ଦୁର୍ଗା କେବଳ ଗୋଟିଏ ନାଁ ନୁହେଁ। ତାହା ପ୍ରେରଣାର ଉତ୍ସ, ଦମ୍ଭ, ଧର୍ଯ୍ୟ, ଶକ୍ତି, ନ୍ୟାୟର ପ୍ରତୀକ। ଦୁର୍ଗା କେବଳ ଗୋଟିଏ ମୂର୍ତ୍ତିରେ ପରିବେଶିତ ନୁହେଁ। ଏହାର ଅଛି ଅନେକ ରୂପ।
Trending Photos
)
କୋଲକାତା: ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ। ଆଉ କିଛିଟା ଦିନ ପରେ ଦଶହରା। ସବୁଥର ପରି ମଣ୍ଡପରେ ସଜେଇ ହୋଇଛନ୍ତି ମହିଷା ମର୍ଦ୍ଦିନୀ ମାଁ ଦୁର୍ଗା ଓ ପାର୍ଶ୍ୱଦେବତା। ଦେବୀ ଦଶଭୁଜାଙ୍କ ମୃଣମୟ ମୂର୍ତ୍ତି ଓ ମହିଷାସୁରର ଭୟଙ୍କର ରୂପ ସମସ୍ତଙ୍କୁ ଖୁବ ଆକର୍ଷଣ କରିବ। କିନ୍ତୁ କୋଲକାତା, ବେହଲାରେ ଏକ ନିଆରା ଢଙ୍ଗରେ ଦୂର୍ଗାପୂଜା ପାଳନ କରାଯାଉଛି।
ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ବାରିଶା କ୍ଲବ ପକ୍ଷରୁ ଦୁର୍ଗା ପୂଜା ଆୟୋଜନ ହୋଇଛି। କିନ୍ତୁ ପରିସ୍ଥିତି ସହ ବଦଳିଛି କ୍ଲବ ସଦସ୍ୟଙ୍କ ମାନସିକତା। ଏଥର ମଣ୍ଡପରେ ନାହାନ୍ତି ପାରମ୍ପାରୀକ ଦୁର୍ଗା, ମହିଷାସୁର ଓ ପାର୍ଶ୍ୱ ଦେବୀଦେବତା। ତାଙ୍କ ବଦଳରେ ସ୍ଥାନ ପାଇଛନ୍ତି ମହିଳା ପ୍ରବାସୀ ଶ୍ରମିକ। ଆଉ ତାଙ୍କର କୁନି କୁନି ଛୁଆ ସାଜିଛନ୍ତି ଲକ୍ଷ୍ମୀ, ସରସ୍ୱତୀ, କାର୍ତ୍ତିକ। ହାତରେ ସେମାନଙ୍କ ପାଖରେ ବି ଅଛି ପେଚା ଓ ହଂସ।
#WATCH WB: Barisha Club in Behala, Kolkata replaces traditional Durga idol with that of a migrant woman with her children.
Artist Rintu Das says, "Idea came when I saw plight of migrant workers. Woman walking with 4 children, without aid, is something I consider worth deifying" pic.twitter.com/hSyyIlwPYT
— ANI (@ANI) October 17, 2020
ଲକଡାଉନ ବେଳେ ପ୍ରବାସୀ ଶ୍ରମିକମାନେ କେତେ ଯେ, କଷ୍ଟ ଭୋଗିଛନ୍ତି, ତାହା ଅବର୍ଣ୍ଣନୀୟ। ଖାଇବା ପିଇବାକୁ ନପାଇଁ ଲୋକେ ମାଇଲ ମାଇଲ ବାଟ ଚାଲି ଘରକୁ ଯାଇଛନ୍ତି। ବାଟରେ କିଛି ଲୋକଙ୍କ ମୃତ୍ୟୁ ବି ହୋଇଛି। ତେବେ ଏହାର କିଛି ଫ୍ରେମ କ୍ୟାମେରା ଲେନ୍ସରେ କଏଦ ହୋଇଥିବା ବେଳେ କିଛି ଦୃଶ୍ୟ ଲୋକଙ୍କ ମନମନ୍ଦିରରେ ଘର କରିନେଇଛି। ସେଭିଳି ଏକ ଦୃଶ୍ୟ ଦେଖିଥିଲେ ଶିଳ୍ପୀ ରିଣ୍ଟୁ ଦାସ।
ରିଣ୍ଟୁଙ୍କ କହିବାନୁସାରେ, ଲକଡାଉନ ବେଳେ ସେ ଜଣେ ନିଃସହାୟ ପ୍ରବାସୀ ମହିଳା ଶ୍ରମିକଙ୍କୁ ଦେଖିଥିଲେ। କୌଣସି ଲୋକଙ୍କ ବିନା ସାହାଯ୍ୟରେ ସେ ନିଜ ୪ଟି ସନ୍ତାନକୁ ନେଇ ଚାଲିଚାଲି ଘରକୁ ଯାଉଥିଲେ। ମହିଳାଙ୍କ ସେତେବେଳର ସେହି ସଙ୍ଘର୍ଷମୟ ଦୃଶ୍ୟଟି ତାଙ୍କ ଆଖିରେ ଲୁହ ଭରିଦେଇଥିଲା। ଯାହାକୁ ଆଜି ସେ ନିଜ କାରିଗରୀ ମାଧ୍ୟମରେ ବିଶ୍ୱବାସୀଙ୍କ ନିକଟରେ ଉପସ୍ଥାପନା କରିଛନ୍ତି।
ଅଧିକ ପଢନ୍ତୁ: ୩୦ ବର୍ଷ ପରେ ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିବ କଂଗ୍ରେସ?
ଏବେ ସେହି ପ୍ରବାସୀ ଶ୍ରମିକ ଦୁର୍ଗାଙ୍କୁ ଦେଖିବାକୁ ବାରିଶା କ୍ଲବ ପୂଜା ମଣ୍ଡପରେ ଲୋକଙ୍କ ଭିଡ଼ ଜମୁଛି। ଲୋକେ ରିଣ୍ଟୁଙ୍କ କଳାକୁ ଖୁବ ପ୍ରସଂଶା କରିଛନ୍ତି। ଖୋଦ ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂଜା ମଣ୍ଡପକୁ ଯାଇ ଦେବୀଙ୍କ ଫଟୋ ଉଠାଇଛନ୍ତି। ତେବେ ଏହା ତ ଥିଲା କେବେଳ ଗୋଟିଏ ଦୁର୍ଗାର କଥା। ଏଭିଳି ଅନେକ ଦୁର୍ଗା ନିଜ ଜୀବନ ସହ ସଙ୍ଘର୍ଷ କରି ମହିଷାସୁରର ଛାଇ ଅନ୍ଧାରରେ ହଜିଯାଇଛନ୍ତି।