ରାଫେଲ୍ ଡିଲରେ ଦଲାଲି ଅଭିଯୋଗ, ସୁପ୍ରିମକୋର୍ଟ କରିବେ PILର ବିଚାର
Advertisement

ରାଫେଲ୍ ଡିଲରେ ଦଲାଲି ଅଭିଯୋଗ, ସୁପ୍ରିମକୋର୍ଟ କରିବେ PILର ବିଚାର

ଓକିଲ ମୋନହର ଲାଲ୍ ଶର୍ମାଙ୍କ ପକ୍ଷରୁ ସୁପ୍ରିମକୋର୍ଟ (Supreme Court) ରେ ରାଫେଲ ଦୁର୍ନୀତିକୁ ନେଇ ନୂତନ ମାମଲା ଦେଏର କରାଯାଇଛି। ମାମଲାଟି ସମ୍ବେଦନଶୀଳ ଥିବରୁ ଏହାକୁ କୋର୍ଟ ଗୁରୁତର ଭାବେ ନେଇଛନ୍ତି। ଜରୁରିକାଳୀନ ଭାବେ ଓକିଲଙ୍କ ଆବେଦନର ଶୁଣାଣି ଆସନ୍ତା ୨ ସପ୍ତାହ ପରେ ହେବ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଣି ଖୋଲିବ ରାଫେଲ୍ ଯୁଦ୍ଧ ବିମାନ ଦୁର୍ନୀତି ଫାଇଲ। ରାଫେଲ ଚୁକ୍ତିରେ ହୋଇଥିବା ଦୁର୍ନୀତିକୁ ନେଇ ସୁପ୍ରିମକୋର୍ଟରେ ଏକ ନୂତନ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି। ଏହାକୁ ଗୁରୁତର ସହ ନେଇ ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ଶୁଣାଣି ହେବ ବୋଲି ମୁଖ୍ୟ ନ୍ୟାୟଧିସ୍ ଏସ୍ଏ  ବୋବଡେ କହିଛନ୍ତି।

ଓକିଲ ମୋନହର ଲାଲ୍ ଶର୍ମାଙ୍କ ପକ୍ଷରୁ ସୁପ୍ରିମକୋର୍ଟ (Supreme Court) ରେ ରାଫେଲ ଦୁର୍ନୀତିକୁ ନେଇ ନୂତନ ମାମଲା ଦେଏର କରାଯାଇଛି। ମାମଲାଟି ସମ୍ବେଦନଶୀଳ ଥିବରୁ ଏହାକୁ କୋର୍ଟ ଗୁରୁତର ଭାବେ ନେଇଛନ୍ତି। ଜରୁରିକାଳୀନ ଭାବେ ଓକିଲଙ୍କ ଆବେଦନର ଶୁଣାଣି ଆସନ୍ତା ୨ ସପ୍ତାହ ପରେ ହେବ। ଏଥିପାଇଁ ଆଉ ଅଧିକ ତାରିଖ ଦିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ସେପଟେ ଏପ୍ରିଲ ୨୩ରେ ମୁଖ୍ୟ ବିଚାରପତି ଏସ୍ଏ ବୋବଡେ (SA Bobde) ଅବସର ନେବେ। ତେଣୁ ତାଙ୍କ ଅବରସ ପୂର୍ବରୁ ମାମଲାର ବିଚାର ହେଉ ବୋଲି ମୋନହର ଲାଲ୍ ଆଶାବ୍ୟକ୍ତ କରିଛନ୍ତି।

Also Read: ରାଲି ଓ ମେଳା ଛାଡି ସୁପ୍ରିମକୋର୍ଟରେ ପଶିଲା କୋରୋନା, ୪୪ ଷ୍ଟାଫ୍ ପଜିଟିଭ୍ ଚିହ୍ନଟ

ରାଫେଲ କିଣାରେ ଦୁର୍ନୀତି (Rafale deal scam) ଅଭିଯୋଗ ସହ ମାମଲାର CBI ତଦନ୍ତ ଦାବିରେ ୨୦୧୮ ମସିହାରେ ଓକିଲ ମୋନହର ଲାଲ୍ ଶର୍ମା, ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲେ। କିନ୍ତୁ ସେହି ବର୍ଷ ଡିସେମ୍ବରରେ ତାଙ୍କର ପିଟିସନକୁ ଖାରଜ କରିଦିଆଗଲା। ଏହାପରେ ସେ ପୁଣି ଥରେ ନଭେମ୍ବର ୨୦୧୯ରେ ୨୦୧୮ ଡିସେମ୍ବର ୧୪ର ରାୟକୁ ଚ୍ୟାଲେଞ୍ଜ କରି ରିଭ୍ୟୁ ପିଟିସନ୍ ଦାଖଲ କଲେ। ଆଉ ସେତେବେଳର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ (Ranjan Gogoi) ଏହାକୁ ପ୍ରଶାନ୍ତ ଭୁଷଣ, ଯଶବନ୍ତ ସିହ୍ନା ଓ ଅରୁଣ ସୌରୀଙ୍କ ମାମଲା ସହ ଯୋଡିଦେଲେ। କିନ୍ତୁ ଶେଷରେ ବନ୍ଦ ଲଫାଫା ମଧ୍ୟରେ ରାଫେଲ (Rafale) ମାମଲା ଦବିଗଲା।

