• ଆଜିଠାରୁ ଭୁବନେଶ୍ୱର ବିମାନବନ୍ଦରରେ ଚେକିଂ ଆରମ୍ଭ
  • ଯାତ୍ରୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ
  • ରେଳ ଷ୍ଟେସନରେ ମଧ୍ୟ କଡ଼ାକଡ଼ି ଚେକିଂ ହେଉଛି
  • ରିପୋର୍ଟ ଆଣି ନ ଥିଲେ ୭ ଦିନ ହୋମ୍ କ୍ୱାରେନଣ୍ଟାଇନ୍
  • କୌଣସି ଯାତ୍ରୀଙ୍କ ଲକ୍ଷଣ ଦେଖାଦେଲେ ଟେଷ୍ଟ ପାଇଁ ବ୍ୟବସ୍ଥା
  • ବିଏମସି ପକ୍ଷରୁ ମାର୍କେଟ ମାନଙ୍କରେ ଚେକିଂ ଜୋରଦାର
  • ଉତ୍କଳ ବିଶ୍ୱବିଦ୍ୟାଳୟର ୪ଜଣ କୋରୋନା ପଜିଟିଭ୍ ଚିହ୍ନଟ
  • ୪ଜଣ କୋରୋନା ସଂକ୍ରମିତଙ୍କ କଣ୍ଟାକଟ୍ରେସିଂ ଚାଲିଛି
  • ବିଏମସି ପକ୍ଷରୁ ଦେୟଯୁକ୍ତ ସଂଗରୋଧ ଆରମ୍ଭ
  • ବାତାନୁକୂଳ ଓ ସାଧାରଣ ବର୍ଗରେ ଲୋକଙ୍କୁ ସେବା ଉପଲବ୍ଧ

ସରିଲା ମତଦାନ; ନିର୍ବାଚନ ବେଳେ ଗେରୁଆ ରଙ୍ଗରେ ଦୃଶ୍ୟମାନ ହେଲେ ଜ୍ୟୋତିରାଦିତ୍ୟ

ଏହି ନିର୍ବାଚନରେ ମତଦାନ କରିବା ଲାଗି ସେ ତାଙ୍କ ମାଉସୀ ତଥା ପୂର୍ବତନ ମନ୍ତ୍ରୀ ମାୟା ସିଂହଙ୍କ ସହ ସକାଳ ସାଢେ ୯ଟା ବେଳେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ।

ସରିଲା ମତଦାନ; ନିର୍ବାଚନ ବେଳେ ଗେରୁଆ ରଙ୍ଗରେ ଦୃଶ୍ୟମାନ ହେଲେ ଜ୍ୟୋତିରାଦିତ୍ୟ

ଭୋପାଳ: ମଧ୍ୟ ପ୍ରଦେଶ ଉପନିର୍ବାଚନ ୨୦୨୦ (MP ByPoll 2020) ଲାଗି ଶେଷ ହୋଇଛି ମତଦାନ। ଏହି ନିର୍ବାଚନ କାରଣରୁ ଏବେ ରାଜ୍ୟର ​​ଗ୍ୱାଲିଅର୍-ଚମ୍ବଲ ଅଞ୍ଚଳ (Gwalior Chambal Region) ଉପରେ ରହିଛି ସମସ୍ତଙ୍କ ନଜର। କାରଣ ରାଜ୍ୟର ଯେଉଁ ଯେଉଁ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ସେଥିମଧ୍ୟରୁ ଅଧିକାଂଶ ଆସନ ଏହି ଅଞ୍ଚଳରେ ଅବସ୍ଥିତ। 

