LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା
Advertisement

LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା

ଆମେ ଆପଣଙ୍କୁ କହି ରଖୁଛୁ ଯେ ସରକାର ୩୦ ସେପ୍ଟେମ୍ବର ୨୦୨୧କୁ ପାନ୍ (PAN Card) ଓ ଆଧାର ଲିଙ୍କ୍ (Aadhaar) ପାଇଁ ଶେଷ ତାରିଖ ଭାବରେ ସ୍ଥିର କରିଛନ୍ତି ।

LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଭାରତୀୟ ଜୀବନ ବୀମା ନିଗମ (LIC) ରୁ ପଲିସି କରିଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ସମସ୍ତ ପଲିସି ଧାରକଙ୍କୁ ଟ୍ୱିଟ୍ କରି LIC ଆବଶ୍ୟକ ସୂଚନା ପ୍ରଦାନ କରିଛି । ବାସ୍ତବରେ, ପଲିସି ସହ ପାନ୍ କାର୍ଡ ଲିଙ୍କ୍ (PAN link with LIC policy) କରିବା ଆବଶ୍ୟକ । LIC ଏହାର ଅଫିସିଆଲ୍ ୱେବସାଇଟ୍ ରେ ଏହି ସୂଚନା ପ୍ରଦାନ କରିଛି ।

ଆମେ ଆପଣଙ୍କୁ କହି ରଖୁଛୁ ଯେ ସରକାର ୩୦ ସେପ୍ଟେମ୍ବର ୨୦୨୧କୁ ପାନ୍ (PAN Card) ଓ ଆଧାର ଲିଙ୍କ୍ (Aadhaar) ପାଇଁ ଶେଷ ତାରିଖ ଭାବରେ ସ୍ଥିର କରିଛନ୍ତି । ମାର୍କେଟ ରେଗୁଲେଟର SEBI ମଧ୍ୟ ସମାନ ନିୟମ ସ୍ଥିର କରିଛି ଓ ନିବେଶକମାନଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ଆଧାର ସହିତ ଲିଙ୍କ କରିବାକୁ କହିଛି । ସେହିଭଳି ପାନ୍ ଲିଙ୍କ୍ କରିବାକୁ LIC କୁ ମଧ୍ୟ କୁହାଯାଇଛି ।

ଯଦି ଆପଣ ଏପର୍ଯ୍ୟନ୍ତ ପାନ୍ ସହିତ ପଲିସି ଲିଙ୍କ୍ କରିନାହାଁନ୍ତି, ତେବେ ଆପଣ ଏହାକୁ ଘରେ ବସି ଅନଲାଇନରେ କରିପାରିବେ । ଚାଲନ୍ତୁ ଜାଣିବା ଏହାର ପ୍ରକ୍ରିୟା…

୧. LIC ର ୱେବସାଇଟରେ ପଲିସି ତାଲିକା ସହିତ PAN ବିବରଣୀ ପ୍ରଦାନ କରନ୍ତୁ ।

୨. ବର୍ତ୍ତମାନ ଆପଣଙ୍କର ମୋବାଇଲ୍ ନମ୍ବର ଦାଖଲ କରନ୍ତୁ । ସେହି ମୋବାଇଲ୍ ନମ୍ବରରେ LIC ରୁ ଏକ OTP ଆସିବ, ଏହାକୁ ଦାଖଲ କରନ୍ତୁ ।

୩. ଫର୍ମ ଦାଖଲ ପରେ ଆପଣ ସଫଳ ପଞ୍ଜୀକରଣ ଅନୁରୋଧର ମେସେଜ ପାଇବେ ।

୪. ବର୍ତ୍ତମାନ ଆପଣ ଜାଣିବେ ଯେ ଆପଣଙ୍କର ପାନ୍ ପଲିସି ସହିତ ଲିଙ୍କ୍ ହୋଇଯାଇଛି ।

ଘରେ ବସି ପଲିସି ସ୍ଥିତି କରନ୍ତୁ ଯାଞ୍ଚ 

୧. LIC ପଲିସିର ଅନଲାଇନ୍ ସ୍ଥିତି ଜାଣିବା ପାଇଁ ଆପଣଙ୍କୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ https://www.licindia.in/ କୁ ଯିବାକୁ ପଡିବ । ଏଠାରେ ସ୍ଥିତି ଜାଣିବା ପାଇଁ ଆପଣଙ୍କୁ ପଞ୍ଜିକରଣ କରିବାକୁ ପଡିବ ।

୨. ପଞ୍ଜୀକରଣ ପାଇଁ ଆପଣଙ୍କୁ କୌଣସି ପ୍ରକାରର ଦେୟ ଦେବାକୁ ପଡିବ ନାହିଁ ।
ଏଥିପାଇଁ ଆପଣଙ୍କୁ ଆପଣଙ୍କର ଜନ୍ମ ତାରିଖ, ନାମ, ପଲିସି ନମ୍ବର ଦାଖଲ କରିବାକୁ ପଡିବ । ଥରେ ପଞ୍ଜୀକୃତ ହୋଇଗଲେ, ଆପଣ ଯେକୌଣସି ସମୟରେ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ ।

୩. ଯଦି ଆପଣ କୌଣସି ସୂଚନା ଚାହୁଁଛନ୍ତି ତେବେ ଆପଣ 022 6827 6827 ରେ ମଧ୍ୟ କଲ କରିପାରିବେ । ଏହା ବ୍ୟତୀତ ଆପଣ 9222492224 ନମ୍ବରକୁ LICHELP <ପଲିସି ସଂଖ୍ୟା> ଲେଖି ଏକ ମେସେଜ ମଧ୍ୟ ପଠାଇ ପାରିବେ ।
ଏଥିରେ ମେସେଜ ପଠାଇବା ପାଇଁ ଆପଣଙ୍କ ଟଙ୍କା କଟିବ ନାହିଁ ।

ଅଧିକ ପଢ଼ନ୍ତୁ:-ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର! ଜାଣନ୍ତୁ କେତେ ବଢ଼ିପାରେ ଦରମା

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଏସବୁ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!