• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

'ମୁଖ୍ୟମନ୍ତ୍ରୀ ଗାଦିରୁ ବିଦା ହେବାପରେ ବିଚଳିତ ହୋଇପଡିଛନ୍ତି କମଲନାଥ'

ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ଜଣେ ମନ୍ତ୍ରୀ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଗାଦି ଯିବା ପରେ ବିଚଳିତ ହୋଇପଡିଛନ୍ତି।     

'ମୁଖ୍ୟମନ୍ତ୍ରୀ ଗାଦିରୁ ବିଦା ହେବାପରେ ବିଚଳିତ ହୋଇପଡିଛନ୍ତି କମଲନାଥ'

ଭୋପାଳ: ଚଳିତ ବର୍ଷ ମଧ୍ୟ ପ୍ରଦେଶର ହେବାକୁ ଥିବା ଉପନିର୍ବାଚନ (MP By Poll 2020) ଲାଗି ଏବେ ପ୍ରଚାର ଜୋରସୋରରେ ଚାଲିଛି। ଉପନିର୍ବାଚନକୁ ନେଇ ରାଜ୍ୟର ଦୁଇ ପ୍ରମୁଖ ଦଳ ଶାସକ ବିଜେପି (BJP) ଓ ବିରୋଧି କଂଗ୍ରେସ(Congress) ମଧ୍ୟରେ ଏବେ ପ୍ରଚାର ଜାରି ସହ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ବାକ୍ୟ ଯୁଦ୍ଧ (Talk War) ଜାରି ରହିଛି। 

ବିରୋଧି କଂଗ୍ରେସ ଲଗାତାର ଭାବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ (MP CM) ଶିବରାଜ ସିଂହ ଚୌହ୍ୱାନ (Shivraj Singh Chouhan)ଙ୍କୁ ଟାର୍ଗେଟ କରୁଥିବା ବେଳେ ଏହାର ପାଲଟା ଜବାବ ଦେବାକୁ ପଛାଇନାହିଁ ଶାସକ ବିଜେପି। ଏହି କ୍ରମରେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାରର ଜଣେ ମନ୍ତ୍ରୀ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ (Ex CM Kamalnath)  ଗାଦି ଯିବା ପରେ ବିଚଳିତ ହୋଇପଡିଛନ୍ତି।     

ଶିବରାଜ ସରକାର (Shivraj Govt)  ମନ୍ତ୍ରୀ ଥିବା ବିଶ୍ୱାସ ସାରଙ୍ଗ (Minister Vishvas Sarang) କହିଛନ୍ତି,"ରାଜ୍ୟରେ କମଲନାଥ ସରକାର ଚାଲିଥିବା ବେଳେ  ତାଙ୍କ ସହ ମାଫିଆ ରହିଥିଲେ। ପୂର୍ବରୁ ଗୋବିନ୍ଦ ସିଂହ ଖଣିଜ ମାଫିଆଙ୍କ କଥା ଉଠାଇଥିଲେ।  ମୁଖ୍ୟମନ୍ତ୍ରୀ ଗାଦିରୁ ବିଦା ହେବାପରେ ବିଚଳିତ ହୋଇପଡିଛନ୍ତି କମଲନାଥ । '
        
ଏହାକୁ ନେଇ ବିଜେପି ଉପରେ ପାଲଟା ଆକ୍ରମଣ କରିବାକୁ ଯାଇ ମଧ୍ୟପ୍ରଦେଶ କଂଗ୍ରେସ ମହାସଚିବ ରାଜୀବ ସିଂହ କହିଛନ୍ତି ନିର୍ବାଚନ ହାରିବା ଭୟରେ ବିଜେପି ବିଚଳିତ ହୋଇପଡିଛି। ଶିବରାଜ ସରକାର ସମୟରେ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ବୋଲି କିଛି ନାହିଁ।     

ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ମଧ୍ୟରେ କଟୁ ଭାଷାର ବ୍ୟବହାର ବଢିବାରେ ଲାଗିଛି। ଗୁରୁବାର କଂଗ୍ରେସ  ନେତା ସଜ୍ଜନ ବର୍ମା, ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭାର୍ଗିୀୟଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ କହିଥିଲେ, "ଶୁଣ ଭାଇ କୈଳାଶ ମୁଁ ସଜ୍ଜନ ବର୍ମା କହୁଛି, ତମର ତାକତ କେତେ? ଯଦି ସେ ନିଜ ଠାରୁ ବଡ ଲୋକ ଉପରେ ଥୁକିବେ ତାହେଲେ ଛେପ ତାଙ୍କ ଉପରେ ପଡିବ। "