କେରଳରେ ବଢ଼ୁଛି ତାଲିବାନ ସମର୍ଥକଙ୍କ ସଂଖ୍ୟା, ଶିକ୍ଷିତ ମହିଳାମାନଙ୍କୁ କରାଯାଉଛି ଟାର୍ଗେଟ; CPI(M) ର ଡକ୍ୟୁମେଣ୍ଟରୁ ହୋଇଛି ଖୁଲାସା
X

କେରଳରେ ବଢ଼ୁଛି ତାଲିବାନ ସମର୍ଥକଙ୍କ ସଂଖ୍ୟା, ଶିକ୍ଷିତ ମହିଳାମାନଙ୍କୁ କରାଯାଉଛି ଟାର୍ଗେଟ; CPI(M) ର ଡକ୍ୟୁମେଣ୍ଟରୁ ହୋଇଛି ଖୁଲାସା

କେରଳର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ-CPI(M)) ର ଏକ ଆଭ୍ୟନ୍ତରୀଣ ଦଲିଲରୁ ଏହା ଖୁଲାସା ହୋଇଛି ।

କେରଳରେ ବଢ଼ୁଛି ତାଲିବାନ ସମର୍ଥକଙ୍କ ସଂଖ୍ୟା, ଶିକ୍ଷିତ ମହିଳାମାନଙ୍କୁ କରାଯାଉଛି ଟାର୍ଗେଟ; CPI(M) ର ଡକ୍ୟୁମେଣ୍ଟରୁ ହୋଇଛି ଖୁଲାସା

ନୂଆଦିଲ୍ଲୀ: କେରଳ (Kerala) ରେ ତାଲିବାନ (Taliban) ପାଇଁ ସମର୍ଥନ ବୃଦ୍ଧି ପାଉଛି । ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) (CPI-M) ର କେରଳ ୟୁନିଟ୍ କଥିତ ଭାବେ ରାଜ୍ୟରେ ଜାମାତ-ଇ-ଇସଲାମି ହିନ୍ଦ (JIH) ଦ୍ୱାରା 'ଚରମପନ୍ଥୀ ଓ ସାମ୍ପ୍ରଦାୟିକତା' ର ପ୍ରଚାର କରିବାକୁ ନେଇ ଚିନ୍ତିତ ଅଛି ।

କେରଳର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ-CPI(M)) ର ଏକ ଆଭ୍ୟନ୍ତରୀଣ ଦଲିଲରୁ ଏହା ଖୁଲାସା ହୋଇଛି । ଏହି ଡକ୍ୟୁମେଣ୍ଟଗୁଡିକ CPI(M) ଦ୍ୱାରା ଏହାର ପାର୍ଟି କ୍ୟାଡରମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହି ଦଲିଲ ଅନୁଯାୟୀ, ଜାମାତ-ଇ-ଇସଲାମି ହିନ୍ଦ (Jamaat-e-Islami Hind) ସାମ୍ପ୍ରଦାୟିକ ଭାବନାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି । ଦାବି କରାଯାଇଛି ଯେ ଜମାତ କେରଳ (Kerala) ରେ ନିଜର ଏଜେଣ୍ଡାକୁ ବଢ଼ାଇବା ପାଇଁ ଏହାର ସୋସିଆଲ ମିଡିଆ ଓ ପ୍ରକାଶନର ବ୍ୟବହାର କରୁଛି । ଜମାତର ଉଦ୍ଦେଶ୍ୟ ହେଉଛି ଏକ ଇସଲାମିକ ରାଷ୍ଟ୍ର (Islamic State) ପ୍ରତିଷ୍ଠା କରିବା ।

