ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମେତ ରେଳ ଷ୍ଟେସନ ଓ ଧାର୍ମିକସ୍ଥଳ ଉଡ଼ାଇଦେବାକୁ ଧମକ
Advertisement

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମେତ ରେଳ ଷ୍ଟେସନ ଓ ଧାର୍ମିକସ୍ଥଳ ଉଡ଼ାଇଦେବାକୁ ଧମକ

ପଞ୍ଜାବର କାପୁରଥାଲା (Kapurthala)ର ସୁଲତାନପୁର ଲୋଧୀ(Sultanpur Lodhi) ରେଳ ଷ୍ଟେସନରେ ବୁଧବାର ଦିନ ପ୍ରାପ୍ତ ହୋଇଥିବା ଏକ ଚିଠିରେ  ପଞ୍ଜାବର ପ୍ରମୁଖ ରେଳ ଷ୍ଟେସନକୁ ବିସ୍ଫୋରଣରେ ଉଡ଼େଇ ଦିଆଯିବାନେଇ ଧମକ ଦିଆଯାଇଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସମେତ ରେଳ ଷ୍ଟେସନ ଓ  ଧାର୍ମିକସ୍ଥଳ ଉଡ଼ାଇଦେବାକୁ ଧମକ

ଚଣ୍ଡିଗଡ଼: ପଞ୍ଜାବ(Punjab)ର ମୁଖ୍ୟମନ୍ତ୍ରୀ(Chiefminister),ରାଜ୍ୟପାଳ(Governor) ଏବଂ ଅକାଳୀ ଦଳ(Akalidal)ର ନେତାଙ୍କୁ ବମ୍‌ରେ ଉଡ଼ାଇବାକୁ ଧମକ ମିଳିଛି । ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ(Jaish-e-mohammed) ପକ୍ଷରୁ ଏହି ଧମକ ମିଳିଥିବା କୁହାଯାଉଛି । ବୁଧବାର ଦିନ ପ୍ରାପ୍ତ ହୋଇଥିବା ଏକ ଚିଠିରେ  ପଞ୍ଜାବର ପ୍ରମୁଖ ରେଳ ଷ୍ଟେସନକୁ ବିସ୍ଫୋରଣରେ ଉଡ଼େଇ ଦିଆଯିବାନେଇ ଧମକ ଦିଆଯିବାପରେ ଏହି ଘଟଣା ସ୍ପଷ୍ଟ ହୋଇଛି ।

ପଞ୍ଜାବର କାପୁରଥାଲା (Kapurthala)ର ସୁଲତାନପୁର ଲୋଧୀ(Sultanpur Lodhi) ରେଳ ଷ୍ଟେସନରେ ବୁଧବାର ଦିନ ପ୍ରାପ୍ତ ହୋଇଥିବା ଏକ ଚିଠିରେ  ପଞ୍ଜାବର ପ୍ରମୁଖ ରେଳ ଷ୍ଟେସନକୁ ବିସ୍ଫୋରଣରେ ଉଡ଼େଇ ଦିଆଯିବାନେଇ ଧମକ ଦିଆଯାଇଛି । ଏହି ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ, କେତେକ ପ୍ରସିଦ୍ଧ ଧାର୍ମିକ ସ୍ଥାନ(,ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ (Bhagwant Mann)ଏବଂ ରାଜ୍ୟପାଳ ବନଓ୍ୱାରିଲାଲ ପୁରୋହିତ(Governor Banwarilal Purohit)ଙ୍କୁ ମଧ୍ୟ ଟାର୍ଗେଟ କରି ହତ୍ୟା କରାଯିବାନେଇ ଧମକ ଦିଆଯାଇଛି । ଏହି ଚିଠିରେ ଫିରୋଜପୁର ରେଳ ଷ୍ଟେସନ ସମେତ କେତେକ ପ୍ରମୁଖ ରେଳ ଷ୍ଟେସନ୍‌ ଉପରେ ବମ୍‌ ପକାଇବାକୁ ଧମକ ଦିଆଯାଇଛି ।

