LPG ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ସବସିଡିକୁ ନେଇ ହେବ ବଡ଼ ପରିବର୍ତ୍ତନ!
Advertisement

LPG ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ସବସିଡିକୁ ନେଇ ହେବ ବଡ଼ ପରିବର୍ତ୍ତନ!

ସାଧାରଣ ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଲପିଜି ଉପରେ ସବସିଡି ଶେଷ କରିବାକୁ ସରକାର ଯୋଜନା କରୁଛନ୍ତି । ସରକାର ମନେ କରନ୍ତି ଯେ ଯଦି ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଏ । ତେବେ କେନ୍ଦ୍ର ଉପରେ ସବସିଡି ବୋଝ ଯଥେଷ୍ଟ ହ୍ରାସ ପାଇବ । ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ (Finance Ministry) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପେଟ୍ର

LPG ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ସବସିଡିକୁ ନେଇ ହେବ ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଲପିଜି ଉପରେ ସବସିଡି ଶେଷ କରିବାକୁ ସରକାର ଯୋଜନା କରୁଛନ୍ତି । ସରକାର ମନେ କରନ୍ତି ଯେ ଯଦି ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଏ । ତେବେ କେନ୍ଦ୍ର ଉପରେ ସବସିଡି ବୋଝ ଯଥେଷ୍ଟ ହ୍ରାସ ପାଇବ । ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ (Finance Ministry) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲିୟମ ସବସିଡି ୧୨,୯୯୫ କୋଟି ଟଙ୍କାକୁ ହ୍ରାସ କରିଛି । ସେହିପରି ଏହି ବଜେଟରେ କେନ୍ଦ୍ର ସରକାର (Central Government) କହିଛନ୍ତି ଯେ ଉଜ୍ଜ୍ୱଳା ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା ଏକ କୋଟିକୁ ବୃଦ୍ଧି କରାଯିବ । ସରକାର ଆଶା କରୁଛନ୍ତି ଯେ ଏଲପିଜି ସିଲିଣ୍ଡର (LPG Cylinder) ର ମୂଲ୍ୟ ବୃଦ୍ଧି କରିବାରୁ ସବସିଡି (Subsidy) ବୋଝ ହ୍ରାସ ହେବ । ମିଣ୍ଟ ରିପୋର୍ଟ ଅନୁଯାୟୀ, ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ସରକାର ସବସିଡି ଶେଷ କରିବା ଦିଗରେ ଆଗକୁ ବଢୁଛନ୍ତି । ଏହି କାରଣରୁ କିରୋସିନ (kerosene) ଓ ଏଲପିଜି  ମୂଲ୍ୟ (LPG) କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ଅଧିକ ପଢ଼ନ୍ତୁ:-ଏହି ଯୋଜନାରେ ମାଗଣାରେ ମିଳିବ LPG କନେକ୍ସନ ଓ ୧୬୦୦ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଗତ ବର୍ଷ ମଧ୍ୟ ଏଲପିଜି ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଥିଲା । ପେଟ୍ରୋଲ ଦର (Petrol Price) ବୃଦ୍ଧି ତୁଳନାରେ ଦେଖିବା ତ ଏହା କମ୍ ଅଟେ । ଆସନ୍ତା ବର୍ଷ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇପାରେ । କେବଳ ଖୁଚୁରା ଇନ୍ଧନ ବିକ୍ରେତାମାନେ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧନ କରନ୍ତି । LPG ର ଅନ୍ତର୍ଜାତୀୟ ମାନଦଣ୍ଡ ଓ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଉପରେ ନିର୍ଭର କରେ । ସରକାର ଏଲପିଜି ପାଇଁ ସବସିଡି ରାଶି ସିଧାସଳଖ ହିତାଧିକାରୀ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଅନ୍ତର୍ଗତ ପଠାନ୍ତି, ଅନ୍ୟପଟେ କିରୋସିନ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ରିହାତି ମୂଲ୍ୟରେ ବିକ୍ରି ହୁଏ ।

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ଆପଣଙ୍କ ଦରମା, ମହଙ୍ଗା ଭତ୍ତା, ଭ୍ରମଣ ଭତ୍ତା, PF ଏବଂ ଗ୍ରାଚ୍ୟୁଇଟିରେ ବଡ଼ ପରିବର୍ତ୍ତନ କରିବେ ମୋଦି ସରକାର!

୧୫ ତମ ଅର୍ଥ ଆୟୋଗର ରିପୋର୍ଟରେ କୁହାଯାଇଛି, 'ଏହି ପଦକ୍ଷେପ ପରେ ପେଟ୍ରୋଲିୟମ ସବସିଡି ମାଧ୍ୟମରେ ରାଜସ୍ୱ ପ୍ରାପ୍ତ ୨୦୧୧-୧୨ରେ ୯.୧ ପ୍ରତିଶତର ତୁଳନାରେ ହ୍ରାସ ଘଟି ଆର୍ଥିକ ବର୍ଷ ୨୦୧୮-୧୯ ରେ ଏହା ୧.୬ ପ୍ରତିଶତରେ ଆସିଯାଇଛି । ଜିଡିପି ଦୃଷ୍ଟିରୁ ଏହା ୦.୮ ପ୍ରତିଶତରୁ ୦.୧ ପ୍ରତିଶତକୁ ଖସି ଆସିଛି । ଏଥି ସହିତ ୨୦୧୧-୧୨ରେ କିରୋସିନ ସବସିଡି ୨୮,୨୧୫ କୋଟି ଟଙ୍କା ଥିଲା, ଯାହା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଆକଳନରେ ୩,୬୫୯ କୋଟି ଟଙ୍କାକୁ ଖସି ଆସିଛି ।

ଅଧିକ ପଢ଼ନ୍ତୁ:-ଯୁବତୀକୁ ପ୍ରେମରେ ମିଳିଲା ଧୋକା, ତ ସହରରେ ଲଗାଇଲେ 'ସିଦ୍ଧି ହେଟ୍ସ ଶିବା'ର ପୋଷ୍ଟର

ଅର୍ଥ ଆୟୋଗ ଏହାର ରିପୋର୍ଟରେ ଦର୍ଶାଇଛନ୍ତି ଯେ ଉଜ୍ଜ୍ୱଳା ଯୋଜନା ଏଲପିଜି ସବସିଡିର ଭାର ବଢାଇପାରେ । କିନ୍ତୁ ସବସିଡି ଯୋଜନା କେବଳ ଗରିବ ଶ୍ରେଣୀର ଲୋକଙ୍କ ମଧ୍ୟରେ ସୀମିତ ରହିଥାଏ କିମ୍ବା ସବସିଡିଯୁକ୍ତ ସିଲିଣ୍ଡର ସଂଖ୍ୟାକୁ ହ୍ରାସ କରି ଏହି ଭାର ହ୍ରାସ କରାଯାଇପାରେ । ଉଲ୍ଲେଖନୀୟ କଥା ହେଉଛି, ଉଜ୍ଜ୍ୱଳା ଯୋଜନା ୧ ମଇ ୨୦୧୬ରେ ଆରମ୍ଭ କରାଯାଇଥିଲା । ଏହି ଯୋଜନା ଅଧୀନରେ ଗରିବ ଶ୍ରେଣୀର ତଳେ ରହୁଥିବା ପରିବାରମାନଙ୍କୁ ଏଲପିଜି ସଂଯୋଗ ପାଇଁ ୧,୬୦୦ ଟଙ୍କା ଦିଆଯାଉଛି ।