ଲକ୍ଷ୍ମୀପୁର ହିଂସାକାଣ୍ଡ: ପ୍ରିୟଙ୍କା ଗାନ୍ଧୀ ଅଟକ, ଅଖିଳେଶଙ୍କ ଘର ବାହାରେ ପୋଲିସ ଫୋର୍ସ
Advertisement
Article Detail0/zeeodisha/odisha999471

ଲକ୍ଷ୍ମୀପୁର ହିଂସାକାଣ୍ଡ: ପ୍ରିୟଙ୍କା ଗାନ୍ଧୀ ଅଟକ, ଅଖିଳେଶଙ୍କ ଘର ବାହାରେ ପୋଲିସ ଫୋର୍ସ

ୟୁପି ସିଏମ ଯୋଗୀ ଆଦିତ୍ୟନାଥ ରବିବାର ରାତିରେ ଲକ୍ଷ୍ମୀପୁର ଖେରୀ ମାମଲାରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ ଯେଉଁଥିରେ ୟୁପି ଡିଜିପି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ଅବନୀଶ ଅୱସ୍ତି ମଧ୍ୟ ଉପସ୍ଥିତ ଥିଲେ। ହିଂସାକୁ ନେଇ ଦୁଃଖ ପ୍ରକାଶ କରି ମାମଲାର ତଦନ୍ତ ହେବ ଏବଂ ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି ସିଏମ ଯୋଗୀ କହିଛନ୍ତି।

ଡିଜାଇନ୍ ଫଟୋ

ଲକ୍ଷ୍ନୌ: ରବିବାର ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ କୃଷକଙ୍କ ବିରୋଧ ସମୟରେ ଘଟିଥିବା ହିଂସାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ କୃଷକ, ୩ ବିଜେପି କର୍ମୀ ଏବଂ ଜଣେ ବିଜେପି ନେତାଙ୍କ ଡ୍ରାଇଭର ଅଛନ୍ତି। ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶର ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ବିଭିନ୍ନ ଦଳର ନେତାମାନେ ଲକ୍ଷ୍ମୀପୁର ଖେରୀ ଗସ୍ତ କରିବାକୁ ଚେଷ୍ଟା କରୁଛନ୍ତି। ୟୁପି ସିଏମ ଯୋଗୀ ଆଦିତ୍ୟନାଥ ରବିବାର ରାତିରେ ଲକ୍ଷ୍ମୀପୁର ଖେରୀ ମାମଲାରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ ଯେଉଁଥିରେ ୟୁପି ଡିଜିପି ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ଅବନୀଶ ଅୱସ୍ତି ମଧ୍ୟ ଉପସ୍ଥିତ ଥିଲେ। ହିଂସାକୁ ନେଇ ଦୁଃଖ ପ୍ରକାଶ କରି ମାମଲାର ତଦନ୍ତ ହେବ ଏବଂ ଦୋଷୀଙ୍କୁ ଛଡାଯିବ ନାହିଁ ବୋଲି ସିଏମ ଯୋଗୀ କହିଛନ୍ତି।

ଲକ୍ଷ୍ମୀପୁର ଯାଉଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ଙ୍କୁ ୟୁପି ପୋଲିସ ଅଟକ କରିଥିବାବେଳେ ତାଙ୍କୁ ଗିରଫ କରାଯାଇଥିବା କଂଗ୍ରେସ ଦାବି କରିଛି। ପ୍ରିୟଙ୍କା ଗାନ୍ଧୀ ରବିବାର ରାତିରେ ଲକ୍ଷ୍ନୌରୁ ଲକ୍ଷ୍ମୀପୁର ଖେରୀ ଅଭିମୁଖେ ଯାତ୍ରା କରିଥିଲେ। ପ୍ରିୟଙ୍କାଙ୍କ କାଫିଲା ପୋଲିସକୁ ଚକମା ଦେଇ ଲକ୍ଷ୍ମପୁର ଅଭିମୁଖେ ଯାତ୍ରା କରିଥିଲା। ପରେ ପୋଲିସ ପ୍ରିୟଙ୍କାଙ୍କୁ ସୀତାପୁରର ହରଗାଓଁରେ ଠାବ କରିଥିଲା ​​ଏବଂ ତାଙ୍କୁ ପୋଲିସ ଲାଇନକୁ ନିଆଯାଇଥିଲା। ଏହା ସହିତ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡାଙ୍କୁ ମଧ୍ୟ ଅଟକ ରଖାଯାଇଛି।

