Advertisement
Article Detail0/zeeodisha/odisha859170

SEX CD ଖାଇଗଲା ମନ୍ତ୍ରୀ ପଦ

ମନ୍ତ୍ରୀ ଜଣେ ମହିଳାଙ୍କୁ ସରକାରୀ ଚାକିରୀର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି ।

SEX CD ଖାଇଗଲା ମନ୍ତ୍ରୀ ପଦ

ବେଙ୍ଗାଲୁରୁ: ହରଡ଼ଘଣାରେ କର୍ଣ୍ଣାଟକର ୟେଦୁରପ୍ପା ସରକାର । ଯୌନ ଶୋଷଣ ଅଭିଯୋଗରେ କର୍ଣ୍ଣାଟକ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରୀ ରମେଶ ଜାର୍କିହୋଲି ଇସ୍ତଫା ଦେବା ପରେ ଏବେ ଆକ୍ସନ ମୁଡରେ ରାଜ୍ୟରେ ବିରୋଧୀ ଦଳ । କାରଣ ଉକ୍ତ ମନ୍ତ୍ରୀ ଜଣେ ମହିଳାଙ୍କୁ ସରକାରୀ ଚାକିରୀର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ତେବେ ଏହି ଅନ୍ତରଙ୍ଗ ସମୟର ଭିଡିଓ ଜଣେ ସାମାଜିକ କର୍ମୀ ଜାରି କରିବା ପରେ ରାଜ୍ୟରେ ଏବେ ହଇଚଇ ସୃଷ୍ଟି ହୋଇଛି ।

ମନ୍ତ୍ରୀଙ୍କ ବିରୋଧରେ ପ୍ରତିବାଦ ଜୋରଦାର ହେବାରୁ ଶେଷରେ ଜଳ ସମ୍ପଦ ମନ୍ତ୍ରୀ (Water Resources Minister) ରମେଶ ଜାର୍କିହୋଲି (Ramesh Jarkiholi) ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ଓ ରାଜ୍ୟପାଳ ଭାଜୁଭାଇ ବାଲ୍ଲାଙ୍କ ନିକଟକୁ ପଠାଇଦେଇଛନ୍ତି । ଏବଂ ଏହି ଇସ୍ତଫା ପତ୍ରରେ ଲେଖାଯାଇଛି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ସେ ନିର୍ଦ୍ଦୋଷ, ହେଲେ ଏହି ଘଟଣାରେ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କହିଛନ୍ତି ।

Also Read: ଭାରତ-ପାକିସ୍ତାନ ମଧ୍ୟରେ ଦୂରତା ହ୍ରାସ କରୁଛି Pawri ଡାଇଲଗ

Add Zee News as a Preferred Source

ତେବେ ଇସ୍ତଫା ଦେବା ସମୟରେ ପଦ ଛାଡ଼ିଥିବା ଜଳ ସମ୍ପଦ ମନ୍ତ୍ରୀ ରମେଶ ଜାର୍କିହୋଲି  (Ramesh Jarkiholi) କହିଛନ୍ତି ଯେ, ଏହା ବିରୋଧୀଙ୍କ ଏକ ଚାଲ୍ । କାରଣ ଆଗକୁ ୫ଟି ରାଜ୍ୟର ମତଦାନ । ଦଳକୁ ବଦନାମ କରିବାକୁ ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି । ଏହା ଏକ ନକଲି ଭିଡିଓ । ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଇଛନ୍ତି ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ସେ ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି କହିଛନ୍ତି ।

About the Author