ଏହି ରାଜ୍ୟରେ ଲାଗିଲା ୧୪ ଦିନ ପାଇଁ ଲକଡାଉନ୍, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ ?
Advertisement

ଏହି ରାଜ୍ୟରେ ଲାଗିଲା ୧୪ ଦିନ ପାଇଁ ଲକଡାଉନ୍, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ ?

କ୍ୟାବିନେଟ ବୈଠକ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରୁପ୍ପା (Karnataka CM BS Yeddyurappa) ଲକଡାଉନ୍ ଲଗାଇବାର ଘୋଷଣା କରିଛନ୍ତି ।

ଏହି ରାଜ୍ୟରେ ଲାଗିଲା ୧୪ ଦିନ ପାଇଁ ଲକଡାଉନ୍, ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ରହିବ ବନ୍ଦ ?

ବେଙ୍ଗାଲୁରୁ: Karnataka Lockdown Update: ଦ୍ରୁତ ଗତିରେ ବଢୁଥିବା କୋରୋନା (Coronavirus) ମାମଲା ମଧ୍ୟରେ କର୍ଣ୍ଣାଟକ (Karnataka) ରେ ଦୁଇ ସପ୍ତାହର କଡା ଲକଡାଉନ୍ (Lockdown) ଲଗାଯାଇଛି । କର୍ଣ୍ଣାଟକରେ ଏପ୍ରିଲ ୨୭ ରାତି ୯ଟାରୁ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଲକଡାଉନ୍ (Lockdown) ଲାଗୁ ରହିବ । କ୍ୟାବିନେଟ ବୈଠକ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରୁପ୍ପା (Karnataka CM BS Yeddyurappa) ଲକଡାଉନ୍ ଲଗାଇବାର ଘୋଷଣା କରିଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ଲହରୀ ପାଇଁ ନିର୍ବାଚନ ଆୟୋଗକୁ ଦାୟୀ କଲେ ମାଡ୍ରାସ ହାଇକୋର୍ଟ, କହିଲେ- 

ସରକାରଙ୍କ ଦ୍ୱାରା ଦିଆଯାଇଥିବା ଆଦେଶ ପରେ କେବଳ ଜରୁରୀ ସେବାଗୁଡିକ ସକାଳ ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ଅନୁମତି ରହିବ । ରାତି ୧୦ଟା ପରେ ଦୋକାନ ବନ୍ଦ ରହିବ । ଏହା ବ୍ୟତୀତ କେବଳ ନିର୍ମାଣ, ଉତ୍ପାଦନ ଏବଂ କୃଷି କ୍ଷେତ୍ରକୁ ଅନୁମତି ଦିଆଯାଇଛି । ଏହି ସମୟ ମଧ୍ୟରେ ସାର୍ବଜନୀନ ପରିବହନ ମଧ୍ୟ ବନ୍ଦ ରହିବ ।

ଅଧିକ ପଢ଼ନ୍ତୁ:-ଏବେ RCB ପାଇଁ ଆସିଲା ଖରାପ ଖବର, IPL ରୁ ବାହାର ହେଲେ ଏହି ୨ ଖେଳାଳି

ଏଠାରେ କହି ରଖୁଛୁ ଯେ, ରବିବାର ଦିନ ରାଜ୍ୟରେ ୩୪,୮୦୪ ନୂଆ କୋରୋନା ମାମଲା ଆସିବା ସହିତ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୩.୩୯ ଲକ୍ଷକୁ ବୃଦ୍ଧି ପାଇଛି । ଏଥିସହ ଗୋଟିଏ ଦିନରେ ୧୪୩ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ପରେ କୋରୋନାରେ ଜୀବନ ହରାଇଥିବା ଲୋକଙ୍କ ସଂଖ୍ୟା ୧୪,୪୨୬କୁ ବୃଦ୍ଧି ପାଇଛି ।