ଆଜି ଆଇପିଏଲର ୪୨ତମ ମ୍ୟାଚ ଆବୁଧାବିର ସେଖ ଜାୟେଦ ଷ୍ଟାଡିୟମରେ ଖେଳା ଯାଇଛି। ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଲଢେଇ କରି କୋଲକାତା ନାଇଟ ରାଇଡର୍ସ ୫୯ ରନରେ ବିଜୟ ହୋଇଛି।
Trending Photos
)
ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦ୍ୱାରା 59 ରନ୍ ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଅଧିନାୟକ ଶ୍ରେୟାସ୍ ଆୟାର ନିରାଶ ହୋଇଛନ୍ତି। କିନ୍ତୁ କୋରୋନା କାଳରେ ସୁରୁଖୁର ଭାବେ ଏହି ଟୁର୍ଣ୍ଣାମେଣ୍ଟ ଚାଲୁଥିବାକୁ ସେ ଖୁସି ବ୍ୟକ୍ତ କରିଛନ୍ତି।
ମ୍ୟାଚ୍ ପରେ ଆୟାର କହିଛନ୍ତି, "ଯଦି ଆମେ ମ୍ୟାଚ୍ ଆରମ୍ଭରେ ଦେଖୁ, ତେବେ ଆମେ କୋଲକାତା ଉପରେ ବହୁତ ଚାପ ପକାଇବା ଏବଂ ତାଙ୍କ ୱିକେଟ୍ ଖସାଇବା ଉଚିତ୍ ଥିଲା। ଏଥିପାଇଁ ଆମେ ଆମର ଯୋଜନାକୁ ଭଲ ଭାବରେ କାର୍ଯ୍ୟକାରୀ କରିବା ଉଚିତ୍। କିନ୍ତୁ ସେଭଳି ହୋଇନଥିଲା।"
ଏହି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବ୍ୟାଟିଂ ନିମନ୍ତ୍ରଣ ପାଇଥିଲା। ନୀତିଶ ରାଣା ଏବଂ ସୁନୀଲ ନାରାୟଣଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୧୯୪ ରନ କରିଥିଲା। ଏହାର ଜବାବରେ ଦିଲ୍ଲୀ ୨୦ ଓଭରରେ ନଅ ୱିକେଟ୍ ହରାଇ ମାତ୍ର ୧୩୫ ରନ କରିବାରେ ସକ୍ଷମ ହୋଇଥିଲା।
ନାରାୟଣଙ୍କ ବ୍ୟାଟିଂ ବିଷୟରେ ଶ୍ରେୟାସ କରିଛନ୍ତି, ୩୨ ବଲରେ ୪ଟି ଛକା ଓ ୬ଟି ଚୌକା ସହ ୬୪ ରନ୍ ସଂଗ୍ରହ କରିବା ସହଜ ନୁହେଁ। କିନ୍ତୁ ନାରାୟଣ ତାହା କରି ଦେଖାଇଛନ୍ତି। ତାଙ୍କର ବ୍ୟାଟିଂ ଆମ ବୋଲରମାନଙ୍କୁ ପରାସ୍ତ କରିଥିଲେ। ସେ ସଟ୍ ଚୟନରେ ଧୁରନ୍ଧର।
ସେ ପୁଣି କହିଛନ୍ତି, "ଦିଲ୍ଲୀର ପ୍ରତ୍ୟେକ ବିଭାଗରେ ଆମକୁ ପିଟୁଥିଲୁ। ତଥାପି ତାଙ୍କର ଖେଳ ମନୋଭାବ ଏବଂ ଚିନ୍ତାଧାରାକୁ ନମସ୍କାର। ପାୱାରପ୍ଲେରେ ଦୁଇଟି ୱିକେଟ୍ ହରାଇବା ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉପରେ ବହୁତ ଚାପ ପକାଇଥାଏ। ଆମକୁ ଚାପମୁକ୍ତ ହୋଇ ଖେଳିବା ଆବଶ୍ୟକ, ଟୁର୍ଣ୍ଣାମେଣ୍ଟରେ ରହିବାର କଳ୍ପନା ସହିତ ଖେଳିବା ଉଚିତ୍ ନୁହେଁ।"
ସେପଟେ ନିଜ ଟିମର ପ୍ରଦର୍ଶନକୁ ଖୁବ ପ୍ରଶଂସା କରିଛନ୍ତି ଦିଲ୍ଲୀ କ୍ୟାପଟନ ଇଅନ ମୋର୍ଗାନ। ବ୍ୟାଟିଂରେ ନୀତିଶ ରାଣା ୮୧ ରନ କରିଥିବା ବେଳେ ସୁନୀଲ ନାରାୟଣ ୬୪ ରନ କରିଛନ୍ତି। ବୋଲିଂରେ ବି କୋଲକାତା ନିଜର ପାରଦର୍ଶିତା ଦେଖାଇଛି। ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ମାତ୍ର ୨୦ ରନ ଦେଇ ୫ଟି ୱିକେଟ ଶିକାର କରିଛନ୍ତି। ତାଙ୍କୁ ଆଜିର ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଇଛି। ପାଟ କୁମିନ୍ସ ମଧ୍ୟ ୪ ଓଭରରେ ୧୭ ରନ ଦେଇ ୩ଟି ୱିକେଟ ନେଇଛନ୍ତି।