ଏହି ନିର୍ବାଚନ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ଭାଗ୍ୟ ଏବଂ ପ୍ରତିଷ୍ଠା ନିର୍ଦ୍ଧାରଣ କରିବ। ଏହି ନିର୍ବାଚନରେ ମତଦାନ କରିବା ଲାଗି ସେ ତାଙ୍କ ମାଉସୀ ତଥା ପୂର୍ବତନ ମନ୍ତ୍ରୀ ମାୟା ସିଂହଙ୍କ ସହ ସକାଳ ସାଢେ ୯ଟା ବେଳେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଗ୍ୱାଲିୟରରେ ଅବସ୍ଥିତ ଏମଆଇ ଶିଶୁ ମନ୍ଦିରରେ ହୋଇଥିବା ମତଦାନ କେନ୍ଦ୍ରରେ ସେ ଭୋଟ ଦେଇଥିଲେ। ଭୋଟ୍ ଦେବା ପରେ ସେ ବିଜୟ ସଙ୍କେତ ଦେଖାଇ କହିଥିଲେ ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସମର୍ଥନ ବିଜେପି ସହିତ ଅଛି।

ମଙ୍ଗଳବାର ଯେତେବେଳେ ମତଦାନ କରିବାକୁ  ସିନ୍ଧିଆ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ଏକ ଗୈରିକ ରଙ୍ଗର ହାଫ ଜ୍ୟାକେଟ (Saffron Half Jacket) ରେ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ସେ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ପରି ସମାନ ଜ୍ୟାକେଟ ପିନ୍ଧିଥିବାର ନଜର ଆସିଥିଲେ। ସଚିନ୍ ପାଇଲଟ୍ ଏବଂ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ସମାନ ଜ୍ୟାକେଟ୍ ପିନ୍ଧି ଫଟୋ ଉଠାଇବା ପୂର୍ବରୁ ଏକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା।

 

ଏହି ଉପନିର୍ବାଚନ ଉପରେ ପ୍ରତିକ୍ରିୟା ରଖି ସିନ୍ଧିଆ କହିଛନ୍ତି ଆଜି ମଧ୍ୟପ୍ରଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ରାଜ୍ୟର ୨୮ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ମୁଁ ମୋର ମତଦାନ କରିବାର ଅଧିକାରକୁ ବ୍ୟବହାର କରିଛି। ମୁଁ ଅନୁରୋଧ କରୁଛି ସମସ୍ତେ ଭୋଟ୍ ଦିଅନ୍ତୁ। କୋରୋନା କବଳରୁ ରକ୍ଷା ପାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଗଣତନ୍ତ୍ରର ମହତ୍ତ୍ୱ ପାଇଁ ଏହା ଏକ ସଂଗ୍ରାମ। ମୁଁ ନିଶ୍ଚିତ ରାଜ୍ୟର ସମସ୍ତ ଆସନରେ ବିଜେପି ବାଜିମାତ କରିବ। ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ଥିବା ସରକାର କୃଷକ, ମହିଳା, ଗରିବ ଏବଂ ଜନସାଧାରଣଙ୍କର ଲାଗି  ଏକ ବନ୍ଧୁତ୍ୱପୂର୍ଣ୍ଣ ସରକାର ଅଛି। ଏହାର କାର୍ଯ୍ୟକାଳ ଐତିହାସିକ ହେବ।

ଏହି ନିର୍ବାଚନ ଲାଗି ପ୍ରଚାର କରିବା ବେଳେ ସେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଜେପି ନଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ  ଶିବରାଜ ସିଂ ଚୌହ୍ୱାନଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଥିବା କହିଥିଲେ। କଂଗ୍ରେସ ଯେତେବଳେ ନିର୍ବାଚନ  ହାରିଯାଏ ସେତେବଳେ ଦଳୀୟ ନେତୃବୃନ୍ଦ ବ୍ୟତିବ୍ୟସ୍ତ ହୋଇପଡନ୍ତି। ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କୁ କଟାକ୍ଷ କରିବା ଉଦ୍ଦେଶ୍ୟରେ ସିନ୍ଧିଆ କହିଥିଲେ ସେ ଅଧିକ ପ୍ରତିଜ୍ଞା କରନ୍ତି ହେଲେ କାର୍ଯ୍ୟ କମ କରନ୍ତି। ସେଥିଲାଗି  ତାଙ୍କୁ ଆଜି ଏହି ଦିନ ଦେଖିବାକୁ ମିଳିଛି।