ଏହି ଘଟଣା ମହିଶୂର ନିକଟରେ ଅବସ୍ଥିତ ଚାମରାଜନଗର ଜିଲ୍ଲାରୁ ଆସିଛି । ୪ ଦିନ ପୂର୍ବେ ଜଣେ ୪୪ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ବଣୁଆ ଜନ୍ତୁ ଆକ୍ରମଣ କରି ମାରିଦେଇଥିଲା । ମୃତକ ଜଣକ ମାନସିକ ସ୍ତରରେ ଦୁର୍ବଳ ଥିଲେ ।
Trending Photos
ବେଙ୍ଗାଲୁରୁ: କୋରୋନା ଭାଇରସ ଲକଡାଉନ୍ ଯୋଗୁଁ ଦେଶରେ ଆତଙ୍କର ପରିବେଶ ଦେଖାଦେଇଛି । ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସମୟରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ୩ ଜଣ ପୋଲିସ କର୍ମୀ ମାନବତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ଜଣେ ମାନସିକ ରୋଗୀଙ୍କ ମୃତ୍ୟୁ ହୋଇଥିଲା । କୋରୋନା ଆତଙ୍କରେ ତାଙ୍କ ପରିବାର ମୃତଦେହ ନେବାକୁ ମନା କରିଦେଇଥିଲେ । ଯାହା ପରେ ସେହି ପୋଲିସ କର୍ମୀମାନେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିଥିଲେ ।
ଏହି ଘଟଣା ମହିଶୂର ନିକଟରେ ଅବସ୍ଥିତ ଚାମରାଜନଗର ଜିଲ୍ଲାରୁ ଆସିଛି । ୪ ଦିନ ପୂର୍ବେ ଜଣେ ୪୪ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ବଣୁଆ ଜନ୍ତୁ ଆକ୍ରମଣ କରି ମାରିଦେଇଥିଲା । ମୃତକ ଜଣକ ମାନସିକ ସ୍ତରରେ ଦୁର୍ବଳ ଥିଲେ । ଏହି କ୍ଷେତ୍ରରେ ପଶୁମାନେ ମଣିଷ ଉପରେ ଆକ୍ରମଣ କରୁଥିବା ଘଟଣା ପ୍ରାୟତଃ ଦେଖିବାକୁ ମିଳିଥାଏ । ପୋଷ୍ଟ ମର୍ଟମ ପରେ ମୃତକଙ୍କ ସମ୍ପର୍କୀୟମାନେ ମୃତଦେହ ନେବାକୁ ମନା କରିଦେଇଥିଲେ ।
ଏହା ପରେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ମାଦେ ଗୌଡା ଏବଂ ଅନ୍ୟ ୨ ଜଣ ପୋଲିସ କର୍ମୀ ମୃତଦେହର ଅନ୍ତିମ ସଂସ୍କା କରିବାକୁ ନିଷ୍ପତ୍ତି ନେଇଥିଲେ । ସେମାନେ ସମ୍ଭାବ୍ୟ ହିନ୍ଦୁ ରୀତିନୀତି ସହିତ ଅନ୍ତିମ ସଂସ୍କାର କରିଥିଲେ । ଏହି ଅବସରରେ କୌଣସି ପୁରୋହିତ ଉପସ୍ଥିତ ନଥିଲେ । ୩ ଜଣ ପୋଲିସ ଗାତ କରି ମୃତଦେହକୁ କବର ଦେଇଥିଲା । ମାଦେ ଗୌଡ଼ା ମୃତଦେହକୁ ଘୋଡ଼ାଇବା ପାଇଁ କଫିନ ଆଣିଥିଲେ ।
୩ ଜଣ ପୋଲିସ ମୃତଦେହକୁ ସେଠାରେ ପୋତି ଦେଇଥିଲେ । ଗୌଡା ମଧ୍ୟ କବର ଉପରେ ଧୂପକାଠି ଲଗାଇ ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଚାମରାଜନଗର ପୂର୍ବ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ସୁନୀଲ ଏହି ବିଷୟରେ କହିଛନ୍ତି ଯେ, 'ମୃତକଙ୍କ ମାନସିକ ଅବସ୍ଥା ଭଲ ନଥିଲା । ତିନି ଦିନ ପୂର୍ବେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଏବଂ ଅନ୍ୟ ପୋଲିସ କର୍ମଚାରୀ ମୃତଦେହର କବର ଦେଇଥିଲେ।