୟ ଦୁଇ ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନଥିବା କହିଛନ୍ତି ରୋହିଣୀ ବାର ଆସୋସିଏସନ ଅଧ୍ୟକ୍ଷ ।