ଏହି ଘଟଣା ଘଟିବା ପରେ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି।
Trending Photos
ଲକ୍ଷ୍ନୌ: କେନ୍ଦ୍ରୀୟ କୃଷି ଆଇନକୁ ବିରୋଧି କରି ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖୀରୀ ଜିଲ୍ଲାରେ କରାଯାଉଥିବା ଆନ୍ଦୋଳନ ବେଳେ ଘଟିଯାଇଛି ଅଘଟଣ। ଆନ୍ଦୋଳନସ୍ଥଳରେ ଘଟିଯାଇଥିବା ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ହେଲେ ଏନେଇ ସ୍ପଷ୍ଟ କରାଯାଇନାହିଁ। ଏଭଳି ଅଘଟଣ ଘଟିବା ପରେ ଆନ୍ଦୋଳନକାରୀ ଦୁଇଟି ଗାଡି଼ରେ ନିଆଁ ଲଗାଇ ଦେଇଛନ୍ତି।
ଏ ଘଟଣା ବାବଦରେ ମିଳିଥିବା ଖବର ଅନୁସାରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ (Uttar Pradesh Deputy Chief Minister) କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya) ରରିବାର ରାଜ୍ୟର ଲକ୍ଷ୍ମୀପୁର ଖୀରୀ (Lakhimpur Kheri) ଜିଲ୍ଲାର ବନବୀରପୁର ଗ୍ରାମ ଗସ୍ତରେ ଆସୁଥିଲେ। ଯେଉଁଠି ସେ ଏକ କାର୍ଯ୍ୟକ୍ରମର ଉଦଘାଟନ କରିଥାନ୍ତେ। ତାଙ୍କୁ ସ୍ୱାଗତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ (Union Minister Ajay Mishra) ପୁଅ ଆଶୀଷ ମିଶ୍ରା କାଫିଲା ସହ ଘରୁ ବାହାରିଥିଲେ। ରାସ୍ତାରେ ଯିବା ସମୟରେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧି କରି ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ଆଇନକୁ ପ୍ରତ୍ୟାହାର କରିନେବା ପାଇଁ ଆନ୍ଦୋଳନକାରୀ ତାଙ୍କ ନିକଟରେ ଦାବି କରିଥିଲେ।
ଆନ୍ଦୋଳନକାରୀଙ୍କ ଠାରୁ ବଞ୍ଚିବା ପାଇଁ ଆଶୀଷ ମିଶ୍ରା ତାଙ୍କ ଚାଳକକୁ ଗାଡିକୁ ଦ୍ରୁତ ଗତିରେ ସେଠାରୁ ନେଇଯିବା ପାଇଁ କହିଥିଲେ। ହେଲେ ଏହି ସମୟରେ ଆନ୍ଦୋଳନ କରୁଥିବା କେତେକ ଲୋକ ତାଙ୍କ ଗାଡି ସାମ୍ନାକୁ ଆସିଯାଇଥିଲେ। ଯାହା ଫଳରେ ଘଟିଥିବା ଦୁର୍ଘଟଣା କାରଣରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୮ ଜଣ ଆହତ ହୋଇଥିଲେ। ଏହି ଘଟଣା ଘଟିବା ପରେ ଦୁଇଟି ଗାଡି଼ରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ।
Also Read: ଶାହାରୁଖ ଖାନଙ୍କ ପୁଅଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ NCB ହେପାଜତକୁ ପଠାଇଲେ କୋର୍ଟ
ଏ ଘଟଣା ବାବଦରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା କହିଛନ୍ତି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ମୃତକଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ତାଙ୍କ ଦଳର କାର୍ଯ୍ୟକର୍ତ୍ତା। ଅନ୍ୟପଟେ ଏନେଇ ଅଭିଯୋଗ ଆଣି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆନ୍ଦୋଳନକାରୀଙ୍କ ମଧ୍ୟରୁ କେତେକ ଉପଦ୍ରବୀ ତାଙ୍କ ଗାଡି ଉପରକୁ ପଥର ମାଡ଼ କରିବା ସହ ୪ ଜଣ ଲୋକଙ୍କୁ ପିଟିପିଟି ହତ୍ୟା କରିଦେଇଥିଲେ।
ରାଜ୍ୟର ଲକ୍ଷ୍ମୀପୁର ଖୀରୀ ଜିଲ୍ଲାରେ ଘଟିଥିବା ଏହି ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi Aditya Nath)। ଏନେଇ ଖବର ପାଇବା ପରେ ସେ ତାଙ୍କର ନିଜ ଜିଲ୍ଲା ଗୋରଖପୁର ଗସ୍ତକୁ ବାତିଲ କରି ରାଜଧାନୀ ଲକ୍ଷ୍ମୌ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହା ସହିତ ରାଜ୍ୟ ପୋଲିସ ଏଡିଜିଙ୍କ ନେତୃତ୍ୱରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି।
Also Read: କଣ୍ଟାକ୍ଟ ଲେନ୍ସ ଖୋଳରେ ଡ୍ରଗ୍ସ ଲୁଚାଇଥିଲେ ଅଭିଯୁକ୍ତ; NCB ହେପାଜତରେ ଶାହାରୁଖ ଖାନଙ୍କ ପୁଅ
ଏପରି ଘଟଣା ଘଟିବା ପରେ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବ (Akhilesh Yadav) କହିଛନ୍ତି କେନ୍ଦ୍ରୀୟ କୃଷି ଆଇନକୁ ପତ୍ୟାହାର କରିନେବା ପାଇଁ ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ କରୁଥିବା କୃଷକଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ପୁଅ ଗାଡି ଚଢାଇଦେବା ଭଳି ଅମାନବୀୟ କାର୍ଯ୍ୟ କରିଛନ୍ତି। ହେଲେ ରାଜ୍ୟ ଏଭଳି ଅତ୍ୟାଚାରକୁ ସହ୍ୟ କରିବ ନାହିଁ। ଯଦିର ଏପରି ସ୍ଥିତି ରହେ ତାହେଲେ ବିଜେପି ଲୋକ ନାଁ ଗାଡି ଚଳାଇ ପାରିବେ ନାଁ ଗାଡି଼ରୁ ଓହ୍ଲାଇ ପାରିବେ।
Also Read: NCB ର ଡ୍ରଗ୍ସ ଜବତ ମାମଲାରେ କ୍ରୁଜ୍ କମ୍ପାନୀ ଜାରି କଲା ବୟାନ, ଜାଣନ୍ତୁ କ'ଣ କହିଲା
ଏହି ଘଟଣା ପରେ ସମାଜବାଦୀ ପାର୍ଟି ଏହାର ଏକ ପ୍ରତିନିଧି ଦଳ ସୋମବାର ଲକ୍ଷ୍ମୀପୁର ଖୀରୀ ଜିଲ୍ଲା ଅଭିମୁଖେ ପଠାଇବାକୁ ଘୋଷଣା କରିଛି। ଏନେଇ ଦଳ ପକ୍ଷରୁ କୁହାଯାଇଛି ପ୍ରତିନିଧି ଦଳରେ ସାମିଲ ରହିଥିବା ଦଳୀୟ ନେତା କୃଷକଙ୍କୁ ଭେଟି ଏ ଘଟଣାର ତଦନ୍ତ କରିବେ। ଅନ୍ୟପଟେ କଂଗ୍ରେସ ମଧ୍ୟ ଏଭଳି ପ୍ରସଙ୍ଗକୁ ନେଇ ସକ୍ରିୟ ହୋଇୁଠିଛି। ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ରବିବାର ରାତିରେ ଲକ୍ଷ୍ନୌରେ ପହଞ୍ଚୁଛନ୍ତି। ସେ ସୋମବାର ଲକ୍ଷ୍ମୀପୁର ଖୀରୀ ଯାଇ ସେଠାରେ ଆହତ ହୋଇଥିବା ଚାଷୀଙ୍କୁ ଭେଟିବେ।