ମୋତେ ୧୦୦ ପ୍ରତିଶତ ବିଶ୍ୱାସ ଯେ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ମାମଲା ବୃଦ୍ଧି ପାଇବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
Trending Photos
)
ବେଙ୍ଗାଲୁରୁ: କର୍ଣ୍ଣାଟକରେ କୋରୋନା ଭାଇରସ ସଂକ୍ରମିତ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ଯାଏ ରାଜ୍ୟରେ ୪୭,୦୦୦ରୁ ଅଧିକ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ତାଲିକାରେ ଗୁଜୁରାଟକୁ ପଛରେ ପକାଇ କର୍ଣ୍ଣାଟକ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଏଭଳି ପରିସ୍ଥିତିରେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁଙ୍କ ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟର ସ୍ୱାସ୍ଥ୍ୟର ଦାୟିତ୍ୱ ଯାହାଙ୍କ ହାତରେ ରହିଛି, ସେହି ସ୍ୱାସ୍ଥ୍ୟମନ୍ତ୍ରୀ ବୁଧବାର କହିଛନ୍ତି ଯେ, ବର୍ତ୍ତମାନ କୋରୋନା ଭାଇରସରୁ ଆମକୁ କେବଳ ଭଗବାନ ହିଁ ରକ୍ଷା କରିପାରିବେ । ସାମ୍ବାଦିକମାନଙ୍କୁ ସମ୍ୱୋଧନ କରି ୪୮ ବର୍ଷୀୟ ବିଜେପି ନେତା କହିଛନ୍ତି ଯେ, ସାରା ବିଶ୍ୱରେ କୋରୋନା ଭାଇରସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆମେ ସମସ୍ତେ ସତର୍କ ହେବା ଉଚିତ୍ । ଆପଣ କ୍ଷମତାରେ ରୁହନ୍ତୁ କିମ୍ବା ବିରୋଧୀରେ, ଧନୀ କିମ୍ବା ଗରିବ ହୁଅନ୍ତୁ । ଭାଇରସ କୌଣସି ଭେଦଭାବ କରେନାହିଁ ।
ମୋତେ ୧୦୦ ପ୍ରତିଶତ ବିଶ୍ୱାସ ଯେ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ମାମଲା ବୃଦ୍ଧି ପାଇବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଲୋକମାନେ ଅଭିଯୋଗ କରିପାରନ୍ତି ଯେ ସରକାରଙ୍କ ଅବହେଳା କିମ୍ବା ମନ୍ତ୍ରୀଙ୍କ ମଧ୍ୟରେ ସହଯୋଗ ନହେବା କାରଣରୁ ଏହି ସବୁ ଘଟୁଛି । କିନ୍ତୁ ଏହା ସତ୍ୟଠାରୁ ବହୁ ଦୂରରେ । ବର୍ତ୍ତମାନ କେବଳ ଭଗବାନ ହିଁ ଆମକୁ କୋରୋନାରୁ ରକ୍ଷା କରିପାରିବେ ।
ଏହି ମନ୍ତବ୍ୟ ପରେ କଂଗ୍ରେସ ନେତା ଡି.କେ ଶିବକୁମାର ବିଏସ ୟେଦୁରୁପ୍ପା ସରକାର ଉପରେ ବର୍ଷିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ କର୍ଣ୍ଣାଟକକୁ କେବଳ ଭଗବାନ ହିଁ ରକ୍ଷା କରିପାରିବେ । ତାଙ୍କ ବୟାନରୁ ଜଣାପଡୁଛି ଯେ ୟେଦୁରୁପ୍ପା ସରକାର କୋଭିଡ ସଙ୍କଟ ମୁକାବିଲା କରିବାରେ ବିଫଳ ହୋଇଛନ୍ତି । ଯିଏ ମହାମାରୀକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତ, ସେହି ସରକାରଙ୍କ କ’ଣ ଆବଶ୍ୟକତା? ଏହି ସରକାରର ଅପାରଗତା ଲୋକମାନଙ୍କୁ ଇଶ୍ବରଙ୍କ ଭରସାରେ ଛାଡ଼ି ଦେଇଛି ।