ଲଦାଖ ସଂଘର୍ଷ: ଆମେରିକୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ରାଜନାଥ ସିଂହ

ଲଦାଖ ସଂଘର୍ଷ ମାମଲାରେ ଆମେରିକୀୟ ପ୍ରତିପକ୍ଷଙ୍କ ଟେଲିଫୋନ ମାଧ୍ୟମରେ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ |

ଲଦାଖ ସଂଘର୍ଷ: ଆମେରିକୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ ରାଜନାଥ ସିଂହ

ନୂଆଦିଲ୍ଲୀ: ଜୁନ ୧୫-୧୬ ମଧ୍ୟରାତ୍ରୀରେ ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ଭାରତ-ଚୀନ ମଧ୍ୟରେ ହୋଇଥିବା ସାମରିକ ସଂଘର୍ଷ ଏବେ ବିଶ୍ୱ ରାଜନୀତିକୁ ଅଧିକ ଚଳଚଞ୍ଚଳ | ପ୍ରଥମେ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ଅଭିଯୋଗରେ ଏବେ ଚୀନ ସମଗ୍ର ବିଶ୍ୱରେ ଘେରି ହୋଇଯାଇଛି | ଅନେକ ଦେଶ ଏବେ ଏହି ପ୍ରସଙ୍ଗରେ  ଭାରତକୁ ନିଜର ସମର୍ଥନ ଜଣାଇଛନ୍ତି |      

ଲଦାଖରେ ହୋଇଥିବା ସଂଘର୍ଷ ଘଟଣାରେ ଆମେରିକୀୟ ପ୍ରତିପକ୍ଷ ମାର୍କ ଏସପରଙ୍କ ସହ ମଙ୍ଗଳବାର ଟେଲିଫୋନ ମାଧ୍ୟମରେ ଆଲୋଚନା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ | ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗଲୱାନ ଉପତ୍ୟାକାରେ ହୋଇଥିବା ମୁହାଁମୁହିଁ ଘଟଣା ବାବଦରେ ଭାରତ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ହେବ |          

ଉଭୟ ଭାରତ-ଚୀନ ସୀମାକୁ ଅଲଗା କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି(Line of Actual Control-LAC) ହୋଇଥିବା ହିଂସାତ୍ମକ ସଂଘର୍ଷ ଘଟଣାରେ ଜୁନ ୩୦ ତାରିଖ ମଙ୍ଗଳବାର ତୃତୀୟ କର୍ପ୍ସ କମାଣ୍ଡରସ୍ତରୀୟ ଆଲୋଚନା ଲେହର ଚୁସୁଲ ଠାରେ ଅନୁଷ୍ଠିତ ହୋଇଛି | ପ୍ରଥମ ଦୁଇ ରାଉଣ୍ଡ ଆଲୋଚନା ଚୀନର ମୋଲ୍ଡୋ ଠାରେ ଆୟୋଜିତ ହୋଇଥିଲା |

ଏହି ବୈଠକ ପରେ ଲଦାଖରେ ପରସ୍ପରକୁ ସହଯୋଗ କରିବା ସହ ସ୍ଥିତାବସ୍ଥା ବଜାୟ ରଖିବାକୁ ସହମତି ପ୍ରକାଶ କରିଥିଲେ ଉଭୟ ଦେଶ | ଜୁନ ୧୫-୧୬ ମଧ୍ୟରାତ୍ରୀରେ ହୋଇଥିବା ସାମରିକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ | ଅନ୍ୟପଟେ ପ୍ରାୟ ୪୦-୫୦ ଚୀନ ସୈନ୍ୟ ମୃତାହତ ହୋଇଥିବା ବେଳେ, ଜଣେ ଚୀନୀ କମାଣ୍ଡରକୁ କାବୁ କରି ନେଇଥିଲା ଭାରତୀୟ ସେନା | ସଂଘର୍ଷ ବେଳେ ଭାରତ କବ୍ଜାକୁ ଆସି ଯାଇଥିବା ଚୀନ କମାଣ୍ଡରଙ୍କୁ ପରେ ମୁକ୍ତ କରାଯାଇଥିଲା |