Advertisement
Article Detail0/zeeodisha/odisha696209
Zee OdishaOdisha National-Internationalଦିଲ୍ଲୀରେ କୋରୋନା ଟେଷ୍ଟିଂ ବଢ଼ାଇବାକୁ ଆଦେଶ ଦେଲେ କେଜ୍ରିୱାଲ ସରକାର

ଦିଲ୍ଲୀରେ କୋରୋନା ଟେଷ୍ଟିଂ ବଢ଼ାଇବାକୁ ଆଦେଶ ଦେଲେ କେଜ୍ରିୱାଲ ସରକାର

ଆଦେଶରେ ଏହାସ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ, ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ନମୁନାକୁ କଡାକଡି ଭାବେ ଗ୍ରହଣ କରାଯିବା ଉଚିତ । ଆରଟି- PCR ଆପ ବିନା କୌଣସି ନମୁନା ନିଆଯିବ ନାହିଁ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପରିସ୍ଥିତିର ସମୀକ୍ଷା କରିବା ପାଇଁ ନିକଟରେ ଦିଲ୍ଲୀ ସରକାର ସହ କେନ୍ଦ୍ର ସରକାର ଏକ ବୈଠକ କରିଥିଲେ । ଯେଉଁଥିରେ କେନ୍ଦ୍ର ସରକାର ଦିଲ୍ଲୀରେ କୋରୋନା ପରୀକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଦିଲ୍ଲୀ ସରକାର ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ସରକାରୀ ଓ ଘରୋଇ ଲ୍ୟାବକୁ ଦିଆଯାଇଥିବା ଏହି ଆଦେଶରେ କୁହାଯାଇଛି, ଲ୍ୟାବ ପୂର୍ଣ୍ଣ ସମ୍ଭାବନା ସହିତ କାମ କରୁ । ଆପଣଙ୍କର ପରୀକ୍ଷା କ୍ଷମତା ମଧ୍ୟ ଅତିଶୀଘ୍ର ବୃଦ୍ଧି କରନ୍ତୁ । ଯାହା ଦ୍ୱାରା ଚାହିଦା ପୂରଣ ହୋଇପାରିବ । ସର୍ବାଧିକ ସଂଖ୍ୟକ ନମୁନା ପାଇଁ କୌଣସି ସୀମା ନାହିଁ । ଯାହା ବ୍ୟକ୍ତିଗତ ଲ୍ୟାବରେ ପରୀକ୍ଷା ପାଇଁ ପଠାଯାଇପାରିବ । କିନ୍ତୁ ସେମାନଙ୍କୁ ୨୪ରୁ ୪୮ ଘଣ୍ଟାରେ ଫଳାଫଳ ଦେବାକୁ ପଡିବ ।

ଆଦେଶରେ ଏହାସ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ, ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ନମୁନାକୁ କଡାକଡି ଭାବେ ଗ୍ରହଣ କରାଯିବା ଉଚିତ । ଆରଟି- PCR ଆପ ବିନା କୌଣସି ନମୁନା ନିଆଯିବ ନାହିଁ । ଉଲ୍ଲେଖନୀୟ କଥା ହେଉଛି, ଦିଲ୍ଲୀରେ କୋରୋନା ନମୁନା ପରୀକ୍ଷା କରିବାକୁ ସମୁଦାୟ ୪୨ଟି ଲ୍ୟାବ ଅଛି । ସେଥିମଧ୍ୟରୁ ୧୮ଟି ସରକାରୀ ଓ ୨୪ଟି ବେସରକାରୀ । ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଦିଲ୍ଲୀରେ ଦୈନିକ ୧୦ ହଜାର ପରୀକ୍ଷା ହେବ । ଯାହା ଦିଲ୍ଲୀରେ କୋରୋନା ସଂକ୍ରମଣର ସଠିକ୍ ସ୍ଥିତି ଆକଳନ କରିବାକୁ ୬ ଦିନ ପରେ ୧୫ ହଜାର ପରୀକ୍ଷାକୁ ବୃଦ୍ଧି କରାଯିବ । 

Add Zee News as a Preferred Source
About the Author