ଏହି ରାଜ୍ୟର କର୍ମଚାରୀଙ୍କୁ ବଡ଼ ଝଟକା, ୨୫ ପ୍ରତିଶତ କଟିବ ଦରମା
Advertisement
Article Detail0/zeeodisha/odisha674738

ଏହି ରାଜ୍ୟର କର୍ମଚାରୀଙ୍କୁ ବଡ଼ ଝଟକା, ୨୫ ପ୍ରତିଶତ କଟିବ ଦରମା

ରାଜ୍ୟ ଅର୍ଥମନ୍ତ୍ରୀ ଟିଏମ ଥୋମାସ କହିଛନ୍ତି ଯେ, ଏହି ନିୟମ ଅନୁଯାୟୀ ରାଜ୍ୟ କର୍ମଚାରୀଙ୍କ କର୍ମଚାରୀଙ୍କ ବେତନର ୨୫ ପ୍ରତିଶତ କଟାଯିବ । ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ପାଖରେ ୨୫ ପ୍ରତିଶତ ବେତନ କାଟିବାର ଅଧିକାର ରହିଛି । ଅବଶ୍ୟ ପରେ ଏହି କଟାଯାଇଥିବା ଦରମା କର୍ମଚାରୀମାନଙ୍କୁ ଫେରସ୍ତ କରାଯିବ ।

ଏହି ରାଜ୍ୟର କର୍ମଚାରୀଙ୍କୁ ବଡ଼ ଝଟକା, ୨୫ ପ୍ରତିଶତ କଟିବ ଦରମା

ନୂଆଦିଲ୍ଲୀ: କୋରୋନା ଭାଇରସ ଯୋଗୁଁ ସାରା ଦେଶରେ ଦେଖାଦେଇଛି ସଙ୍କଟ । ଏହି ସଙ୍କଟର ମୁକାବିଲା ପାଇଁ କେନ୍ଦ୍ର ସମେତ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହା ଅନ୍ତର୍ଗତ ପ୍ରତିଦିନ ନୂଆ ନୂଆ ଘୋଷଣା ସବୁ କରାଯାଉଛି । ଏହି କ୍ରମରେ କର୍ମଚାରୀଙ୍କ ବେତନ ହ୍ରାସ କରିବା ପାଇଁ କେରଳ ସରକାର ଏକ ଅଧ୍ୟାଦେଶ ଆଣିଛି । ବିଗତ ଦିନରେ  କେରଳ ସରକାର ନିଷ୍ପତ୍ତି ନେଇଥିଲେ ଯେ, ରାଜ୍ୟର ସରକାରୀ କର୍ମଚାରୀଙ୍କ  ପ୍ରତ୍ୟେକ ମାସରେ ୬ ଦିନର ଦରମା କାଟିବ । ଏହା ୫ ମାସ ପାଇଁ କରାଯିବ । ଏହିପରି ଗୋଟିଏ ମାସର ୬ ଦିନର ଦରମା କଟାଯିବ, ଯାହା ପରେ କର୍ମଚାରୀମାନଙ୍କୁ ଫେରସ୍ତ କରାଯିବ ।

କେତେକ କର୍ମଚାରୀ ସଂଗଠନ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ହାଇକୋର୍ଟ ଯାଇଥିଲେ । ଏହା ଉପରେ କେରଳ ହାଇକୋର୍ଟ ୨ ମାସ ପାଇଁ କର୍ମଚାରୀଙ୍କ ଦରମା ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ଆଦେଶକୁ ସ୍ଥଗିତ ରଖିଥିଲେ। ଏହା ଆଇନଗତ ନୁହେଁ ବୋଲି କୋର୍ଟ କହିଛନ୍ତି । ଏହା ପରେ କେରଳ ସରକାର ବର୍ତ୍ତମାନ ଏକ ଅଧ୍ୟାଦେଶ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ଅର୍ଥମନ୍ତ୍ରୀ ଟିଏମ ଥୋମାସ କହିଛନ୍ତି ଯେ, ଏହି ନିୟମ ଅନୁଯାୟୀ ରାଜ୍ୟ କର୍ମଚାରୀଙ୍କ କର୍ମଚାରୀଙ୍କ ବେତନର ୨୫ ପ୍ରତିଶତ କଟାଯିବ । ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ପାଖରେ ୨୫ ପ୍ରତିଶତ ବେତନ କାଟିବାର ଅଧିକାର ରହିଛି । ଅବଶ୍ୟ ପରେ ଏହି କଟାଯାଇଥିବା ଦରମା କର୍ମଚାରୀମାନଙ୍କୁ ଫେରସ୍ତ କରାଯିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଏକ ଆଦେଶ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ।

ଟିଏମ ଥୋମାସ କହିଛନ୍ତି ଯେ, ରାଜ୍ୟପାଳ ଏହି ବିଲରେ ଦସ୍ତଖତ କରିଛନ୍ତି । ଆଜି ଅର୍ଡର ବାହାର କରାଯିବ । ଏହି ନିୟମ ଏହି ମାସର ଦରମା ଉପରେ ଲାଗୁ ହେବ । ଏଠାରେ କହି ରଖୁଛୁ ଯେ ପାଣ୍ଠି ସଙ୍କଟ ସହ ସଂଗ୍ରାମ କରୁଥିବା ରାଜ୍ୟ ସରକାର କର୍ମଚାରୀଙ୍କ ଦରମା ହ୍ରାସ କରି ଟଙ୍କା ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି । ଥୋମାସଙ୍କ ଅନୁଯାୟୀ ଏପରି କରିବା ଦ୍ୱାରା ପ୍ରାୟ ୨୫୦୦ କୋଟି ଟଙ୍କା ସଞ୍ଚୟ କରିହେବ ।

;