LIC ର କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ଏଣିକି ଜୀବନ ସାରା ଆକାଉଣ୍ଟରେ ଆସିବ ଟଙ୍କା, ଲଞ୍ଚ ହେଲା ଏହି ଖାସ୍ ପ୍ଲାନ୍
Advertisement

LIC ର କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ଏଣିକି ଜୀବନ ସାରା ଆକାଉଣ୍ଟରେ ଆସିବ ଟଙ୍କା, ଲଞ୍ଚ ହେଲା ଏହି ଖାସ୍ ପ୍ଲାନ୍

LIC New Pension Plus Plan: LIC ଟ୍ୱିଟ୍ କରି ଏହି ପେନସନ ଯୋଜନା ବିଷୟରେ ସୂଚନା ଦେଇଛି । କମ୍ପାନୀ କହିଛି ଯେ,  LIC New Pension Plus (Plan No. 867) ଆରମ୍ଭ କରାଯାଇଛି । ସେପ୍ଟେମ୍ବର ୫,୨୦୨୨ରୁ ଗ୍ରାହକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

LIC ର କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ଖବର; ଏଣିକି ଜୀବନ ସାରା ଆକାଉଣ୍ଟରେ ଆସିବ ଟଙ୍କା, ଲଞ୍ଚ ହେଲା ଏହି ଖାସ୍ ପ୍ଲାନ୍

ନୂଆଦିଲ୍ଲୀ: LIC New Pension Plus Plan: ଭାରତୀୟ ଜୀବନ ବୀମା ନିଗମ (Life Insurance Corporation of India) ସମୟ ସମୟରେ ଗ୍ରାହକଙ୍କ ପାଇଁ ଅନେକ ଖାସ୍ ଯୋଜନା ନେଇ ଆସିଥାଏ । ଗ୍ରାହକଙ୍କ ସୁରକ୍ଷା ଓ ଆବଶ୍ୟକତା ଅନୁଯାୟୀ LIC ପ୍ଲାନ ବାହାର କରିଥାଏ । ଏହି କ୍ରମରେ କମ୍ପାନୀ ଗ୍ରାହକଙ୍କ ପାଇଁ ଏକ ଖାସ୍ ପେନସନ୍ ଯୋଜନା ଆରମ୍ଭ କରିଛି, ଯାହା ମାଧ୍ୟମରେ ଆପଣ ଅବସର ପରେ ବିଶେଷ ସୁବିଧା ପାଇବେ । LIC ର ଏହି ପେନସନ ପ୍ଲାନ୍ (LIC New Pension Plan) ମାଧ୍ୟମରେ, ଆପଣ ଆପଣଙ୍କର ଭବିଷ୍ୟତକୁ ସୁରକ୍ଷିତ କରିପାରିବେ ।

LIC ଟ୍ୱିଟ୍ କରି ଏହି ପେନସନ ଯୋଜନା ବିଷୟରେ ସୂଚନା ଦେଇଛି । କମ୍ପାନୀ କହିଛି ଯେ,  LIC New Pension Plus (Plan No. 867) ଆରମ୍ଭ କରାଯାଇଛି । ସେପ୍ଟେମ୍ବର ୫,୨୦୨୨ରୁ ଗ୍ରାହକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହା ଏକ ପ୍ରକାର ଅଣ-ଅଂଶଗ୍ରହଣକାରୀ, ୟୁନିଟ୍ ଲିଙ୍କ୍, ବ୍ୟକ୍ତିଗତ ପେନସନ୍ ଯୋଜନା । ଏହିପରି ଯୋଜନାରେ ଟଙ୍କା ନିବେଶ କରି ଆପଣ ଏକ ମୋଟା ଅଙ୍କର ଫଣ୍ଡ ତିଆରି କରିପାରିବେ ।

ଏହା ବ୍ୟତୀତ ଆପଣ ଏହି ପ୍ରକାର ପ୍ଲାନନକୁ ବାର୍ଷିକ ଯୋଜନା ମାଧ୍ୟମରେ ନିୟମିତ ଆୟ ଭାବରେ ରୂପାନ୍ତର କରିପାରିବେ । ଅର୍ଥାତ ଆପଣ ମଧ୍ୟ ଏହି ଯୋଜନାରେ ନିୟମିତ ଆୟ କରିପାରିବେ ।

ପଲିସିର ବିଶେଷତା

୧. ପଲିସି ଧାରକମାନେ ଏହି ଯୋଜନାକୁ ଦୁଇଟି ଉପାୟରେ ନେଇପାରିବେ ଯଥା ସିଙ୍ଗଲ ଓ ରେଗୁଲାର ପ୍ରିମିୟମ୍ ।

୨. ରେଗୁଲାର ପେମେଣ୍ଟ ବିକଳ୍ପ ଅଧୀନରେ ପଲିସି ଅବଧି ମଧ୍ୟରେ ପ୍ରିମିୟମ ଦେବାକୁ ପଡ଼ିବ ।
ପ୍ରିମିୟମ ପରିମାଣ ଓ ପଲିସିର ଅବଧି ଚୟନ କରିବାକୁ ପଲିସିଧାରୀଙ୍କ ପାଖରେ ବିକଳ୍ପ ରହିବ ।

୩. ଏହା ବ୍ୟତୀତ ଆପଣ ନିଜ ହିସାବରେ ପ୍ରିମିୟମର ସର୍ବନିମ୍ନ ଓ ସର୍ବାଧିକ ସୀମା ମଧ୍ୟ ସ୍ଥିର କରିପାରିବେ ।

୪. ପଲିସି ଟର୍ମ ଚୟନ କରିବା ପାଇଁ ଆପଣଙ୍କ ପାଖରେ ମଧ୍ୟ ବିକଳ୍ପ ରହିବ ।

ଏହା ବି ପଢ଼ନ୍ତୁ:-୨୦୨୪ରେ କିଏ ହେବେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ନୀତିଶ କୁମାର ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ଏହି ଯୋଜନା ଅଧୀନରେ ଯୁବ ବର୍ଗଙ୍କୁ ମିଳିବ ମାସକୁ ୩୪୦୦ ଟଙ୍କା! ସରକାର ଦେଲେ ବଡ଼ ସୂଚନା

ଏହା ବି ପଢ଼ନ୍ତୁ:-ମିଶନ୍ ୨୦୨୪: ବିଜେପିକୁ ମାତ୍ ଦେବା ପାଇଁ ଜେଡିୟୁର ମାଷ୍ଟର ପ୍ଲାନ, ବିରୋଧୀଙ୍କୁ ଏକଜୁଟ କରିବେ ନୀତିଶ କୁମାର; କିନ୍ତୁ ପ୍ରଧାନମନ୍ତ୍ରୀ ପଦ...

 

କିପରି ନେବେ ଏହି ପଲିସି

LIC ନିଜର ବିଜ୍ଞପ୍ତିରେ କହିଛି ଯେ, ଗ୍ରାହକମାନେ ଏହି ନୂତନ ପେନସନ ପଲିସି LIC New Pension Plus (Plan No. 867) କୁ ଅଫଲାଇନ୍ ଏଜେଣ୍ଟଙ୍କ ଠାରୁ କିଣି ପାରିବେ । ଏହା ସହ ଗ୍ରାହକଙ୍କ ପାଖରେ LIC ର ଅଫିସିଆଲ୍ ୱେବସାଇଟରୁ ଏହାକୁ ଅନଲାଇନରେ କିଣିବାର ବିକଳ୍ପ ମଧ୍ୟ ଅଛି ।