ଅନ୍ୟପକ୍ଷରେ, ସିପିଏମକେ (CPMK) ଦଲିଲ ଦାବି କରିଛି ଯେ ନିଜ ବିଚାରକୁ ମୁସଲମାନ ସମ୍ପ୍ରଦାୟ ସହ ଅନ୍ୟ ଧର୍ମରେ ମଧ୍ୟ ବିସ୍ତାର କରୁଛି । କେବଳ ଏତିକି ନୁହେଁ, ମୁସଲମାନମାନଙ୍କ ବିରୁଦ୍ଧରେ ଖ୍ରୀଷ୍ଟିଆନମାନଙ୍କୁ ଉତ୍ତେଜିତ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ମଧ୍ୟ ଦାବି କରାଯାଇଛି । ୨୦୧୧ ଜନଗଣନା ଅନୁଯାୟୀ, କେରଳରେ ୨୬ ପ୍ରତିଶତ ମୁସଲମାନ ଜନସଂଖ୍ୟା ରହିଛି । ସିପିଏମ୍ ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ, "କେରଳରେ ତାଲିବାନକୁ ସମର୍ଥନ ପାଇଁ ଆଲୋଚନା ଚାଲିଛି । ଅନ୍ୟପଟେ ମୁସଲମାନ ସମ୍ପ୍ରଦାୟ ସମେତ ସମଗ୍ର ବିଶ୍ୱରେ ଏହାକୁ ନିନ୍ଦା କରାଯାଉଛି ।"

ଶିକ୍ଷିତ ମହିଳାଙ୍କୁ କରାଯାଉଛି ଟାର୍ଗେଟ

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଏଥିରେ ଦାବି କରାଯାଇଛି ଯେ ଶିକ୍ଷିତ ମହିଳାମାନଙ୍କୁ ଏହି ବିଚାରଧାରା ପ୍ରତି ଆକୃଷ୍ଟ କରିବା ପାଇଁ ଉଦ୍ୟମ କରାଯାଉଛି । ଏଥିପାଇଁ ସିପିଏମ୍ ଜମାତକୁ ଦାୟୀ କରିଛି । ଏହା ସହିତ ନିଜ ସଂଗଠନ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ସାମ୍ପ୍ରଦାୟିକତା ବିରୋଧରେ ଏକଜୁଟ ହେବାକୁ କହିଛନ୍ତି ।

ଏହି ଅଭିଯୋଗକୁ ଖାରଜ କରିଛି ଜମାତ 

ସେପଟେ ଜମାତ-ଇ-ଇସଲାମି ହିନ୍ଦ ଏହି ଅଭିଯୋଗ ଓ ଦାବିକୁ ଖାରଜ କରିଛି । ଜାମାତର ଜାତୀୟ ଉପାଧ୍ୟକ୍ଷ ମହମ୍ମଦ ସଲିମ ଇଞ୍ଜିନିୟର କହିଛନ୍ତି ଯେ ରାଜନୈତିକ ଅସହାୟତା କିମ୍ବା ରାଜନୈତିକ ଲାଭ ପାଇଁ ଜମାତ-ଇ-ଇସଲାମି ହିନ୍ଦ ବିଷୟରେ ଭୁଲ ଭାବନା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି । ସେ ଦାବି କରିଛନ୍ତି ଯେ ଜାମାତର ଏଜେଣ୍ଡା ସାମ୍ପ୍ରଦାୟିକ ତଥା ବିଭାଜନକାରୀ ପ୍ରକୃତି ବିରୁଦ୍ଧରେ ରହିଛି ।

ଜମାତ ତାଲିବାନ ସମର୍ଥକ ଭାବନାକୁ ବଢ଼ାଇଥିବା ଅଭିଯୋଗକୁ ବିନା ପ୍ରମାଣରେ ମିଥ୍ୟା ପ୍ରଚାର ବୋଲି କହିଛି । ଜମାତ ସଚିବ ସୟଦ ତନଭୀର ଅହମ୍ମଦ କହିଛନ୍ତି ଯେ ଏଭଳି ଅଭିଯୋଗ ଆଣିବା ପୂର୍ବରୁ ସଠିକ୍ ଯାଞ୍ଚ କରାଯିବା ଉଚିତ୍ । ଏହା ଏକ ଭୁଲ ଧାରଣା ଏବଂ ମିଥ୍ୟା ପ୍ରଚାର ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ:-୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଟ୍ରିକ୍

ଅଧିକ ପଢ଼ନ୍ତୁ:-'ଗୁଲାବ'ର ପ୍ରଭାବ, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଅଧିକ ପଢ଼ନ୍ତୁ:-ଦୁର୍ଗା ପୂଜା ପୂର୍ବରୁ ମିଳିଲା ବଡ଼ ଖୁସି ଖବର! ଏସବୁ ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀଙ୍କ ବେତନରେ ହେବ ବୃଦ୍ଧି

 

Trending news