ପଞ୍ଚଭୂତରେ ପ୍ରଣବ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ହେଲା ଶେଷକୃତ୍ୟ
Advertisement

ପଞ୍ଚଭୂତରେ ପ୍ରଣବ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ହେଲା ଶେଷକୃତ୍ୟ

ପଞ୍ଚଭୂତରେ ବିଲୀନ ହୋଇଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର।

ପଞ୍ଚଭୂତରେ ପ୍ରଣବ, ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ହେଲା ଶେଷକୃତ୍ୟ

ନୂଆଦିଲ୍ଲୀ: ପଞ୍ଚଭୂତରେ ବିଲୀନ ହୋଇଛି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର। ସ୍ଥାନୀୟ ଲୋଧି ରୋଡ଼ସ୍ଥିତ ଶ୍ମଶାନ ଘାଟରେ ପ୍ରଣବଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟ ସମାପନ ହୋଇଛି। କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୀମିତ ଲୋକଙ୍କ ମଧ୍ୟରେ ପିପିଇ କିଟ ପିନ୍ଧି ଅନ୍ତ୍ୟେଷ୍ଟି କ୍ରିୟାକୁ ଶେଷ କରିଛନ୍ତି। 

ସେପଟେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟାକୁ ଶେଷ ହୋଇଛି। ଏହା ପୂର୍ବରୁ ଆଜି ସକାଳୁ ତାଙ୍କର ୧୦, ରାଜାଜୀ ମାର୍ଗସ୍ଥିତ ସରକାରୀ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ତାଙ୍କର ପାର୍ଥିବ ଶରୀରକୁ ରଖାଯାଇଥିଲା। ସେଠାରେ ସକାଳୁ ତାଙ୍କର ସରକାରୀ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଆରଏସଏସ ମୁଖ୍ୟ ମୋହନ ଭାଗବତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ, ମନୀଷ ସିସୋଡଦିଆ ପ୍ରମୁଖ ପହଞ୍ଚି ସେଠାରେ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। 

ସେପଟେ ସୀମା ବିବାଦକୁ ନେଇ ଦୁଇ ରାଷ୍ଟ୍ର ମୁହାଁମୁହିଁ ହୋଇଥିଲେ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିଧନରେ ଚୀନ ଶୋକବ୍ୟକ୍ତି କରିଛି। ସୂଚନାଯୋଗ୍ୟ ଗତକାଲି ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ଡାକ୍ତରଖାନାରେ ପ୍ରଣବଙ୍କ ଦେହାନ୍ତ ହୋଇଥିଲା। ତେବେ ବିଗତ କିଛି ଦିନ ଧରି ସେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ମୁଣ୍ଡରେ ଆଘାତ କାରଣରୁ ତାଙ୍କର ସର୍ଜରୀ ମଧ୍ୟ କରାଯାଇଥିଲା। ମାତ୍ର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ କରିଥିଲେ ମଧ୍ୟ ପ୍ରଣବଙ୍କୁ ବଞ୍ଚାଇ ପାରିନଥିଲେ। ଏନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।