ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି King Cobra; ଦେଖନ୍ତୁ ଅବସ୍ଥା
Advertisement

ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି King Cobra; ଦେଖନ୍ତୁ ଅବସ୍ଥା

ସାପ ସହ ମଜାକ କରୁଥିବା ସେହି ଲୋକଙ୍କ କାରନାମାର ଭିଡିଓ ଏବେ ଭାଇରାଲ ହୋଇଛି। 

ଜଙ୍ଗଲରେ ସୁରକ୍ଷିତ ନୁହଁନ୍ତି King Cobra; ଦେଖନ୍ତୁ ଅବସ୍ଥା

ନୂଆଦିଲ୍ଲୀ: ଜଙ୍ଗଲରେ ବସବାସ କରୁଥିବା ଜୀବୀଜନ୍ତୁ କିମ୍ବା ସରୀସୃପ ଆଦି ପ୍ରାଣୀଙ୍କ ସଂଷ୍ପର୍ଶରେ ଆସିଲା ପରେ କେତେକ ଲୋକ ଭୟତ୍ରସ୍ତ ହୋଇଯାଇଥାନ୍ତି। ଟିଭି କିମ୍ବା ଇଣ୍ଟରେନେଟ ମାଧ୍ୟମରେ ସେମାନଙ୍କ ଭିଡିଓ କିମ୍ବା ଫଟୋ ଦେଖିବା ପରେ ଅନେକ ଲୋକ ଭୟାତୁର ହୋଇଉଠିଥାନ୍ତି। ହେଲେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ସାହସ ଜୁଟାଇ ଜଙ୍ଗଲ ଜୀବଙ୍କ ସହ ମଜାକ ମଧ୍ୟ କରିବାକୁ ପଛାଇନଥାନ୍ତି।

ସାଧାରଣତଃ ସାପ (Snake) କିମ୍ବା ବିଭିନ୍ନ ଜଙ୍ଗଲୀ ଜୀବ (Wild Animal) ସହ ଲୋକେ ମୁହାଁମୁହିଁ ହେଉଥିବାର ଖବର ବିଭିନ୍ନ ସମୟରେ ଆସିଥାଏ। ଏପରିକି ଏ ଘଟଣା ସମ୍ପର୍କିତ ଅନେକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥାଏ। ସଦ୍ୟ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଯେଉଁଠି ସାପଙ୍କ ରାଜା କୁହାଯାଉଥିବା ଅହିରାଜ (King Cobra) ଲୋକଙ୍କ ମନୋରଞ୍ଜନର ମାଧ୍ୟମ ପାଲଟିଛି। 

Also Read: ବାଜ୍ରିଲରେ ଦେଖାଗଲା ୫୦ ଫୁଟ ଲମ୍ବର ଦୈତ୍ୟକାୟ ଆନାକୋଣ୍ଡା, ଦେଖନ୍ତୁ ଭିଡିଓ

ସାପ ସହ ମଜାକ କରୁଥିବା ସେହି ଲୋକଙ୍କ କାରନାମାର ଭିଡିଓ ଏବେ ଟ୍ୱିଟରରେ ଭାଇରାଲ (Twitter Viral Video) ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଦୁଇ ଜଣ ଲୋକ ଏତ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ରାସ୍ତାରେ ଏକ ସାପକୁ ଧରି ଛିଡା ହୋଇଛନ୍ତି। ସେମାନେ ଯେଉଁ ସାପକୁ ଧରିଛନ୍ତି ତାହା କୌଣସି ସାଧାରଣ ସାପ ନୁହେଁ ବରଂ ଏହା ସାପଙ୍କ ରାଜା ଭାବେ ଜଣାଶୁଣା ଅହିରାଜ। ସେହି ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ମୁଣ୍ଡ ଅନ୍ୟ ଜଣେ ଲାଞ୍ଜକୁ ଧରିଛି। ପରେ ସେମାନେ ଧରିଥିବା ସାପ ଉପରେ ଚଢି ତାହାର ମୁଣ୍ଡକୁ ଏକ ବସ୍ତା ଭିତରେ  ଭର୍ତ୍ତି କରୁଛନ୍ତି। 

ନିର୍ଦ୍ଦେଶକ-ଅଭିନେତା (Actor-Director) ପରବୀନ ଡବାସ (Parvin Dabas) ଏହି ଭିଡିଓକୁ ନିଜ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଥିଲେ। ଏହି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି ଲୋକଙ୍କୁ ବନ୍ୟଜନ୍ତୁଙ୍କ ବାବଦରେ ଶିକ୍ଷା (Wildlife Education) ଦେବାର  ଆବଶ୍ୟକତା ରହିଛି। ଏହି ଭିଡିଓକୁ ଦେଖିବା ପରେ ଅନେକ ୟୁଜର ସେହି ଦୁଇ ଜଣ ଲୋକଙ୍କ ଏପରି କାମକୁ ନେଇ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି।