ଏଲଏଏସି ବିବାଦ: ସୁରକ୍ଷା ଏବଂ ପ୍ରସ୍ତୁତିର ସମୀକ୍ଷା କରିବାକୁ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ
Advertisement

ଏଲଏଏସି ବିବାଦ: ସୁରକ୍ଷା ଏବଂ ପ୍ରସ୍ତୁତିର ସମୀକ୍ଷା କରିବାକୁ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ

ଏଲଏଏସିରେ ହୋଇଥିବା ବିବାଦ ପରେ ସୁରକ୍ଷା ଏବଂ ପ୍ରସ୍ତୁତିର ସମୀକ୍ଷା କରିବାକୁ ଲଦାଖ ଗସ୍ତରେ ଯିବେ ସ୍ଥଳସେନା ମୁଖ୍ୟ |

ଏଲଏଏସି ବିବାଦ: ସୁରକ୍ଷା ଏବଂ ପ୍ରସ୍ତୁତିର ସମୀକ୍ଷା କରିବାକୁ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଜୁନ ୧୫-୧୬ ମଧ୍ୟରାତ୍ରୀରେ ଗଲୱାନ ଉପତ୍ୟାକାରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ସାମରିକ ସଂଘର୍ଷ ପରେ ଉଭୟ ଦେଶ ଉତ୍ତେଜନା ଜାରି ରହିଛି | ଏହା ସହିତ ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି(Line of Actual Control-LAC) ଠାରେ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଉଭୟ ଦେଶର ସେନାବହିନୀ | 

ଏ ଘଟଣା ପରେ ଲଦାଖ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଏବଂ ସାମରିକ ପ୍ରସ୍ତୁତି କିପରି ତାହାର ସମୀକ୍ଷା କରିବାକୁ  ଖୁବ ଶୀଘ୍ର ଲଦାଖ ଗସ୍ତରେ ଯିବେ ସ୍ଥଳସେନା ମୁଖ୍ୟ ଏମଏମ ନାରଭେନେ | ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷରେ ଭାରତ ଯେଉଁ ପ୍ରକାରର ବୀରତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ଚୀନର ହୋସ ଉଡାଇ ଦେଇଛି | 

ଏହି ବିବାଦ ପରେ ଭାରତୀୟ ସେନା ଉତ୍ସାହିତ ରହିବା ସହ ଅଧିକ ସତର୍କ ହୋଇଉଠିଛି | ଚୀନ ପଟୁ ଆସିଥିବା ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ତିନି ସେନା ମୁଖ୍ୟଙ୍କୁ ସରକାରଙ୍କ ପକ୍ଷରୁ ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି | ସୀମାନ୍ତବର୍ତ୍ତ ଅଞ୍ଚଳରେ    ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ସୋମବାର ଭାରତ-ଚୀନ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ଆୟୋଜିତ ହୋଇଯାଇଛି | 

ପିପୁଲ୍ସ ଲିବରେସନ୍ ଆର୍ମି-ପିଏଲଏ(People's Liberation Army-PLA) ପକ୍ଷରୁ ମାଲ୍ଡୋ ଠାରେ  ଆୟୋଜିତ ହୋଇଥିବା ବୈଠକରେ ଯୋଗ ଦେଇଛି ଭାରତ | ସୀମାରେ ଉତ୍ତେଜନା ହ୍ରାସ ଉଭୟ ଦେଶରେ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି |  ସାମରିକ ସଂଘର୍ଷ ଘଟଣାରେ ଭାରତର ଶୌର୍ଯ୍ୟକୁ ଦେଖି ଏବେ ପଛଘୁଞ୍ଚା ଦେଇଛି ଚୀନ |    

ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ହୋଇଥିବା ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହେବାର ସପ୍ତାହେ ପରେ ଚୀନ ପକ୍ଷରୁ ଏହି ଆଲୋଚନା ଅନୁଷ୍ଠିତ ହୋଇଛି | ଏ ବୈଠକରେ 14 କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ଯୋଗ ଦେଇଛନ୍ତି |  ଜୁନ ୬ ତାରିଖରେ ଲେଫ୍ଟ ଜେନେରାଲ ସ୍ତରୀୟ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା | ଯେଉଁଥିରେ ଉଭୟ ପକ୍ଷ ସମସ୍ତ ସମ୍ବେଦନଶୀଳ ଅଞ୍ଚଳରୁ ସୈନ୍ୟ ହଟାଇବାକୁ ନିଷ୍ପତ୍ତି ନେଇଥିଲେ |

ପ୍ରଥମ ଥର ପାଇଁ ଚୀନ୍ ସେନା ଭାରତ ପଟୁ ଅପମାନର ଶିକାର ହୋଇଛି | ଭାରତର ଆକ୍ରମଣାତ୍ମକ ମନୋଭାବ ଦେଖି ଚୀନ୍ ସୈନିକ ହତଚକିତ ହୋଇ ପଡିଥିଲେ | କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ଶହୀଦ ହେବା ଘଟଣା ପରେ ଭାରତୀୟ ଯ଼ବାନଙ୍କ ମଧ୍ୟରେ ଆକ୍ରୋଶ ବଢି ଯାଇଥିଲା | 

ଭାରତୀୟ ସୈନିକ ଡ୍ରାଗନ ଆର୍ମି ସହ ହୋଇଥିବା ମୁକାବିଲାରେ ପ୍ରାୟ ୫୦ ଚୀନ ସୈନ୍ୟ ପ୍ରାଣ ହରାଇଥିଲେ | ଏ ଘଟଣା ପରେ ମୃତକ ସୈନିକଙ୍କୁ ଚିହ୍ନଟ କରିବା ଚୀନ କଷ୍ଟକର ହୋଇପଡିଛି। ଭାରତୀୟ ସୈନିକ ଏହି ହିଂସାତ୍ମକ ସଂଘର୍ଷ ବେଳେ ଜମେ ଚୀନ କର୍ଣ୍ଣେଲଙ୍କୁ କାବୁ କରି ନେଇଥିଲେ | ଭାରତ ପକ୍ଷରୁ ୧୭ ସୈନିକଙ୍କ ମୃତଦେହ ଚୀନକୁ ଫେରାଇ ଦିଆଯାଇଛି |