ପଦ୍ମ ପୋଖରୀରେ ବାସିବେ ଖୁସବୁ !
Advertisement

ପଦ୍ମ ପୋଖରୀରେ ବାସିବେ ଖୁସବୁ !

ମହକ ହରାଉଛି କଂଗ୍ରେସ। ଦଳୀୟ ନେତାଙ୍କୁ ଆକର୍ଷଣ କରୁଛି ଗେରୁଆ ଦଳ। ଆଜି କଂଗ୍ରସ ସହ ୬ ବର୍ଷର ସମ୍ପର୍କ ତୁଟାଇ ଗେରୁଆ କ୍ୟାମ୍ପରେ ସାମିଲ ହୋଇଛନ୍ତି ଖୁସବୁ ସୁନ୍ଦର।

 

ପଦ୍ମ ପୋଖରୀରେ ବାସିବେ ଖୁସବୁ   !

ନୂଆଦିଲ୍ଲୀ: କଂଗ୍ରେସର ହାତ ଛାଡିଥନ୍ତି ଜାତୀୟ ପ୍ରବକ୍ତା ଖୁସବୁ ସୁନ୍ଦର। ଦଳରେ ବାହାରି ଲୋକଙ୍କ ହସ୍ତକ୍ଷେପ ଅଧିକ ହେଉଥିବା ଅଭିଯୋଗ ଆଣି ସେ ଇସ୍ତଫା ଦେଇଛନ୍ତି। ଦିଲ୍ଲୀ ଆସି ଖୁସବୁ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାର କେଇ ଘଣ୍ଟା ନ ବିତୁଣୁ ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।

ନିଜ ଇସ୍ତାଫା ପତ୍ରରେ ଖୁସବୁ ସୁନ୍ଦର ଲେଖିଛନ୍ତି ଯେ, କିଛି ଅଯୋଗ୍ୟ କଂଗ୍ରେସର ଉଚ୍ଚ ପଦ ପଦବୀରେ ଅଛନ୍ତି। ଯେଉଁମାନେ କେବେ ତୃଣମୂଳ ସ୍ତରରେ କାମ କରିନାହାନ୍ତି କି, ଲୋକଙ୍କ ପାଖକୁ ଯାଇ ନାହାନ୍ତି, ସେମାନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଦଳ କାମ କରୁଛି। ତେଣୁ ସେ ବହୁତ ସମୟ ଧରି ଚିନ୍ତା କରିବା ପରେ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ସେପଟେ ଖୁସବୁଙ୍କ ଇସ୍ତଫା ପରେ ତାଙ୍କୁ ପଦ ଓ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରାଯାଇଛି। ସେ ପ୍ରାୟ ୬ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିଲେ। ତାମିଲ ଅଭିନେତ୍ରୀ ଖୁସବୁ ୨୦୧୦ରେ ଡିଏମକେରୁ ନିଜର ପଲିଟିକାଲ କ୍ୟାରିୟର ଆରମ୍ଭ କରିଥିଲେ। ପରେ ୨୦୧୪ ସାଧାରଣ ନିର୍ବାଚନ ବେଳେ କଂଗ୍ରେସରେ ସାମିଲ ହୋଇଥିଲେ।

ଆସନ୍ତାବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ଆଉ ଏହାର ପୂର୍ବରୁ ଖୁସବୁ ସୁନ୍ଦରଙ୍କ କଂଗ୍ରେସ ଛାଡି ବିଜେପିରେ ମିଶିଛନ୍ତି। କୁହାଯାଉଛି ସେ ତାମଲନାଡୁରେ ବିଜେପିର ପ୍ରାର୍ଥୀ ହେବେ। ସାଉଥରେ ଖୁସବୁଙ୍କୁ ଲୋକ ପ୍ରିୟତା ଅଭିନେତ୍ରୀ ବେଳେ ଯେତିକି ଥିଲା, ରାଜନୀତିକୁ ଆସିଲା ପରେ ବି ସେତିକି ଅଛି। ଖୁସବୁ ଭାରତର ପ୍ରଥମ ଅଭିନେତ୍ରୀ, ଯାହାଙ୍କ ନାମରେ ମନ୍ଦିର ତିଆରି ହୋଇଛି।