ରାଜନୀତିର 'ମାୟା', ଗାଦି ଗଲାପରେ ରାକ୍ଷୀ ବନ୍ଧା ବନ୍ଦ
Advertisement

ରାଜନୀତିର 'ମାୟା', ଗାଦି ଗଲାପରେ ରାକ୍ଷୀ ବନ୍ଧା ବନ୍ଦ

ଯେଉଁ ସମୟରେ ଉତ୍ତରପ୍ରଦେଶରେ ଲାଲଜୀ ଟଣ୍ଡନ ମନ୍ତ୍ରୀ ରହିଆସିଥିଲେ, ସେତେବେଳେ ପ୍ରତ୍ୟେକ ବର୍ଷ ତାଙ୍କ ହାତରେ ରାକ୍ଷୀ ବନ୍ଧୁଥିଲେ ମାୟାବତୀ । କିନ୍ତୁ ୨୦୦୩ ମସିହାରେ ବିଜେପି ଓ ବିଏସପି ମେଣ୍ଟ ଭାଙ୍ଗିଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ସେବେଠୁ ଲାଲଜୀ ଟଣ୍ଡନଙ୍କ ହାତରେ ରକ୍ଷୀ ବାନ୍ଧିବା ଛାଡ଼ି ଦେଇଥିଲେ ମାୟାବତୀ । 

ଫାଇଲ ଫଟୋ

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି(ବିଏସପି) ସୁପ୍ରିମୋ ମାୟବାତୀ(Mayawati)ଙ୍କ ରାକ୍ଷୀ ଭାଇ ଲାଲଜୀ ଟଣ୍ଡନ (Lalji Tandon) ଆଉ ନାହାନ୍ତି । ଆଜି ଭୋର ୫.୩୫ ମିନିଟରେ ଲକ୍ଷ୍ନୌର ମେନ୍ଦାତା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମଧ୍ୟପ୍ରଦେଶ ରାଜ୍ୟପାଳ ଟଣ୍ଡନ । ହଁ, କିନ୍ତୁ ଆଜି ସେହି କଥା ମନେପଡ଼ୁଛି, ଯେତେବେଳେ ସ୍ୱର୍ବତ ଲାଲଜୀ ଟଣ୍ଡନଙ୍କ ହାତରେ ରାକ୍ଷୀ ବାନ୍ଧିଦେଇଥିଲେ ବିଏସପି ସୁପ୍ରିମୋ । 

କୁହାଯାଏ, ୧୯୯୫ରେ ହୋଇଥିବା ଗେଷ୍ଟ ହାଉସ ଘଟଣାରେ ମାୟାବତୀଙ୍କୁ ରକ୍ଷା କରିବାରେ ଲାଲଜୀ ଟଣ୍ଡନଙ୍କ ବଡ଼ ଭୂମିକା ଥିଲା । ଯାହାପରେ ମାୟାବତୀ ଲାଲଜୀ ଟଣ୍ଡନଙ୍କୁ ନିଜର ଭାଇ କରିଥିଲେ । ଏପରିକି ପ୍ରତ୍ୟେକ ବର୍ଷ ରକ୍ଷାବନ୍ଧନରେ ରାକ୍ଷୀ ବାନ୍ଧୁଥିଲେ । ଲାଲଜୀ ଟଣ୍ଡନ ଓ ମାୟାବତୀଙ୍କ ଭାଇ-ଭଉଣୀ ରିସ୍ତା ବେଶ୍ ଚର୍ଚ୍ଚାରେ ରହିଆସିଥିଲା । 

ଯେଉଁ ସମୟରେ ଉତ୍ତରପ୍ରଦେଶରେ ଲାଲଜୀ ଟଣ୍ଡନ ମନ୍ତ୍ରୀ ରହିଆସିଥିଲେ, ସେତେବେଳେ ପ୍ରତ୍ୟେକ ବର୍ଷ ତାଙ୍କ ହାତରେ ରାକ୍ଷୀ ବନ୍ଧୁଥିଲେ ମାୟାବତୀ । କିନ୍ତୁ ୨୦୦୩ ମସିହାରେ ବିଜେପି ଓ ବିଏସପି ମେଣ୍ଟ ଭାଙ୍ଗିଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ସେବେଠୁ ଲାଲଜୀ ଟଣ୍ଡନଙ୍କ ହାତରେ ରକ୍ଷୀ ବାନ୍ଧିବା ଛାଡ଼ି ଦେଇଥିଲେ ମାୟାବତୀ । 

ଗେଷ୍ଟ ହାଉସ ଘଟଣା କ'ଣ ? 

୧୯୯୩ରେ ଏସପି ଓ ବିଏସପି ମିଶି ଉତ୍ତରପ୍ରଦେଶରେ ସରକାର ଗଢ଼ିଥିଲେ । ତେବେ ୧୯୯୫ରେ ଗେଷ୍ଟ ହାଉସରେ ନିଜର ବିଧାୟକଙ୍କୁ ନେଇ ଏକ ବୈଠକ କରୁଥିଲେ ମାୟାବତୀ । ତେବେ ମାୟାବତୀ ଏସପି ସହ ମେଣ୍ଟ ଭାଙ୍ଗିବା ସହ ବିଜେପି ସହ ମିଶି ସରକାର ଗଢ଼ିବାକୁ ଚାହୁଁଥିବା ଖବର ମିଳିଥିଲା । ଆଉ ଏହାପରେ ଗେଷ୍ଟ ହାଉସରେ ମାୟାବତୀଙ୍କ ଉପରେ ବଡ଼ ଧରଣର ହମଲା ହୋଇଥିଲା । ସମାଜବାଦୀ ପାର୍ଟିର ବଡ଼ ବଡ଼ ନେତାଙ୍କ ନାଁରେ ହମଲା ନେଇ ଅଭିଯୋଗ ହୋଇଥିଲା । ତେବେ ଏହି ଗେଷ୍ଟ ହାଉସ କାଣ୍ଡ ପରେ ସମାଜବାଦୀ ପାର୍ଟି ସହ ମେଣ୍ଟ ଭାଙ୍ଗିଥିଲା ମାୟାବତୀଙ୍କ ବହୁଜନ ସମାଜ ପାର୍ଟି । ବିଜେପି ସହ ମେଣ୍ଟ କରି ୨୦୦୨ ପର୍ଯ୍ୟନ୍ତ ସରକାର କରିଥିଲେ ବିଏସପି ସୁପ୍ରିମୋ । 

ଜାଣନ୍ତୁ ଲାଲଜୀ ଟଣ୍ଡନଙ୍କ ବିଷୟରେ ୧୦ ଗୁରୁତ୍ୱପୂର୍ଣ୍ଣ କଥା

(୧) ୧୨ ଏପ୍ରିଲ ୧୯୩୫ରେ ଲାଲଜୀ ଟଣ୍ଡନଙ୍କ ଜନ୍ମ । ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସେ ଜନ୍ମ ଗ୍ରହଣ କରିଥିଲେ । ଆରମ୍ଭରୁ ହିଁ ସଂଘ ପରିବାର ସହ ସେ ଜଡ଼ିତ ଥିଲେ । 

(୨) ସ୍ନାତକ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥିଲେ ଲାଲଜୀ ଟଣ୍ଡନ । ପରେ ୧୯୫୮ରେ କୃଷ୍ଣା ଟଣ୍ଡନଙ୍କ ସହ ତାଙ୍କର ବିବାହ ହୋଇଥିଲା । 

(୩) ସଂଘ ସହ ଜଡ଼ିତ ଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ବାଜପେୟୀଙ୍କ ସେ ଅତି ନିକଟତର ହୋଇପାରିଥିଲେ । 

(୪) ତାଙ୍କର ରାଜନୈତିକ ଜୀବନ ୧୯୬୦ରେ ଆରମ୍ଭ ହୋଇଥିଲା । ଟଣ୍ଡନ ୨ଥର କାଉନସିଲର ଓ ୨ଥର ବିଧାନ ପରିଷଦର ସଦସ୍ୟ ଥିଲେ । 

(୫) ଇନ୍ଦିରା ଗାନ୍ଧୀ ସରକାରଙ୍କ ବିରୋଧରେ ହୋଇଥିବା ଜେପି ଆନ୍ଦୋଳନରେ ଭାଗ ନେଇଥିଲେ ଟଣ୍ଡନ । 

(୬) ଉତ୍ତରପ୍ରଦେଶ ରାଜନୀତିରେ ଜଣେ ଜଣାଶୁଣା ନାଁ ଥିଲେ ଲାଲଜୀ ଟଣ୍ଡନ । ୧୯୯୦ରେ ବିଜେପି-ବିଏସପି ମେଣ୍ଟ ସରକାର କରିବା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । 

(୭) ସେ ୧୯୯୬ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ୩ଥର ନିର୍ବାଚନ ଜିତି ବିଧାନସଭାକୁ ଯାଇଥିଲେ । 

(୮) ସେହିପରି ୨୦୦୯ରେ ଲାଲଜୀ ଟଣ୍ଡନ କଂଗ୍ରେସ ପ୍ରାର୍ଥିନୀ ରୀତା ବହୁଗୁଣା ଜୋଶୀଙ୍କୁ ୪୦ ହଜାର ଭୋଟରେ ହରାଇ ଲକ୍ଷ୍ନୌ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । 

(୯) ବିଜେପି ସମର୍ଥନରେ ଉତ୍ତର ପ୍ରଦେଶରେ ମାୟାବତୀ ସରକାର ବନାଇଥିଲେ । ଲାଲଜୀ ଟଣ୍ଡନଙ୍କୁ ନିଜର ଭାଇ ଭାବେ ଅବିହିତ କରି ରୂପାର ରାକ୍ଷୀ ବାନ୍ଧିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ । 

(୧୦) ଲାଲଜୀ ଟଣ୍ଡନ 'ଅନକହା ଲକ୍ଷ୍ନୌ' ନାଁରେ ଏକ ବହି ଲେଖିଛନ୍ତି । ଏହି ବହିରେ ସେ ଲକ୍ଷ୍ନୌକୁ ନେଇ ଅନେକ ଖୁଲାସା କରିଛନ୍ତି ।