କୋରୋନା ମୁକାବିଲା ପାଇଁ ୧୦୫ କୋଟି ଦେଲା LIC

ଏହି କ୍ରମରେ ଆଜି ଅର୍ଥାତ ମଙ୍ଗଳବାର ପିଏମ କେୟାର୍ସ ଫଣ୍ଡରେ ୧୦୫ କୋଟି ଟଙ୍କା ଦାନ କଲେ ଭାରତୀୟ ଜୀବନ ବୀମା ନିଗମ(LIC) । ଏଲଆଇସି ବ୍ୟତୀତ NMDC କମ୍ପାନୀ ଛତିଶଗଡ଼ ସରକାରଙ୍କୁ ୨୦୦ କୋଟି ଟଙ୍କା ଦେଇଛି । ସେହିପରି ରାଜ୍ୟସଭାର ସେକ୍ରେଟାରିଏଟ କର୍ମଚାରୀ ନିଜ ଦରମାର କିଛି ଅଂଶ ପିଏମ କେୟାର୍ସ ଫଣ୍ଡକୁ ଦାନ କରିବେ । 

କୋରୋନା ମୁକାବିଲା ପାଇଁ ୧୦୫ କୋଟି ଦେଲା LIC
ନୂଆଦିଲ୍ଲୀ: କେବଳ ଭାରତ ନୁହଁ, ସମଗ୍ର ବିଶ୍ୱ ଆଗର ଏବେ କୋରୋନା ମହାମାରୀ ସଙ୍କଟ ଉଭା ହୋଇଛି । ଏହାର ମୁକାବିଲା ପାଇଁ ଲାଗିଛନ୍ତି ସବୁ ଦେଶର ସରକାର । ଏହି କ୍ରମରେ ଭାରତରେ କୋରୋନା ମୁକାବିଲା ପାଇଁ ୨୧ ଦିନର ଲକ୍ ଡାଉନ୍ ଘୋଷଣା କରାଯାଇଛନ୍ତି  ମୋଦି ସରକାର । ଆଉ ଏହି ବିପଦ ସମୟରେ ଲୋକଙ୍କୁ କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ବହୁ ସଂସ୍ଥା ଠାରୁ ଆରମ୍ଭ କରି ବ୍ୟକ୍ତିମାନେ ପିଏମ କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି । 
 
ଏହି କ୍ରମରେ ଆଜି ଅର୍ଥାତ ମଙ୍ଗଳବାର ପିଏମ କେୟାର୍ସ ଫଣ୍ଡରେ ୧୦୫ କୋଟି ଟଙ୍କା ଦାନ କଲେ ଭାରତୀୟ ଜୀବନ ବୀମା ନିଗମ(LIC) । ଏଲଆଇସି ବ୍ୟତୀତ NMDC କମ୍ପାନୀ ଛତିଶଗଡ଼ ସରକାରଙ୍କୁ ୨୦୦ କୋଟି ଟଙ୍କା ଦେଇଛି । ସେହିପରି ରାଜ୍ୟସଭାର ସେକ୍ରେଟାରିଏଟ କର୍ମଚାରୀ ନିଜ ଦରମାର କିଛି ଅଂଶ ପିଏମ କେୟାର୍ସ ଫଣ୍ଡକୁ ଦାନ କରିବେ । 
 
ସେହିପରି ଆଇଟିବିପି ମଧ୍ୟ ଗୋଟିଏ ଦିନର ଦରମା ପିଏମ କେୟାର୍ସ ଫଣ୍ଡକୁ ଦାନ କରିଛି । ଅନ୍ୟପକ୍ଷେ ଆଜି ଭାରତୀୟ କ୍ରିକେଟର ରୋହିତ ଶର୍ମା ୮୦ ଲକ୍ଷ ଟଙ୍କା କୋରୋନା ମୁକାବିଲା ପାଇଁ ଦାନ କରିଛନ୍ତି । ଏହାପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ସୁରେଶ ରୈନା ଓ ବିରାଟ କୋହଲି କୋରୋନା ମୁକାବିଲା ପାଇଁ ଆଗେଇ ଆସିଥିଲେ ।