ତା ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌ ଓ ଅନ୍ୟ ନେତାଙ୍କୁ ବମ୍‌ ପକାଇବାକୁ ଧମକ ମିଳିଛି । ଚିଠିଟି ହିନ୍ଦୀ ଭାଷାରେ ଲେଖାଯାଇଥିବାବେଳେ  ଚିଠି ଆସିଥିବା ଲଫାଫାରେ ଡାକ ଟିକଟ  ଲାଗିଛି  । ମାତ୍ର  କୌଣସି ଡାକଘରର ସିଲ୍‌ ବାଜିନଥିବାବେଳେ  ଷ୍ଟେସନ ମାଷ୍ଟର ରାଜବୀର ସିଂହଙ୍କ ନାମରେ ଏହି ଚିଠି ଆସିଛି । ବୁଧବାର ଦିନ ଷ୍ଟେସନ ସୁପରଭାଇଜରଙ୍କୁ ପୋଷ୍ଟ ମ୍ୟାନ୍ ଏହି ଚିଠି ଆସି ଦେଇଯାଇଥିଲେ । ଷ୍ଟେସନ ମାଷ୍ଟର ଏହି ଚିଠି ପଢ଼ିବା ପରେ ଅବାକ ହୋଇଯାଇଥିଲେ । ତେବେ ତୁରନ୍ତ ଏ ସମ୍ପର୍କରେ ସେ ପୋଲିସକୁ ଜଣାଇଥିବା ଜଣାପଡ଼ିଛି ।

ଚିଠିଟି ଜୈଶ-ଇ-ମହମ୍ମଦ(Jaish-e-mohammed)ର କାଶ୍ମୀର ଏରିଆ କମାଣ୍ଡର ସଲୀମ ଅଂସାରୀ ପାଖରୁ ଆସିଥିବା  ଲେଖାଯାଇଛି । ତା ସହିତ ଏଥିରେ ଜୈଶ-ଇ-ମହମ୍ମଦ ଜିନ୍ଦାବାଦ ଓ ଖୁଦା ମୁଝେ ମାଫ୍‌ କରେଗା ବୋଲି ଲେଖା ରହିଛି । ଏହାସହିତ ମୃତ୍ୟୁବରଣ କରିଥିବା ଜିହାଦୀଙ୍କ ପ୍ରତିଶୋଧ ନିଆଯିବ ବୋଲି ଏଥିରେ ଉଲ୍ଲେଖ ରହିଛି  । ତେବେ ପ୍ରତିଶୋଧ ନେବା ପାଇଁ ସୁଲତାନପୁର ଲୋଧୀ,ଫିରୋଜପୁର ରେଳ ଷ୍ଟେସନ ଏବଂ ଜଳନ୍ଧର ଭଳି ପ୍ରମୁଖ ରେଳ ଷ୍ଟେସନ କୁ ମେ ମାସ ୨୧ତାରିଖ  ସୁଦ୍ଧା ଉଡ଼ାଇ ଦିଆଯିବାନେଇ  ପୋଷ୍ଟ ଦ୍ୱାରା ପ୍ରେରିତ ପତ୍ରରେ  ଧମକ ଦିଆଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ମୁଖ୍ୟମନ୍ତ୍ରୀ ଭାଗଓ୍ୱତ ମାନ୍ ଓ ରାଜ୍ୟପାଳଙ୍କ ସମେତ ଫିରୋଜପୁର ରେଳ ପ୍ରବନ୍ଧକ ସୀମା ଶର୍ମା ଏବଂ ଅକାଳୀ ଦଳର ବହୁ ନେତାଙ୍କୁ ହତ୍ୟା କରିବାକୁ ମଧ୍ୟ ଚିଠିରେ ଧମକ ଦିଆଯାଇଥିବା   ସୁଲତାନପୁର ଲୋଧୀ ରେଳ ଷ୍ଟେସନ ମାଷ୍ଟର କହିଛନ୍ତି।

ଅନ୍ୟପଟେ ପୋଲିସ କହିଛି ଯେ ଘଟଣାର  ଅନୁସନ୍ଧାନ ଚାଲିଥିବାବେଳେ ଧମକପୂର୍ଣ୍ଣ ଚିଠି ପଠାଯାଇଥିବା ବିଷୟରେ  ସୂତ୍ର ଖୋଜିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଥିବାବେଳେ  ପଞ୍ଜାବ ପୋଲିସକୁ ହାଇ ଆଲର୍ଟ କରାଯାଇଛି। ଚିଠି ମିଳିବା ପରେ ଫିରୋଜପୁର ରେଳ ମଣ୍ଡଳରେ ସୁରକ୍ଷା ବ୍ୟାବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।  ତେବେ ଚିଠିର  ଲେଖା ଯାଞ୍ଚ କରିବାକୁ ପଠାଯାଇଥିବାବେଳେ  ଯାଞ୍ଚ ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି କପୁରଥାନା ପୋଲିସ ସୂଚନା ଦେଇଛନ୍ତି ।