)
ମୁମ୍ବାଇ: ଉଦ୍ଧବ ଠାକରେଙ୍କ ସରକାରଙ୍କ ନିର୍ଦ୍ଦେଶରେ ବିଏମସି (Brihan Mumbai Corporation) ମୁମ୍ବାଇର କଙ୍ଗନା ରଣାଓ୍ୱତଙ୍କ କାର୍ଯ୍ୟାଳୟକୁ ଏକ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। କଙ୍ଗନା ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ନଥିବା ସମୟରେ ତାଙ୍କ ଘରକୁ ଭାଙ୍ଗି ଦିଆଯାଇଥିଲା। ଫଳରେ କଙ୍ଗନା ଆଜି ମୁମ୍ବାଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।
କଙ୍ଗନା ଏକ ଟ୍ୱିଟ କରି କହିଛନ୍ତି କି, ତୁମେ ଆଜି ଯାହା କରିଛ ଭଲ କରିଛ। ଉଦ୍ଧବ ତୁମକୁ କଣ ଲାଗୁଛି। ତୁମେ ମୁଭି ମାଫିଆଙ୍କ ସହିତ ମିଶି ମୋ ଘର ଭାଙ୍ଗି ଗୋଟିଏ ବଡ଼ ପ୍ରତିଶୋଧ ହାସଲ କରିଛ। ଆଜି ମୋ ଘର ଭାଙ୍ଗିଛି। କାଲି ତୋର ଗର୍ବ ଭାଙ୍ଗିବ। ଏହା ସମୟର ଚକ। ମନେ ରଖିଥାଅ... ସବୁବେଳେ ସମୟ ସମାନ ରହିନଥାଏ। ମୋତେ ଲାଗୁଛି କି ମୋ ଉପରେ ତୁମେ ଗୋଟିଏ ବଡ଼ ଦୟା କରିଛ। କାରଣ ମୁଁ ଜାଣିଛି କାଶ୍ମିରୀ ପଣ୍ଡିତଙ୍କୁ କିଭଳି ଲାଗିଥିବ। ଆଜି ମୁଁ ତାହାକୁ ଅନୁଭବ କରୁଛି ବୋଲି ସେ କହିଥିଲେ।
ସେ ଆହୁରି ମଧ୍ୟ କହିଥିଲେ କି, ମୁଁ ଦେଶକୁ କଥା ଦେଉଛି କି, ମୁଁ କେବଳ ଅଯୋଧ୍ୟା ଉପରେ ନୁହେଁ, କାଶ୍ମୀରି ମଣ୍ଡିତଙ୍କ ଉପରେ ମଧ୍ୟ ସିନେମା କରିବି। ମୁଁ ଜାଣିଛି ଯେ ମୋ ସହିତ କଣ ହୋଇଛି। କିନ୍ତୁ ମୋ ସହିତ ଯାହା ହୋଇଛି ସେଥିରେ କୌଣସି ମାନେ ନାହିଁ। କିନ୍ତୁ ଉଦ୍ଧବ ଠାକରେ ତୁମେ ଆଜି ଯେଉଁ କ୍ରୁରତା ଦେଖାଇଛି, ଏହା ନିଶ୍ଚିତ ଭାବେ ଆତଙ୍କୀ କାର୍ଯ୍ୟକଳାପରେ ପରିଗଣିତ ହେବ। ଏହା ନିଶ୍ଚିତ ଭାବେ ଭଲ ହୋଇଛି ଯେ ଏହା ମୋ ସହିତ ହୋଇଚି। ଏହାର ନିଶ୍ଚିତ ଭାବେ କିଛି ତ ମାନେ ରଖୁଛି। ଜୟ ହିନ୍ଦ। ଜୟ ମହାରାଷ୍ଟ୍ର ବୋଲି ସେ କହିଥିଲେ।
ସୂଚନା ଯୋଗ୍ୟ ବିଏମସି ପକ୍ଷରୁ ଆଜି ପୂର୍ବାହ୍ଣରେ ବିଏମସି ଡ୍ରୋଜର ନେଇ କଙ୍ଗନାଙ୍କ ଘର ନିକଟରେ ପହଞ୍ଚିଥିଲା। ସେଠାରେ ବେଆଇନ ନିର୍ମାଣ ଦର୍ଶାଇ ତାଙ୍କ ଘରକୁ ଭାଙ୍ଗି ଦେଇଥିଲା। ତେବେ ଏହା ପରେ କଙ୍ଗନାଙ୍କ ସମର୍ଥନରେ ସ୍ଥାନୀୟ ବାସିନ୍ଦାମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେପଟେ ଏହି ଘର ଭାଙ୍ଗିବା ନେଇ ମହାରାଷ୍ଟ୍ର ହାଇକୋର୍ଟ ବିଏମସିକୁ ଜବାବ ତଲବ କରିଛି। ଏବଂ ଘର ଭଙ୍ଗିବା ଉପରେ ରୋକ ଲଗାଇଥିଲେ। ତେବେ ହାଇକୋର୍ଟର ଏହି ନୋଟିସ ସିଧାସଳଖ ଭାବେ ମହାରାଷ୍ଟ୍ର ସରକାରଙ୍କ ବିଫଳତା ବୋଲି ଆଲୋଚନା ହେଉଛି।