Advertisement
Article Detail0/zeeodisha/odisha700500
Zee OdishaOdisha National-Internationalବିଶ୍ୱବ୍ୟାପି କେମିତି ରହିଛି କୋରୋନା କହର ? ଆସନ୍ତୁ ଜାଣିବା...

ବିଶ୍ୱବ୍ୟାପି କେମିତି ରହିଛି କୋରୋନା କହର ? ଆସନ୍ତୁ ଜାଣିବା...

ଆମ ପଡ଼ୋଶୀ ପାକିସ୍ତାନ ତାଲିକାର ୧୪ ନମ୍ବରରେ ପହଞ୍ଚିଗଲାଣି । ପାକରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁବାକୁ ବସିଛି । କେବଳ ସେତିକି ନୁହେଁ, ସାଢ଼େ ୩ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ବିଶ୍ୱବ୍ୟାପି ଏବେ ଏକକୋଟି ମୁହାଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପର୍ଯ୍ୟନ୍ତ ୯୨ ଲକ୍ଷ ୬୮ ହଜାର ୩୯୯ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୪ଲକ୍ଷ ୭୬ ହଜାର ୩୭୨ ଜଣଙ୍କ ମୃତ୍ୟୁ ହେଲାଣି । ଅର୍ଥାତ ମୃତ୍ୟୁ ସଂଖ୍ୟା ମଧ୍ୟ ୫ ଲକ୍ଷ ମୁହାଁ ହୋଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟ ଏପର୍ଯ୍ୟନ୍ତ ପାଖାପାଖି ୫୦ ଲକ୍ଷ ଲୋକ ସୁସ୍ଥ ହୋଇଥିବା ହେଲେଣି । ଯାହାକି ସଙ୍କଟ ମଧ୍ୟରେ ମଧ୍ୟ ଆଶ୍ୱସ୍ତି ଆଣିଦେଇଛି । 

ତେବେ କୋରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଏହି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ପାର କଲାଣି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୧ ଲକ୍ଷ ୨୨ ହଜାର ୮୭୭ ରହିଛି । ଆମେରିକାର ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ତେବେ ଏବେ ବି ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ଟିଭ କେସ ରହିଛି । 

କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ ତାଲିକାରେ ଦ୍ୱିତୀୟରେ ରହିଛି ବ୍ରାଜିଲ । ମାତ୍ର କେଇ ଦିନ ଭିତରେ ହଠାତ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଛି । ବ୍ରାଜିଲରେ ଏପର୍ଯ୍ୟନ୍ତ ୧୧ ଲକ୍ଷ ୧୭ ହଜାର ୪୩୦ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୫୧ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ବ୍ରାଜିଲ ପାଇଁ ଆଶ୍ୱସ୍ତିକର ଖବର ଏହା ଯେ, ଦେଶରେ ପାଖାପାଖି ୬ ଲକ୍ଷ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି । 

Add Zee News as a Preferred Source

ପ୍ରଭାବିତ ଦେଶ ତାଲିକାରେ ତୃତୀୟ ସ୍ଥାନରେ ରହିଛି ଋଷ । ଏଠି ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷରେ ପହଞ୍ଚିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ସଂଖ୍ୟକ ଆକ୍ରାନ୍ତ ସତ୍ତ୍ୱେ ୮ ହଜାର ୩୫୯ ଜଣଙ୍କ କୋରୋନା ଜନିତ ମୃତ୍ୟୁ ହୋଇଛି । କେବଳ ଏତିକି ନୁହେଁ, ଆକ୍ରାନ୍ତଙ୍କ ମଧ୍ୟରୁ ସଢ଼େ ୩ ଲକ୍ଷରୁ ଉର୍ଦ୍ଧ୍ୱ ସୁସ୍ଥ ମଧ୍ୟ ହୋଇସାରିଲେଣି । 

ଆମ ଦେଶ ଭାରତ ଟପ୍-୪ରେ ରହିଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ସାଢ଼େ ୪ ଲକ୍ଷ । ମୃତ୍ୟୁ ସଂଖ୍ୟା ମଧ୍ୟ ୧୫ ହଜାର ଛୁଇଁବାକୁ ବସିଲାଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱ ସୁସ୍ଥ ମଧ୍ୟ ହେଲେଣି । 

ସେହିପରି ତାଲିକାର ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ଯଥାକ୍ରମେ ୟୁକେ, ସ୍ପେନ, ପେରୁ, ଚିଲେ, ଇଟାଲୀ ଏବଂ ଇରାନ ରହିଛନ୍ତି । ତେବେ ଏହି ଦେଶଗୁଡ଼ିକ ମଧ୍ୟରୁ ୟୁକେ(୪୨୯୨୭) ଏବଂ ଇଟାଲୀ(୩୪୬୭୫)ରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଅବଶ୍ୟ ଉଭୟ ଦେଶ ଏବେ କୋରୋନାକୁ ଗୋଟିଏ ପ୍ରକାର ନିୟନ୍ତ୍ରଣକୁ ନେଇ ସାରିଛନ୍ତି । 

କେଉଁଠି ଅଛି ପଡ଼ୋଶୀ ପାକିସ୍ତାନ ? 

ଆମ ପଡ଼ୋଶୀ ପାକିସ୍ତାନ ତାଲିକାର ୧୪ ନମ୍ବରରେ ପହଞ୍ଚିଗଲାଣି । ପାକରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁବାକୁ ବସିଛି । କେବଳ ସେତିକି ନୁହେଁ, ସାଢ଼େ ୩ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଏହି ଦେଶରେ ୭୦ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି । 

ଖସୁଛି ଚୀନ

ଯେଉଁଠୁ କୋରୋନା ଉତ୍ପତ୍ତି ହୋଇଥିଲା, ସେହି ଦେଶ ସମଗ୍ର ବିଶ୍ୱକୁ ବିପଦ ମୁହଁରେ ଛାଡ଼ି ଦେଇ ନିଜେ ବର୍ତ୍ତି ଯାଇଛି । କୋରୋନାକୁ ନିୟନ୍ତ୍ରଣକୁ ନେଇସାରିଛି ଚୀନ । ଚୀନରେ ଏବେ ୪ଶହରୁ ମଧ୍ୟ କମ ଆକ୍ଟିଭ କେସ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟାକୁ ୮୪ ହଜାର ମଧ୍ୟ ଚୁଇଁବାକୁ ଦେଇନି ଚୀନ । ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନକୁ ଗୋଟିଏ ପରେ ଗୋଟିଏ ଦେଶ ଅତିକ୍ରମ କରୁଥିବା ବେଳେ ଚୀନ ତାଲିକାର ତଳକୁ ତଳକୁ ଖସୁଛି । ଏବେ ଚୀନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇିଥିବା ଦେଶ ତାଲିକାରେ ୨୧ ନମ୍ବରରେ ରହିଛି । 

କୋଟିଏର ନିକଟତର ଆକ୍ରାନ୍ତଙ୍କ ସଂଖ୍ୟା

ବର୍ତ୍ତମାନ ଯେଉଁ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଖୁବଶୀଘ୍ର ୧ କୋଟି ଛୁଇଁବାର ଆଶଙ୍କା କରିବା ସ୍ୱାଭାବିକ କଥା । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ନିକଟ ଭବିଷ୍ୟତରେ ୫ ଲକ୍ଷ ଅତିକ୍ରମ କରିବ, ଏଭଳି କିଛି ଆଶଙ୍କା ପ୍ରକାଶ ପାଇଛି । 

About the Author