Also Read: ଆନ୍ଦୋଳନ ବେଳେ ଅଘଟଣ; ୬ ଆନ୍ଦୋଳନକାରୀ ମୃତ

ୟୁପି କଂଗ୍ରେସ ଦାବି କରିଛି ଯେ, ପ୍ରିୟଙ୍କା ଗାନ୍ଧୀଙ୍କୁ ହରଗାଓଁରୁ ଗିରଫ କରାଯାଇ ସୀତାପୁର ପୋଲିସ ଲାଇନକୁ ନିଆଯାଇଛି, ଦୟାକରି ସମସ୍ତେ ପହଞ୍ଚନ୍ତୁ। ଅନ୍ୟପକ୍ଷରେ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ଟ୍ୱିଟ୍ କରି କହିଛନ୍ତି, 'ଶେଷରେ ଯାହା ଘଟିଲା, ଯାହା ବିଜେପିରୁ ଆଶା କରାଯାଉଥିଲା।  'ମହାତ୍ମା ଗାନ୍ଧୀ'ଙ୍କ ଗଣତାନ୍ତ୍ରିକ ଦେଶରେରେ' ଗଡସେ'ର ଉପାସକମାନେ ଆମ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ହରଗାଓଁରୁ ଗିରଫ କରି ଅନ୍ନଦାତାଙ୍କୁ ଭେଟିବାକୁ ପ୍ରବଳ ବର୍ଷା ଏବଂ ପୋଲିସ ଫୋର୍ସ ସହ ସଙ୍ଘର୍ଷ କରିଥିଲେ। ଏହା କେବଳ ସଂଗ୍ରାମର ଆରମ୍ଭ !! କିସାନ ଏକତା ଜିନ୍ଦବାଦ।'

ସେପଟେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଘର ବାହାରେ ପୋଲିସ (UP Police) ମୁତୟନ କରାଯାଇଛି। ଅଖିଳେଶ ଯାଦବ ଲକ୍ଷ୍ମୀପୁର (Lakhimpur Kheri) ଯିବା ଘୋଷଣା ପରେ ତାଙ୍କ ଘର ବାହାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅଖିଳେଶ ଯାଦବ ମଧ୍ୟ ସୋମବାର ଲକ୍ଷ୍ମୀପୁର ଗସ୍ତରେ ଆସି ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ପହଞ୍ଚିବା ପୂର୍ବରୁ ସେ ଏକ ପ୍ରକାରର ଗୃହବନ୍ଦୀ ହୋଇଯାଇଛନ୍ତି।

Also Read: ଜନତାଙ୍କ ବିରୋଧ ପରେ ମଦ୍ୟପ ଥାନା ବାବୁଙ୍କୁ ରାତାରାତି ବଦଳି

ସପା (Samajwadi Party) ସୁପ୍ରିମୋ ଅଖିଳେଶ (Akhilesh Yadav) କହିଛନ୍ତି, 'ବିଜେପି ସରକାରଙ୍କ ଗୃହମନ୍ତ୍ରୀଙ୍କ ପୁଅ କୃଷି ଆଇନ (Farm Law) କୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିବା ଚାଷୀଙ୍କୁ ଦଳିବା ଅତ୍ୟନ୍ତ ଅମାନବୀୟ ତଥା ନିଷ୍ଠୁର କାର୍ଯ୍ୟ। ଉତ୍ତର ପ୍ରଦେଶ (Uttarpradesh) ଅହଂକାରୀ ବିଜେପିର ଅତ୍ୟାଚାରକୁ ଲୋକେ ଆଉ ବରଦାସ୍ତ କରିବେ ନାହିଁ। ଯଦି ଏହି ପରିସ୍ଥିତି ଜାରି ରହେ, ତେବେ ୟୁପିରେ ବିଜେପି ଗାଡି ଚଲାଇ ପାରିବ ନାହିଁ କିମ୍ବା ଗାଡିରୁ ଓହ୍ଲାଇବ ନାହିଁ।'

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ରବିବାର କୃଷକଙ୍କ ପ୍ରଦର୍ଶନ ସମୟରେ ଘଟିଥିବା ହିଂସାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ କୃଷକ, ୩ ବିଜେପି କର୍ମୀ ଏବଂ ଜଣେ ବିଜେପି ନେତାଙ୍କ ଡ୍ରାଇଭର ଅଛନ୍ତି। ଆନ୍ଦୋଳନକାରୀ କୃଷକଙ୍କ ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡି ଚଢାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଏବଂ ତାଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି। ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।