Franchise Cricketରୁ ମଲିଙ୍ଗାଙ୍କ ସନ୍ୟାସ
Advertisement

Franchise Cricketରୁ ମଲିଙ୍ଗାଙ୍କ ସନ୍ୟାସ


IPLର ଦ୍ୱିତୀୟ ସିଜିନରୁ ଶ୍ରୀଲଙ୍କା (Sri Lanka) ର ଦୃତ ବୋଲର ଲାସିଥ ମାଲିଙ୍ଗା (Lasith Malinga) Mumbai Indians ସ୍କ୍ୱାଡରେ ରିହିଆସୁଛନ୍ତି। କେବଳ ଦୁଇଟି ସଂସ୍କରଣ ୨୦୧୮ ଓ ୨୦୨୦ ସିଜିନରେ ତାଙ୍କୁ ଦେଖିବାକୁ ମିଳିନଥିଲା। ବ୍ୟକ୍ତିଗତ କାରଣରୁ ସେ IPL ୨୦୨୦ରୁ ବଞ୍ଚିତ ହୋଇଥିଲେ।

ଡିଜାଇନ ଫଟୋ

ନୂଆଦିଲ୍ଲୀ:  Franchise Cricketରୁ ଅବସର ନେଲେ IPLରେ ସର୍ବାଧିକ ୱିକେଟ ନେଇଥିବା ଦୃତ ବୋଲର ଲାସିଥ ମାଲିଙ୍ଗା। ବୁଧବାର Mumbai Indians ତାଙ୍କୁ ଟିମରୁ ମୁକ୍ତ କରିଛି। ଯାହାପରେ ମଲିଙ୍ଗାଙ୍କ ଅବସର ଖବର ସାମନାକୁ ଆସିଛି। ଚଳିତ ମାସ ଆରମ୍ଭରୁ ହିଁ Mumbai Indians ପରିଚାଳକୁ ମଲିଙ୍ଗା ତାଙ୍କ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ଯେଉଥିପାଇଁ ତାଙ୍କୁ ଆଗାମୀ ସିଜିନ ପାଇଁ ଦଳରେ ରଖାଯାଇ ନଥିଲା।

IPLର ଦ୍ୱିତୀୟ ସିଜିନରୁ ଶ୍ରୀଲଙ୍କା (Sri Lanka) ର ଦୃତ ବୋଲର ଲାସିଥ ମାଲିଙ୍ଗା (Lasith Malinga) Mumbai Indians ସ୍କ୍ୱାଡରେ ରିହିଆସୁଛନ୍ତି। କେବଳ ଦୁଇଟି ସଂସ୍କରଣ ୨୦୧୮ ଓ ୨୦୨୦ ସିଜିନରେ ତାଙ୍କୁ ଦେଖିବାକୁ ମିଳିନଥିଲା। ବ୍ୟକ୍ତିଗତ କାରଣରୁ ସେ IPL ୨୦୨୦ରୁ ବଞ୍ଚିତ ହୋଇଥିଲେ। ତଥାପି ମଲିଙ୍ଗା IPL ଇତିହାସରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ମାନ୍ୟତା ହାସଲ କରିଛନ୍ତି। ସେ ମୋଟ ୧୨୨ଟି ମ୍ୟାଚରେ ୧୭୦ଟି ୱିକେଟ ନେଇଛନ୍ତି।

Also Read: Ind vs Aus Test Series: ବ୍ରିସେବେନରେ ବିଜୟ ବାନା ଉଡାଇଲା ଟିମ ଇଣ୍ଡିଆ

ମଲିଙ୍ଗା IPL ବ୍ୟତୀତ  Jamaica Tallawahs, Guyana Amazon Warriors, Khulna Tigers, Rangpur Riders ଓ Melbourne Stars ଭଳି Franchise Cricket ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି। ବିଶ୍ୱସ୍ତରର ଏହି Franchise T20 ଟୁର୍ଣ୍ଣମେଣ୍ଟର ୨୯୫ଟି ମ୍ୟାଚରେ ୩୯୦ଟି ୱିକେଟ୍ ନେଇ ସେ ଡୱେନ ବ୍ରାଭୋଙ୍କ ପଛରେ ଅଛନ୍ତି। ମଲିଙ୍ଗାଙ୍କର ଶେଷ T20 ମାର୍ଚ୍ଚ ୨୦୨୦ରେ ୱେଷ୍ଟଇଣ୍ଡିଜ୍ (West Indies)  ବିପକ୍ଷରେ ଶ୍ରୀଲଙ୍କାର ନେତୃତ୍ୱ ନେଇଥିଲେ। ତେବେ ମହାମାରୀ କୋରୋନା ପାଇଁ ଆଉ କୌଣସି ମ୍ୟାଚ ଖିଳିନଥିଲେ।

ତାଙ୍କ ନିଷ୍ପତ୍ତିକୁ ନେଇ ମାଲିଙ୍ଗା କହିଛନ୍ତି "ପରିବାର ସହ ଆଲୋଚନା କରିବା ପରେ ମୁଁ ଭାବୁଛି ସମସ୍ତ Franchise Cricket ରୁ ଅବସର ନେବା ପାଇଁ ବର୍ତ୍ତମାନ ହିଁ ଉପଯୁକ୍ତ ସମୟ। ମହାମାରୀ ପରିସ୍ଥିତି ଏବଂ ଭ୍ରମଣ ଉପରେ ପ୍ରତିବନ୍ଧକ ହେତୁ ଆଗାମୀ Franchiseରେ ସମ୍ପୂର୍ଣ୍ଣ ଅଂଶଗ୍ରହଣ କରିବା ମୋ ପାଇଁ କଷ୍ଟକର ହେବ। ତେଣୁ ଏବେ ହିଁ ସେ ସବୁଠୁ ଓହରିଯିବା ଭଲ। ମୋର ଏହି ସମସ୍ୟାକୁ Mumbai Indians ବୁଝିଛି। ୧୨ ବର୍ଷ କାଳ ଟିମରେ ସୁଯୋଗ ଦେଇଥିବାରୁ ଅମ୍ବାନୀ ପରିବାରକୁ ଧନ୍ୟବାଦ୍।"

Also Read: IPL 2020: ଲାସିଥ ମଲିଙ୍ଗାଙ୍କ ରେକର୍ଡ ଭାଙ୍ଗିବେ ଅମିତ !

ସେ ପୁଣି କହିଛନ୍ତି, "Mumbai Indians ମୋତେ ପରିବାର ଭଳି ବ୍ୟବହାର କରିଛି। ପଡ଼ିଆରେ ତଥା ବାହାରେ ପ୍ରତ୍ୟେକ ପରିସ୍ଥିତିରେ ମୋତେ ୧୦୦% ସମର୍ଥନ କରିଛି। ଦଳ ସର୍ବଦା ମୋର ପ୍ରାକୃତିକ ଖେଳ ଖେଳିବାର ଆତ୍ମବିଶ୍ୱାସ ଏବଂ ସ୍ୱାଧୀନତା ଦେଇଛି। ବିଶ୍ୱ କ୍ରିକେଟର ସର୍ବୋତ୍ତମ Franchise ପାଇଁ ଏତେ ଦିନ ଧରି ଖେଳିଥିବାରୁ ମୁଁ ଅତ୍ୟଧିକ କୃତଜ୍ଞ।"