ପ୍ରବଳ ବର୍ଷା ପରେ ଦାର୍ଜିଲିଂରେ ଭୂସ୍ଖଳନ, ମିଳିନାହିଁ କ୍ଷୟକ୍ଷତି ରିପୋର୍ଟ
Advertisement

ପ୍ରବଳ ବର୍ଷା ପରେ ଦାର୍ଜିଲିଂରେ ଭୂସ୍ଖଳନ, ମିଳିନାହିଁ କ୍ଷୟକ୍ଷତି ରିପୋର୍ଟ

ପ୍ରବଳ ବର୍ଷା ପରେ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି ।

 ପ୍ରବଳ ବର୍ଷା ପରେ ଦାର୍ଜିଲିଂରେ ଭୂସ୍ଖଳନ, ମିଳିନାହିଁ କ୍ଷୟକ୍ଷତି ରିପୋର୍ଟ

କୋଲକାତା: ମୌସୁମୀ ବାୟୁ ସକ୍ରିୟ ରହିବା କାରଣରୁ ଦେଶର ବିଭିନ୍ନ ଭାଗରେ ଜାରି ରହିଛି ତାଣ୍ଡବ । ଯାହାର ଫଳ ସ୍ୱରୂପ ପଶ୍ଚିମବଙ୍ଗର ଦାର୍ଜିଲିଂ ଠାରେ ଭୂସ୍ଖଳନ ହୋଇଛି । ମଙ୍ଗଳବାର(ଜୁଲାଇ ୨୧, ୨୦୨୦) ହୋଇଥିବା ଭାରୀ ବର୍ଷା ପରେ ଜିଲ୍ଲାର  
କୁର୍ସେଙ୍ଗସ୍ଥିତ ରୋହିଣୀ ରୋଡରେ ଭୂମି ଧସିବା ଭଳି ଘଟଣା ଘଟିଥିବାର ଜଣାପଡିଛି। ରୋହିଣୀ ରୋଡ୍ କୁର୍ସେଙ୍ଗ୍ ସହରକୁ ଦାର୍ଜିଲିଂ ସହିତ ସଂଯୋଗ କରିଥାଏ। ଗତକାଲି ବିଳମ୍ବିତ ରାତ୍ରୀର ଭୂସ୍ଖଳନ ହେବା ପରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ଏହା ଦ୍ୱାରା କୌଣସି ଅଘଟଣ ଘଟି ନଥିବା ବେଳେ ରାସ୍ତାରେ ଜମା ହୋଇ ରହିଥିବା ପଥର କାରଣରୁ ଯାନବାହାନ ସେଠାରେ ଅଟକି ରହିବା ସହ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ବୁଧବାର (୨୨ ଜୁଲାଇ, ୨୦୨୦) ସକାଳେ ଯିବା ଆସିବା କରିବା ଲାଗି ସ୍ଥାନୀୟ ଡ୍ରାଇଭର ଏବଂ ପୋଲିସ ପକ୍ଷରୁ ଯଦିଓ ପଥରକୁ ହଟାଯାଇଛି, ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାଟି ସମ୍ପୂର୍ଣ୍ଣ ସଫା ହୋଇନାହିଁ ।
 
ସାମ୍ପ୍ରତିକ ସ୍ଥିତିକୁ ନଜରରେ ରଖି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି(Indian Metrological Department-IMD) ପକ୍ଷରୁ ପଶ୍ଚିମବଙ୍ଗର କେତୋଟି ଜିଲ୍ଲା ପାଇଁ ରେଡ ଆଲର୍ଟ(Red Alert) ଜାରି କରିଛି । ଦାର୍ଜିଲିଂ, କଲିମପୋଙ୍ଗ, ଆଲିପୁରଦାର, କୁଚବିହାର, ଜାଲପାଇରୀଗୁଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଅନୁମାନ କରିଛି ଆଇଏମଡି ।

ଜୁନ ୨୯ ତାରିଖରେ ଦାର୍ଜିଲିଂ ଜିଲ୍ଲାରେ ହୋଇଥିବା ଭୂସ୍ଖଳନ କାରଣରୁ ପାଗଲାଜୋରାସ୍ଥିତ ମୁଖ୍ୟ ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା ।  ଏହା ଫଳରେ ରାସ୍ତାଟି ସମ୍ପୂର୍ଣ୍ଣ ଅବରୋଧ ହୋଇଯିବା ପରିବହନ ସେବା ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିଲା ।