କାନପୁର ଏନକାଉଣ୍ଟର: ବିକାଶ ଦୁବେର ୩ ସହଯୋଗ ଗିରଫ

କାନପୁରର ଏନକାଉଣ୍ଟର ଘଟଣାର ମୁଖ୍ୟ ଖଳନାୟକ ବିକାଶ ଦୁବେର ୩ ସହଯୋଗୀଙ୍କୁ ଫରିଦାବାଦରୁ ମଙ୍ଗଳବାର ରାତିରେ ଗିରଫ କରିଛି ହରିୟାଣ ପୋଲିସ। 

କାନପୁର ଏନକାଉଣ୍ଟର: ବିକାଶ ଦୁବେର ୩ ସହଯୋଗ ଗିରଫ

ଲକ୍ଷ୍ନୌ: ଚଳିତ ମାସ ୨-୩ ତାରିଖ ମଧ୍ୟରାତ୍ରୀରେ ଉତ୍ତର ପ୍ରଦେଶରେ କାନପୁରରେ ହୋଇଥିବା ଏନକାଉଣ୍ଟର ଘଟଣାର ମୁଖ୍ୟ ଖଳନାୟକ ବିକାଶ ଦୁବେର ୩ ସହଯୋଗୀଙ୍କୁ ଫରିଦାବାଦରୁ ମଙ୍ଗଳବାର ରାତିରେ ଗିରଫ କରିଛି ହରିୟାଣ ପୋଲିସ। ଅନ୍ୟପଟେ ତାକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସର ୧୦୦ ଟିମ ଅପରେସନ ଜାରି ରଖିଛି ।         

ବୁଧବାର ହମିରପୁରରେ ୟୁପି ପୋଲିସ ସହ ହୋଇଥିବା ଏନକାଉଣ୍ଟରରେ ବିକାଶ ଦୁବେର ଅନ୍ୟତମ ସହଯୋଗୀ ଅମର ଦୁବେ ଟଳି ପଡିଛି । ଏହି ଏନକାଉଣ୍ଟରରେ ଉତ୍ତରପ୍ରଦେଶ ପୋଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦ୍ୱାରା କରାଯାଇଥିଲା।

ଜୁଲାଇ ୩ ତାରିଖରେ, ଦୁବେ ଗ୍ୟାଙ୍ଗ ସଦସ୍ୟଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ କାନପୁରର ଚୌବେପୁର ଥାନା ଅଧିନସ୍ଥ ବିକରୁ ଗ୍ରାମରେ ପୋଲିସ ଉପରେ ହୋଇଥିବା ଅତର୍କିତ ଆକ୍ରମଣରେ ଡିଏସପି ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ପୋଲିସକର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ସମେତ ଅନ୍ୟ ୭ ଆହତ ହୋଇଛନ୍ତି। ଏ ଘଟଣାରେ ବ୍ୟବହୃତ ହେଉଥିବା ଏକ ବନ୍ଧୁକକୁ ଜବତ କରାଯାଇଛି। 

ବିକାଶ ଦୁବେ ଖୋଜୁଥିବା ୟୁପି ପୋଲିସ, ହରିୟାଣା ପୋଲିସ ସହ ଯୋଗାଯୋଗରେ ଅଛି। ତାକୁ ଧରିବା ପାଇଁ ହରିୟାଣା, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।