Advertisement
Article Detail0/zeeodisha/odisha663408
Zee OdishaOdisha National-Internationalକୋରୋନାକୁ ପରାଜିତ କଲେ କନିକା କପୁର, ରିପୋର୍ଟ ଆସିଲା ନେଗେଟିଭ

କୋରୋନାକୁ ପରାଜିତ କଲେ କନିକା କପୁର, ରିପୋର୍ଟ ଆସିଲା ନେଗେଟିଭ

ଶନିବାର ତାଙ୍କ ପାଇଁ ଆଶ୍ୱସ୍ତି ଖବର ନେଇ ଆସିଛି । କନିକା କପୁରଙ୍କ PGIରେ ପଞ୍ଚମ କୋରୋନା ରିପୋର୍ଟ ନେଗେଟିଭ ବୋଲି ଜଣାପଡିଛି । ଏହାପୂର୍ବରୁ ତାଙ୍କ ରିପୋର୍ଟ କ୍ରମାଗତ ଭାବରେ ପୋଜିଟିଭ ମିଳିଥିଲା । 

କୋରୋନାକୁ ପରାଜିତ କଲେ କନିକା କପୁର, ରିପୋର୍ଟ ଆସିଲା ନେଗେଟିଭ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି କୋରୋନାରେ ସଂକ୍ରମିତ ଅଛନ୍ତି ବଲିଉଡ ଗାୟିକା କନିକା କପୁର । ଆଜି ଅର୍ଥାତ ଶନିବାର ତାଙ୍କ ପାଇଁ ଆଶ୍ୱସ୍ତି ଖବର ନେଇ ଆସିଛି । କନିକା କପୁରଙ୍କ PGIରେ ପଞ୍ଚମ କୋରୋନା ରିପୋର୍ଟ ନେଗେଟିଭ ବୋଲି ଜଣାପଡିଛି । ଏହାପୂର୍ବରୁ ତାଙ୍କ ରିପୋର୍ଟ କ୍ରମାଗତ ଭାବରେ ପୋଜିଟିଭ ମିଳିଥିଲା । ଏଭଳି ପରିସ୍ଥିତିରେ କନିକା ଏବଂ ତାଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି ମିଳିଛି ।

ଏଠାରେ କହି ରଖୁଛୁ ଯେ, କନିକା କପୁରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଥର କୋରୋନା ପରୀକ୍ଷା କରାଯାଇଛି । ଗୋଟିଏ ପରୀକ୍ଷା KGMUରେ ହୋଇଥିବା ବେଳେ ଅବଶିଷ୍ଟ ପାଞ୍ଚଟି ପରୀକ୍ଷା PGIରେ କରାଯାଇଥିଲା । ନିକଟ ଅତୀତରେ କରାଯାଇଥିବା ଏକ ପରୀକ୍ଷଣରେ କନିକା କପୁରଙ୍କ ମଧ୍ୟରେ କୋରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା । ଯଦି କନିକା କପୁରଙ୍କ କୋରୋନା ଟେଷ୍ଟ ଆଉ ଥରେ ନେଗେଟିଭ ମିଳେ, ତେବେ ତାଙ୍କୁ ଡିସଚାର୍ଜ କରିବାକୁ ନିଷ୍ପତ୍ତି ନିଆଯାଇପାରେ ।

ତେବେ କନିକା କପୁରଙ୍କ ଅବସ୍ଥା ସୁଧାର ଆସୁଛି ବୋଲି ପୂର୍ବରୁ ପିଜିଆଇ ନିର୍ଦ୍ଦେଶକ ଆର.କେ ଧିମନ ସୂଚନା ଦେଇଥିଲେ । ସେ କହିଥିଲେ ଯେ, କନିକା କପୁରଙ୍କ ଅବସ୍ଥା ଏବେ ସ୍ୱାଭାବିକ ରହିଛି । ସେ ସାମାନ୍ୟ ଖାଦ୍ୟ ଖାଉଛନ୍ତି ଏବଂ ପିଉଛନ୍ତି । ତାଙ୍କ ମଧ୍ୟରେ କୋରୋନାର କୌଣସି ଗମ୍ଭୀର ଲକ୍ଷଣ ଦେଖାଯାଉ ନାହିଁ । କିନ୍ତୁ ସେତେବେଳେ କନିକା କପୁରଙ୍କୁ କୋରୋନା ପଜିଟିଭ୍ ମିଳିଥିଲା, ତେଣୁ ତାଙ୍କ ପରିବାର ବହୁତ ଚିନ୍ତାରେ ଥିଲା । କିନ୍ତୁ ବର୍ତ୍ତମାନ କନିକା କପୁରଙ୍କ ଅବସ୍ଥା ସୁଧୁରୁଛି ଏବଂ ତାଙ୍କ ପ୍ରଥମ ଥର ପାଇଁ କୋରୋନା ନେଗେଟିଭ ବୋଲି ଜଣାପଡିଛି ।

Add Zee News as a Preferred Source

ଏପରି ପରିସ୍ଥିତିରେ ଯଦି କନିକାଙ୍କ ପୁନର୍ବାର କୋରୋନା ନେଗେଟିଭ୍ ମିଳେ, ତେବେ ସେ ଶୀଘ୍ର ଘରକୁ ଯିବାର ସୁଯୋଗ ପାଇପାରନ୍ତି  । କନିକା ନିଜେ ମଧ୍ୟ ତାଙ୍କ ଘରକୁ ବହୁତ ମନେ ପକାଉଛନ୍ତି । କିଛି ସମୟ ପୂର୍ବରୁ କନିକା ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଛନ୍ତି - ମୁଁ ଶୋଇବାକୁ ଯାଉଛି । ତୁମ ସମସ୍ତଙ୍କୁ ମୋର ପ୍ରେମ ପଠାଉଛି । ସୁରକ୍ଷିତ ରୁହନ୍ତୁ । ଆପଣମାନେ ମୋର ଚିନ୍ତା କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ । କିନ୍ତୁ ମୁଁ ଆଇସିୟୁରେ ନାହିଁ । ମୁଁ ଭଲ ଅଛି । ମୋ ପିଲା ଏବଂ ପରିବାର ପାଖକୁ ଯିବାକୁ ଅପେକ୍ଷା କରିଛି । ମୁଁ ସେମାନଙ୍କୁ ବହୁତ ମିସ୍ କରେ । 

About the Author