ଆଇପିଏଲ୍ ବେଟିଂରେ ବିଜେପି ବିଧାୟକ ଲିଙ୍କ୍! ଘରୁ ଗଡି ଟେକିନେଲା ପୋଲିସ
Advertisement

ଆଇପିଏଲ୍ ବେଟିଂରେ ବିଜେପି ବିଧାୟକ ଲିଙ୍କ୍! ଘରୁ ଗଡି ଟେକିନେଲା ପୋଲିସ


ଆଇପିଏଲ୍ ବେଟିଂ ଲିଙ୍କ ମାମଲାରେ କାଲବୁର୍ଗି ରୁରାଲ ବିଧାୟକ ବାସଭରାଜ ମାଟ୍ଟିମୁଡଙ୍କ ପତ୍ନୀଙ୍କ କାର ଉଠାଇ ନେଲା ମହାରାଷ୍ଟ୍ର ପୋଲିସ।

କାଲବୁର୍ଗି ରୁରାଲ ବିଧାୟକ ବାସଭରାଜ ମାଟ୍ଟିମୁଡ

ପାନାଜୀ: ଆଇପିଏଲ୍ ସରିବାର ୪ ଦିନ ପରେ ବିଜେପି ବିଧାୟକଙ୍କ ବାସଭବନରେ ରେଡ୍। ଆଇପିଏଲ ବ୍ୟାଟିଂରେ ଲିଙ୍କ ନେଇ ଜବତ ହୋଇଛି ତାଙ୍କର ପତ୍ନୀଙ୍କ କାର। ଏଭଳି ଏକ ଘଟଣା କର୍ଣ୍ଣାଟକର କାଲବୁର୍ଗିରେ ଦେଖିବାକୁ ମିଳିଛି। ମହାରାଷ୍ଟ୍ର ପୋଲିସ କାଲବୁର୍ଗି ରୁରାଲ ବିଧାୟକ ବାସଭରାଜ ମାଟ୍ଟିମୁଡଙ୍କ ପତ୍ନୀଙ୍କ କାର ଉଠାଇ ନେଇଛି।

ସୂଚନା ପ୍ରକାରେ ଗତ ରବିବାର କାଲବୁର୍ଗିର ଏକ ଘରେ ସୋଲାପୁର ସିଟି କ୍ରାଇମବ୍ରାଞ୍ଚ ଟିମ ଚଢଉ କରିଥିଲା। ଆଇପିଏଲ ବ୍ୟାଟିଂ ଅଭିଯୋଗରେ ସେଠାରୁ ୪ଟି ଲାପଟପ, ୧୩ଟି ମୋବାଇ ଓ ନଗଦ ୩୮ ଲକ୍ଷ ଟଙ୍କା ସହ ୨ ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଘଟଣା ସ୍ଥଳରୁ ବିଧାୟକ ପତ୍ନୀ ଜୟଶ୍ରୀଙ୍କ ଭାଇ ଗୋରଖନାଥ ଚମ୍ପଟ ମାରିଥିଲେ। ଏହି ମାମଲାରେ ଶନିବାର ବିଧାୟକ ବାସଭରାଜ ମାଟ୍ଟିମୁଡଙ୍କ ପତ୍ନୀଙ୍କ କାର ଜବତ କରାଯାଇଛି।

ସେପେଟେ, ବିଧାୟକ ବାସଭରାଜ କହିଛନ୍ତି ଯେ, ତାଙ୍କ ଘରେ ଚଢଉ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନଥିଲା। ଘଟଣା ବେଳେରେ ଘରେ ଅନୁପସ୍ଥିତ ଥିଲେ। ବେଟିଂରେ ତାଙ୍କର କୌଣସି ଲିଙ୍କ ନାହିଁ। ତାଙ୍କ ପତ୍ନୀଙ୍କ ଜବତ ଗାଡିକୁ ଅନେକ ସମୟରେ ତାଙ୍କ ଶାଳକ ବ୍ୟବହାର କରୁଥିଲେ। ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ବିଧାୟକ ଅଭିଯୋଗ କରିଛନ୍ତି। 

ନଭେମ୍ବର ୮ରେ ଆଇପିଏଲର ୨ୟ କ୍ୱାଲିଫାୟର ମ୍ୟାଚ ଦିଲ୍ଲୀ ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଥିଲା। ଏହି ସମୟରେ ଏମବି ନଗର ଥାନା ଅଞ୍ଚଳରେ ବ୍ୟାଟିଂ ଚାଲିଥିବା ନେଇ ସୋଲାପୁର କ୍ରାଇମବ୍ରାଞ୍ଚଙ୍କୁ ସୂଚନା ମିଳିଥିଲା। ପରେ ଏକ ଟିମ ଏକ ଘରେ ରେଡ୍ କରିଥିଲା।