କୋରୋନା ମୁକାବିଲା ପାଇଁ ୧ କୋଟି ଦାନ କଲେ କାର୍ତ୍ତିକ ଆର୍ୟନ
Advertisement

କୋରୋନା ମୁକାବିଲା ପାଇଁ ୧ କୋଟି ଦାନ କଲେ କାର୍ତ୍ତିକ ଆର୍ୟନ

କୋରୋନା ମୁକାବିଲା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଦାନ କରିଥିଲେ 

କୋରୋନା ମୁକାବିଲା ପାଇଁ ୧ କୋଟି ଦାନ କଲେ କାର୍ତ୍ତିକ ଆର୍ୟନ

ମୁମ୍ୱାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ମଧ୍ୟ ପିଏମ୍ କେୟାରସ୍ ପାଣ୍ଠିରେ ଏକ କୋଟି ଟଙ୍କା ଦାନ କରିଛନ୍ତି ।  ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, 'ଏହି ସମୟରେ ଆମ ସମସ୍ତଙ୍କୁ ଦେଶ ସହ ଏକାଠି ଠିଆ ହେବା ଆବଶ୍ୟକ । ମୁଁ ଯାହା ଅଛି, ମୁଁ ଯାହା ଅର୍ଜନ କରିଛି ତାହା ଏହି ଦେଶର ଲୋକଙ୍କ ଯୋଗୁଁ ହୋଇପାରିଛି ଏବଂ ମୁଁ ଆମ ସମସ୍ତଙ୍କ ପାଇଁ PM CARES Fundରେ ୧ କୋଟି ଟଙ୍କା ଯୋଗଦାନ କରୁଛି । ମୁଁ ମୋର ଦେଶବାସୀଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ନିବେଦନ କରୁଛି ।

ଏହାପୂର୍ବରୁ କୋରୋନା ମୁକାବିଲା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଦାନ କରିଥିଲେ । ସେହିପରି ବରୁଣ ଧୱନ, ଶିଲ୍ପା ସେଟ୍ଟି, କପିଳ ଶର୍ମା ସମେତ ବହୁତ ଷ୍ଟାର୍ସ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅନ୍ୟପଟେ ଜାଭେଦ ଅଖତର, ସଲମାନ ଖାନ, ରବି କିଶନ ଆଦି ନିଜ ନିଜ ଇଚ୍ଛାନୁସାରେ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି ।

କାର୍ତ୍ତିକଙ୍କ ଏହି ପଦକ୍ଷେପକୁ ତାଙ୍କ ପ୍ରଶଂସକମାନେ ପ୍ରଶଂସା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି- 'ଭଲ କାମ କାର୍ତ୍ତିକ, ଆପଣଙ୍କ ପାଇଁ ସମ୍ମାନ ବୃଦ୍ଧି ପାଇଛି, ଏହା କେବଳ ଟଙ୍କା ବିଷୟରେ ନୁହେଁ, କଥା ମହତ ଉଦ୍ଦେଶ୍ୟର ହୋଇଥାଏ ।' ଅନ୍ୟ ଏକ ୟୁଜର୍ସ ଲେଖିଛନ୍ତି, 'ନମସ୍କାର ଆପଣ ଏକ ସ୍ୱୟଂ ନିର୍ମିତ ତାରକା ପରି ଏତେ ରୋଜଗାର କରିବାକୁ କଠିନ ପରିଶ୍ରମ କରିଛ । କ୍ୟାରିୟରର ଏହି ପର୍ଯ୍ୟାୟରେ ଏକ କୋଟି ଦାନ କରିବାକୁ ଏକ ବଡ଼ ହୃଦୟର ଆବଶ୍ୟକତା ରହିଛି ।