ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା'ଙ୍କୁ କୋରୋନା, ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି

 ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରାଙ୍କ ମଧ୍ୟରେ କୋରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ମେ ୨୮ରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା'ଙ୍କୁ କୋରୋନା, ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା'ଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟ କୋରୋନା ସଂକ୍ରମିତ ବୋଲି ସୂଚନା ମିଳୁଛି । ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ୱାଭାବିକ ବୋଲି କୁହାଯାଉଛି । ଉଭୟଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଜ୍ୟୋତିରାଦିତ୍ୟଙ୍କ ନିକଟବର୍ତ୍ତୀ ଲୋକମାନେ କହିଛନ୍ତି ଯେ, ସେ ଏବଂ ତାଙ୍କ ମା' ଗଳା ସମସ୍ୟା ଓ ଜ୍ୱରରେ ପୀଡିତ ଥିଲେ । ଏହା ପରେ ଉଭୟଙ୍କୁ ଡାକ୍ତରଙ୍କ ନିର୍ଦ୍ଦେଶରେ ସୋମବାର ସାକେତର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଦ୍ୱିତୀୟ ଦିନରେ ଉଭୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି ।

ଲକଡାଉନ୍ ଘୋଷଣା ହେବା ପରେ ଜ୍ୟୋତିରାଦିତ୍ୟ ଦିଲ୍ଲୀରେ ଅଛନ୍ତି । ସେ ତାଙ୍କ ପରିବାର ସହିତ ଦିଲ୍ଲୀର ତାଙ୍କ ବାସଭବନରେ ରହୁଥିଲେ କିନ୍ତୁ ଚାରି ଦିନ ପୂର୍ବରୁ ହଠାତ୍ ଜ୍ୟୋତିରାଦିତ୍ୟଙ୍କୁ କୋରୋନା ଲକ୍ଷଣ ଦେଖା ଯାଇଥିଲା । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନ୍ୟପକ୍ଷରେ, ଗ୍ୱାଲିୟରର ସିନ୍ଧିଆ ପରିବାର ପାଇଁ ଲୋକମାନେ ପ୍ରାର୍ଥନା କରୁଛନ୍ତି । ମଧ୍ୟପ୍ରଦେଶରେ  ଜ୍ୟୋତିରାଦିତ୍ୟଙ୍କ ସମର୍ଥକମାନେ ପାଇଁ ଯଜ୍ଞ କରୁଛନ୍ତି ।