• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ଲକଡାଉନ୍ ୪.0 ରେ କ’ଣ ନୂଆ ହୋଇପାରେ ?

ଲକଡାଉନ୍ ୪.0 ରେ କ’ଣ ନୂଆ ହୋଇପାରେ ?

ଖୁବଶୀଘ୍ର ଏନେଇ ନିର୍ଦ୍ଦେଶାବଳୀ ଜାରି କରାଯିବ ।

Edited ByZee Odisha Desk
Published: May 16, 2020, 12:53 PM IST|Updated: May 16, 2020, 12:53 PM IST
joinshare
ଲକଡାଉନ୍ ୪.0 ରେ କ’ଣ ନୂଆ ହୋଇପାରେ ?
Image Credit: ପ୍ରତୀକାତ୍ମକ ଫଟୋ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ଓରାଙ୍ଗଉଟାଙ୍ଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ବର୍ଷା ନେଇ ଆଲର୍ଟ ଓ ଅନ୍ୟ ଖବର

    ଓରାଙ୍ଗଉଟାଙ୍ଗ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ, ବର୍ଷା ନେଇ ଆଲର୍ଟ ଓ ଅନ୍ୟ ଖବର

    2

    Rain Alert: ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି, ଏହି ଜିଲ୍ଲାରେ ସ୍କୁଲ୍ ଛୁଟି...

    3

    ସରକାରୀ ଟଙ୍କା ଆତ୍ମସାତ କରି ଆଠଗଡ଼ ବନ ଡିଭିଜନ ପୂର୍ବତନ ବନ ଅଧିକାରୀ ଗିରଫ

    4

    ମୋଦୀଙ୍କ ଜନ୍ମଦିନରେ ରାଜ୍ୟ ବିଜେପି ଆୟୋଜିତ କରିବ ବଡ଼ ରକ୍ତ ଦାନ ଶିବିର

    5

    Vigilance Case: ଭିଜିଲାନ୍ସ ଜାଲରେ ଜୁବା PACS ଲିମିଟେଡର ପୂର୍ବତନ ସଚିବ

    ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ଆସନ୍ତାକାଲି ଲକଡାଉନ୍ ୩.oର ଶେଷଦିନ । କ'ଣ ହେବ ଆଗାମୀ ରୂପରେଖ ? କେଉଁ ଢଙ୍ଗରେ ଆସିବ ଲକଡାଉନ୍ ୪.o ? ଆପଣଙ୍କ ଭିତରେ ଏନେଇ ଅନେକ ପ୍ରଶ୍ନ ଆସୁଥିବ । ତେବେ ଖୁବଶୀଘ୍ର ଏନେଇ ନିର୍ଦ୍ଦେଶାବଳୀ ଜାରି କରାଯିବ । କାହିଁକିନା ଏହାରି ଭିତରେ ବିଭାଗୀୟ ଅଧିକାରୀଙ୍କ ସହ ୫ ଘଣ୍ଟିଆ ବୈଠକ କରିସାରିଲେଣି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । 

    ଗତକାଲି ଗାଇଡଲାଇନ ଉପରେ ରାଜ୍ୟଗୁଡ଼ିକର ପରାମର୍ଶର ଶେଷ ଦିନ ଥିଲା । ତେବେ ଗ୍ରୀନ ଜୋନରେ ଲକଡାଉନ୍ ୪.o କୋହଳ ହେବର ସମ୍ଭାବନା ଅଧିକ ରହିଛି । ଅନେକ ରାଜ୍ୟ ମଧ୍ୟ ଏଦିଗରେ ମତ ରଖିଥିଲେ । ତେବେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଲକଡାଉନ୍ ୪.oର ଗାଇଡଲାଇନ ଜାରିକରିବ ଗୃହ ମନ୍ତ୍ରଣାଳୟ । 

    ଲକଡାଉନ୍ ୪.oରେ କ’ଣ ହୋଇପାରେ ନୂଆ ଗାଇଡଲାଇନ୍ ?

    • ପ୍ରତ୍ୟେକ ନାଗରିକ ନିଜେ ନିଜର ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ହେବ । 
    • ଲକଡାଉନ୍ ୪.oରେ ଅର୍ଥ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।
    • କେନ୍ଦ୍ର ତରଫରୁ କେତେକ ରାଜ୍ୟରେ ଏହାକୁ କୋହଳ କରାଯାଇପାରେ ।
    • ଗ୍ରୀନ ଜୋନରେ ଯାତାୟାତ ଓ ଉଦ୍ୟୋଗ ଗୁଡ଼ିକୁ ଅନୁମତି ମିଳିପାରେ ।
    • ଏହାଛଡ଼ା ଗ୍ରୀନ ଜୋନଗୁଡ଼ିକରେ ବସ୍ ଓ ଟ୍ୟାକ୍ସି ଚଳାଚଳ ପାଇଁ ଅନୁମତି ମିଳିପାରେ ।
    • କିନ୍ତୁ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ ନାହିଁ । କେବଳ ସ୍ପେଶିଆଲ ଟ୍ରେନ ଓ ଶ୍ରମିକ ଟ୍ରେନ ପୂର୍ବପରି ଚାଲୁରହିବ ।
    • ମେ ୧୮ପରେ କେତେକ ରୁଟରେ ଘରୋଇ ବିମାନ ସେବା ଆରମ୍ଭ ନେଇ ମଧ୍ୟ ବିଚାର କରାଯାଉଛି । 
    Add Zee News as a Preferred Source
    TAGS:
    lockdown 4.o
    Coronavirus
    COVID 19
    lockdown
    india corona update