'ସୁଶାନ୍ତ ସିଂହ ମୃତ୍ୟୁ ଘଟଣାରେ ଗଣମାଧ୍ୟମ ସଞ୍ଜମତା ପ୍ରଦର୍ଶନ କରୁ'
Advertisement

'ସୁଶାନ୍ତ ସିଂହ ମୃତ୍ୟୁ ଘଟଣାରେ ଗଣମାଧ୍ୟମ ସଞ୍ଜମତା ପ୍ରଦର୍ଶନ କରୁ'

ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ଏକ 'ମିଡିଆ ଟ୍ରାଏଲ' ଚାଲିଛି ବୋଲି ଦାବି କରି କୋର୍ଟ ଦୁଇଟି ପିଟିସନର ଶୁଣାଣି କରିଥିଲେ ଏବଂ ଏହାକୁ ବନ୍ଦ କରିବାକୁ ଜଣାଇଛନ୍ତି । ଆବେଦନକାରୀଙ୍କ ମଧ୍ୟରେ ପୂର୍ବତନ ଡିଜିପି ଏମଏନ୍ ସିଂ, ପିଏସ୍ ପାସ୍ରିକା, କେ ସୁବ୍ରମଣ୍ୟନ୍, ଡି ସାଇଭାନନ୍ଦ, ସଞ୍ଜୀବ ଦିନଲ ଏବଂ ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ କେ ପି ରଘୁଭନ୍ସି ଏବଂ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଡି.ଏନ୍ ଯାଦବ ଅଛନ୍ତି ।

'ସୁଶାନ୍ତ ସିଂହ ମୃତ୍ୟୁ ଘଟଣାରେ ଗଣମାଧ୍ୟମ ସଞ୍ଜମତା ପ୍ରଦର୍ଶନ କରୁ'

ତପନ କର, ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଗୁରୁବାର କହିଛନ୍ତି ଯେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସମ୍ପର୍କରେ କୌଣସି ବିବରଣୀ ପ୍ରକାଶ କରିବା କିମ୍ବା ରିପୋର୍ଟ କରିବା ବେଳେ ଗଣମାଧ୍ୟମ ସଂଯମତା ପ୍ରଦର୍ଶନ କରିବେ ବୋଲି ଆଶା କରୁଛୁ । ଜଷ୍ଟିସ ଏଏ ସୟଦ ଏବଂ ଜଷ୍ଟିସ ଏସପି ତାୱଡେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଗଣମାଧ୍ୟମ ଏପରି ରିପୋର୍ଟ କରିବା ଉଚିତ ଯେ ଏହା ଯେପରି ତଦନ୍ତରେ ବାଧା ସୃଷ୍ଟି କରିବ ନାହିଁ।

ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ଏକ 'ମିଡିଆ ଟ୍ରାଏଲ' ଚାଲିଛି ବୋଲି ଦାବି କରି କୋର୍ଟ ଦୁଇଟି ପିଟିସନର ଶୁଣାଣି କରିଥିଲେ ଏବଂ ଏହାକୁ ବନ୍ଦ କରିବାକୁ ଜଣାଇଛନ୍ତି । ଆବେଦନକାରୀଙ୍କ ମଧ୍ୟରେ ପୂର୍ବତନ ଡିଜିପି ଏମଏନ୍ ସିଂ, ପିଏସ୍ ପାସ୍ରିକା, କେ ସୁବ୍ରମଣ୍ୟନ୍, ଡି ସାଇଭାନନ୍ଦ, ସଞ୍ଜୀବ ଦିନଲ ଏବଂ ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ କେ ପି ରଘୁଭନ୍ସି ଏବଂ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଡି.ଏନ୍ ଯାଦବ ଅଛନ୍ତି ।

ଫିଲ୍ମ ନିର୍ମାତା ନୀଲେଶ ନାଭଲେଖା ଏବଂ ଅନ୍ୟ ୨ ଜଣଙ୍କ ଦ୍ୱାରା ଅନ୍ୟ ଏକ ପିଟିସନ ଦାଖଲ କରାଯାଇଛି ଯେଉଁମାନେ ଏହି ମାମଲାରେ ସମ୍ବେଦନଶୀଳ ରିପୋର୍ଟ ନକରିବା ପାଇଁ ଗଣମାଧ୍ୟମ ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଛନ୍ତି ।

କୋର୍ଟ କହିଛନ୍ତି, "ଆମେ ଅନୁରୋଧ କରୁଛୁ ଏବଂ ଆଶା କରୁଛୁ ଯେ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସମ୍ପର୍କରେ କୌଣସି ବିବରଣୀ ପ୍ରକାଶ କିମ୍ବା ରିପୋର୍ଟ କରିବାବେଳେ ଗଣମାଧ୍ୟମ ସଂଯମତା ପ୍ରଦର୍ଶନ କରିବେ ଏବଂ ଗଣମାଧ୍ୟମ ଏପରି ରିପୋର୍ଟ କରିବା ଉଚିତ ଯେ ଏହା ତଦନ୍ତରେ ବାଧା ସୃଷ୍ଟି କରିବ ନାହିଁ । "

ଏହା ସହିତ ଏହି ଖଣ୍ଡପୀଠ କହିଛନ୍ତି ଏହି ମାମଲାର ଅଧିକ ଶୁଣାଣି ପୂର୍ବରୁ ସେ ଜାଣିବାକୁ ଚାହାଁନ୍ତି ଏହି ଆବେଦନର ଉତ୍ତରରେ କେନ୍ଦ୍ରୀୟ ସରକାର ଏବଂ ଅନୁସନ୍ଧାନକାରୀ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ-ସିବିଆଇ (CBI-Central Bureau Investigation) କ’ଣ କହୁଛନ୍ତି? ହାଇକୋର୍ଟ ସେପ୍ଟେମ୍ବର ୧୦ ତାରିଖରେ ଏହି ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି କରିବେ ।