ଏବେ ଫ୍ରାନ୍ସର (France) ଏକ ଦୁର୍ନୀତି ନିବାରଣ ସଂସ୍ଥା AGA ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଭାରତ ସରକାରଙ୍କୁ ଅଡୁଆରେ ପକାଇଛି। ସଂସ୍ଥାର ରିପୋର୍ଟ ଅନୁସାରେ ୩୬ଟି ରାଫେଲ କିଣିବା ପାଇଁ Dassault Aviation ଜଣେ ଭାରତୀୟ ମଧ୍ୟସ୍ତିଙ୍କୁ ୧.୧ ମିଲିୟନ ୟୁରୋ ଦେଇଛି। ତେବେ ଏହି ମଧ୍ୟସ୍ତି Agusta-Westland ଦୁର୍ନୀତି ମାମଲାର ଅଭିଯୁକ୍ତ ତଥା ସୁଶେନ ଗୁପ୍ତାଙ୍କ ଦ୍ୱାରା ପରିଚାଳିତ Defsys Solutions ବୋଲି କୁହାଯାଉଛି। ସେପଟେ Defsys Solutions ଏହି ଅଭିଯୋଗକୁ ଖଣ୍ଡନ କରିଛି। 

Also Read: 'ଅଧା ନିର୍ବାଚନରୁ ପୁରାପୁରି ସଫା ହୋଇଗଲାଣି ଟିଏମସି'

କମ୍ପାନୀର କହିବା ହେଲା, Defsys Solutions, Dassault Aviationର ସବକଣ୍ଟ୍ରାକ୍ଟର। Dassault ଯେଉଁ ଟଙ୍କା ଦେଇଛି ସେଥିରେ ରାଫେଲର ୫୦ଟି ପ୍ରତିକୃତି ନିର୍ମାଣ କରାଯାଉଛି। ସେଗୁଡିକୁ ବାୟୁସେନା ମୁଖ୍ୟଙ୍କ ବାସଭବନ, ଗ୍ୱାଲିୟର ବାୟୁସେନା ଘାଟି ସମେତ ଅନେକ ସ୍ଥାନରେ ସ୍ଥାପିତ କରାଯିବ। ରାଫେଲ ପ୍ରତିକୃତି ମଧ୍ୟରୁ କିଛି ଲାଗି ଥିବା ବେଳେ ଅନେକ ଏବେ ପ୍ରସ୍ତୁତ ହେଉଛି। ସେପଟେ Defsys Solutions ପକ୍ଷରୁ ରାଫେଲ୍ ମଡେଲ ବା ପ୍ରତିକୃତି ତିଆରି ହୋଇଥିବା ନେଇ ତଦନ୍ତକାରୀ ସଂସ୍ଥା କୌଣସି ପ୍ରମାଣ ପାଇ ନାହିଁ।

ଅନ୍ୟପଟେ ଓକିଲ ମୋନହର ଲାଲ୍ ଶର୍ମା ପୁଣି ଥରେ ରାଫେଲ ଡିଲର CBI ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ମୋନହର ଲାଲ୍ ତାଙ୍କ ପିଟିସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, Dassault Aviation ଓ CBI ସମେତ ୬ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଏମାନଙ୍କ ଉପରେ ପିସି ଆକ୍ଟ- ୧୯୮୮ର ଧାରା ୪୦୯, ୪୨୦, ଆଇପିସିର ୧୨୦-ଖ ଏବଂ ଅଫିସିଆଲ୍ ସିକ୍ରେଟ ଆକ୍ଟର ଧାରା ୩ରେ ମାମଲା ରୁଜୁ କରିବା ପାଇଁ ମୋନହର ଲାଲ୍ ଶର୍ମା ତାଙ୍କ ପିଟିସନରେ ଦର୍ଶାଇଛନ୍ତି। ଏପରି କି ରାଫେଲ୍ ଚୁକ୍ତି ଦୁର୍ନୀତି ଦ୍ୱାରା ଭାରତୀୟ ସମ୍ବିଧାନର ଧାରା ୧୩ ଏବଂ ୨୧ କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହୋଇଛି। 

Also Read: କ'ଣ କେବେ ଶେଷ ହେବ ନାହିଁ କୋରୋନା ଭୂତାଣୁ? ଜାଣନ୍ତୁ ଏମ୍ସ ନିର୍ଦ୍ଦେଶକଙ୍କ ଜବାବ

ସୂଚନାଯୋଗ୍ୟ, ୨୦୧୬ ମସିହାରେ ଫ୍ରାନ୍ସ ଠାରୁ ୫୯ ହାଜାର କୋଟି ଟଙ୍କା ବ୍ୟୟରେ ୩୬ଟି ରାଫେଲ୍ ଯୁଦ୍ଧ ବିମାନ କିଣାବା ପାଇଁ ଭାରତ ସରକାର ଚୁକ୍ତି କରିଛନ୍ତି। ଏହି ଚୁକ୍ତି ଅନୁସାରେ ବର୍ତ୍ତମାନ ସୁଦ୍ଧା ୪ଟି ପର୍ଯ୍ୟାୟରେ ୧୪ଟି ରାଫେଲ ବିମାନ ହସ୍ତାନ୍ତର କରାଯାଇଛି। ଗତବର୍ଷ ଜୁଲାଇରେ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ ଭାରତ ଆସିଥିବା ବେଳେ ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖରେ ୩ଟି ଯୁଦ୍ଧ ବିମାନ ଆସିଛି। ତେବେ ଚଳିତମାସରେ ଆହୁରି ୮ଟି ରାଫେଲ ଭାରତ ପହଞ୍ଚିବ ବୋଲି କେନ୍ଦ୍ର ସରକାରଙ୍କ ସୁତ୍ରରୁ ସୂଚନା ମିଳିଛି।।