ଏକ ଅଜ୍ଞାତ ଭୂତାଣୁ ଯୋଗୁଁ Tomato Fever (ଟମାଟୋ ଜ୍ୱର) ହେଉଛି। ଯାହା ମୁଖ୍ୟତଃ କେରଳରେ ଦେଖାଯାଏ। ଏହି ଭାଇରାଲ୍ ଜ୍ୱର, ଚିକୁନଗୁନିଆ କିମ୍ବା ଡେଙ୍ଗୁ ଜୀବାଣୁ ସଂକ୍ରମଣର ପାର୍ଶ୍ୱପ୍ରତିକ୍ରିୟା ଭଳି ଲାଗୁଛି। କିନ୍ତୁ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନାହିଁ। କେରଳର କୋଲାମ, ନେଡୁଭାଥୁର, ଅଞ୍ଚଲ ଏବଂ ଆର୍ଯ୍ୟଙ୍କାଭୁ ସହରରେ Tomato Feverର ସର୍ବାଧିକ ପ୍ରଭାବ ପଡିଛି।
Trending Photos
ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ ଦେଶରେ ଏକ ନୂତନ ଭାଇରସର ଆତଙ୍କ ସୃଷ୍ଟି ହୋଇଛି। କେରଳରେ ଏକ ନୂତନ ଭୂତଣୁ ବ୍ୟପିବାର କିଛି ଦିନ ପରେ କାସାରାଗୋଡରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଏକ ରେସ୍ତୋରାଁରୁ ସାୱରମା ଖାଇଲା ପରେ ସେ Shigella ନାମକ ବ୍ୟାକ୍ଟେରିଆ ସଂସ୍ପର୍ଷରେ ଆସିଥିବା କୁହାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ କେରଳରେ ୮୨ ଜଣ ‘ଟମାଟୋ ଫ୍ଲୁ’ କିମ୍ବା ‘Tomato Fever’ରେ ପୀଡିତ ହୋଇସାରିଛନ୍ତି। ଅସୁସ୍ଥତାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ରହସ୍ୟମୟ ରହିଛି।
Tomato Fever କଣ?
ଏକ ଅଜ୍ଞାତ ଭୂତାଣୁ ଯୋଗୁଁ Tomato Fever (ଟମାଟୋ ଜ୍ୱର) ହେଉଛି। ଯାହା ମୁଖ୍ୟତଃ କେରଳରେ ଦେଖାଯାଏ। ଏହି ଭାଇରାଲ୍ ଜ୍ୱର, ଚିକୁନଗୁନିଆ କିମ୍ବା ଡେଙ୍ଗୁ ଜୀବାଣୁ ସଂକ୍ରମଣର ପାର୍ଶ୍ୱପ୍ରତିକ୍ରିୟା ଭଳି ଲାଗୁଛି। କିନ୍ତୁ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନାହିଁ। କେରଳର କୋଲାମ, ନେଡୁଭାଥୁର, ଅଞ୍ଚଲ ଏବଂ ଆର୍ଯ୍ୟଙ୍କାଭୁ ସହରରେ Tomato Feverର ସର୍ବାଧିକ ପ୍ରଭାବ ପଡିଛି। ପ୍ରତିଷେଧକ ପଦକ୍ଷେପ ଭାବରେ ଅଙ୍ଗନୱାଡିରେ ମିଳୁଥିବା ସମସ୍ତ ସୁବିଧା ବନ୍ଦ କରାଯାଇଛିଷ ଅଧିକାରୀମାନେ ଲୋକଙ୍କୁ ସଚେତନତା କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି।
Also Read: ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବୃଦ୍ଧି, ମନ୍ତ୍ରୀ ଦେଲେ ଏମିତି ନିର୍ଦ୍ଦେଶ
ଟମାଟୋ ଜ୍ୱର ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ପ୍ରଭାବିତ କରୁଥିବାରୁ କେରଳ ସ୍ୱାସ୍ଥ୍ୟ ବିଭାଗ ସକ୍ରିୟ ଭାବରେ ନଜର ରଖିଛି। କୋଲାମ ସହରରେ ଟମାଟୋ ଜ୍ୱରର ୮୨ଟି ମାମଲା ରିପୋର୍ଟ ହୋଇଛି। ଜନସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଟମାଟୋ ଜ୍ୱରରେ ସର୍ବାଧିକ ପାଞ୍ଚ ବର୍ଷରୁ କମ୍ ପିଲାମାନେ ଆକ୍ରାନ୍ତ ହୋଇଛନ୍ତି। ଟମାଟୋ ଶବ୍ଦରୁ “ଟମାଟୋ ଫ୍ଲୁ” ବା “ଟମାଟୋ ଜ୍ୱର” ଆସିଛି। ରୋଗୀର ଶରୀରରେ ଫୁଲାଗୁଡ଼ିକ ପ୍ରାୟତଃ ଗୋଲାକାର ଏବଂ ଲାଲ ରଙ୍ଗର ହୋଇଥାଏ, ତେଣୁ ସେମାନଙ୍କୁ “ଟମାଟୋ ଫ୍ଲୁ” କିମ୍ବା “ଟମାଟୋ ଜ୍ୱର” ନାମରେ ନାମିତ କରାଯାଏ।
Tomato Feverର ଲକ୍ଷଣ
Tomato Feverରେ ଶରୀରରେ ଦାଗ ଦେଖାଯାଏ, ଯାହା ପ୍ରାୟତଃ ଟମାଟୋର ଆକାର, ଚର୍ମ ଫଳିଯିବା ସହ କୁଣ୍ଡାଇ ହୁଏ ଏବଂ ଯୁବକଙ୍କର ଜିଭରେ ଜଳିୟାଂଶ ହ୍ରାସ ପାଏ। ଅଧିକାଂଶ ସମୟରେ ଶରୀରର ବିଭିନ୍ନ ସ୍ଥାନରେ ଫୁଲା ଦେଖାଯାଏ। ଯଦିଓ କୋଲାମର ଏକ କ୍ଷୁଦ୍ର ଅଂଶ ଏହି ଫ୍ଲୁ ଷ୍ଟ୍ରେନ୍ ଦ୍ୱାରା ପ୍ରଭାବିତ ହୋଇଛି, କିନ୍ତୁ ଏହା ଅନ୍ୟ ଅଞ୍ଚଳରେ ମଧ୍ୟ ବ୍ୟାପିପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
Also Read: ତିନି କନିଆକୁ ଦୁଇ ବର: ଦୁଇ ଭଉଣୀଙ୍କୁ ଭେଟିବାକୁ ଆସି ଫସିଗଲେ ପ୍ରେମିକ, ଏମିତି ହେଲା ବାହାଘର
Tomato Feverର ପ୍ରତିରୋଧକ