ଦୁଇ ମାସ ବିଳମ୍ବରେ ଆସିଲା LIC IPO; ଜାଣନ୍ତୁ ୧୫ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ୬୬ ବର୍ଷ ପୂର୍ବେ ହୋଇଥିଲା...
Advertisement

ଦୁଇ ମାସ ବିଳମ୍ବରେ ଆସିଲା LIC IPO; ଜାଣନ୍ତୁ ୧୫ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ୬୬ ବର୍ଷ ପୂର୍ବେ ହୋଇଥିଲା...

ବୁଧବାର ସର୍ବସାଧାରଣଙ୍କ ପାଇଁ ଆଇପିଓ ଖୋଲୁଥିଲେ ହେଁ ସୋମବାରଠାରୁ ଆଙ୍କର ନିବେଶକ (Anchor investors)ଙ୍କ ପାଇଁ ଆଇପିଓ ଖୋଲିଥିଲା । ଆଙ୍କର ନିବେଶକଙ୍କ ଲାଗି ସଂରକ୍ଷିତ ଥିବା ୫,୬୨୦ କୋଟି ଟଙ୍କା ମୂଲ୍ୟର ସମସ୍ତ ସେୟାର ସବ୍‌ସ୍କ୍ରିପସନ ହୋଇଯାଇଛି । 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଏଲଆଇସିର ବହୁପ୍ରତୀକ୍ଷିତ ଆଇପିଓ ଆରମ୍ଭ ହୋଇଛି । LIC IPO ପ୍ରତି ବଜାରରେ ଭଲ ରେସପନ୍ସ ରହିଛି ।  ଆସନ୍ତା ୯ ତାରିଖ ଯାଏ ଦେଶର ସବୁଠାରୁ ବଡ଼ ଆଇପିଓରେ ନିବେଶକ ଆବେଦନ କରିପାରିବେ । ଏଲଆଇସି ପ୍ରାୟ ୨୧ ହଜାର କୋଟି ଟଙ୍କାର ଆଇପିଓର ୨୨.୧୪ କୋଟି ସେୟାର ବଜାରକୁ ଛାଡିଛି । ପୂର୍ବରୁ ମାର୍ଚ୍ଚରେ ଏଲଆଇସିର ଆଇପିଓ ଲଞ୍ଚ ହେବ ବୋଲି ସରକାର ଘୋଷଣା କରିଥିଲେ । କିନ୍ତୁ ଭାରତ-ୟୁକ୍ରେନ ଯୁଦ୍ଧ ଓ ଆର୍ଥିକ ସ୍ଥିତି କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ବୁଧବାର ସର୍ବସାଧାରଣଙ୍କ ପାଇଁ ଆଇପିଓ ଖୋଲୁଥିଲେ ହେଁ ସୋମବାରଠାରୁ ଆଙ୍କର ନିବେଶକ (Anchor investors)ଙ୍କ ପାଇଁ ଆଇପିଓ ଖୋଲିଥିଲା । ଆଙ୍କର ନିବେଶକଙ୍କ ଲାଗି ସଂରକ୍ଷିତ ଥିବା ୫,୬୨୦ କୋଟି ଟଙ୍କା ମୂଲ୍ୟର ସମସ୍ତ ସେୟାର ସବ୍‌ସ୍କ୍ରିପସନ ହୋଇଯାଇଛି । ଏହି ନିବେଶକ ଏଲଆଇସି ଇସ୍ୟୁ ପ୍ରାଇସର ଅପର ଲିମିଟ ଅର୍ଥାତ୍ ସେୟାର ପିଛା ୯୪୯ ଟଙ୍କା ମୂଲ୍ୟରେ ୫,୯୨,୯୬,୮୫୩ ଇକ୍ବିଟି ସେୟାର କିଣିଛନ୍ତି । 

Also Read: ଏହି ବର୍ଷ ପୂରଣ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦୧୯ର ସ୍ୱପ୍ନ, IMF ଆକଳନ କଲା ସମୟ

ଏଲଆଇସିର ଆଙ୍କର ନିବେଶକଙ୍କ ମଧ୍ୟରେ ଆଇସିଆଇସିଆଇ ପ୍ରୁଡେନସିଆଲ (ICICI Prudential), ଏସବିଆଇ ବ୍ଲୁ ଚିଫ୍ ଫଣ୍ଡ (SBI Blue Chip Fund), ଏସବିଆଇ ଇକ୍ବିଟି ହାଇବ୍ରିଡ ଫଣ୍ଡ (SBI Equity Hybrid Fund) ଏଚଡିଏଫସି ହାଇବ୍ରିଡ ଇକ୍ବିଟି ଫଣ୍ଡ (HDFC Hybrid equity Fund), ଆଦିତ୍ୟ ବିର୍ଲା ସନ ଲାଇଫ୍ (Aditya Birla Sun Life), ଏକ୍ସିସ୍ ମ୍ୟୁଚୁଆଲ ଫଣ୍ଡ (Axis Mutual Fund), ଏଚସିଏଲ କର୍ପୋରେସନ (HCL Corporation), ଏସବିଆଇ ଫ୍କେକ୍ସି କ୍ୟାପ ଫଣ୍ଡ (SBI flexi cap Fund), ନିପ୍ପୋନ ଲାଇଫ୍ (Nippon Life), କୋଟକ ମହିନ୍ଦ୍ରା ଲାଇଫ୍ ଇନସ୍ୟୁରାନ୍ସ (Kotak Mahindra Life Insurance) ପ୍ରମୁଖ ନାମ ସାମିଲ ରହିଛି ।

  • LIC IPO ଭାରତର ସବୁଠାରୁ ବଡ ଆଇପିଓ।
  • ଏଲଆଇସି ପ୍ରାୟ ୨୧ ହଜାର କୋଟି ଟଙ୍କାର ଆଇପିଓର ୨୨.୧୪ କୋଟି ସେୟାର ବଜାରକୁ ଛାଡିଛି।
  • ଗତବର୍ଷ ପେଟିଏମ୍ ଆଇପିଓରେ ସର୍ବାଧିକ ପାଣ୍ଠି ସଂଗ୍ରହ ୧୮,୩୦୦ କୋଟି ଏବଂ କୋଲ ଇଣ୍ଡିଆରେ ୧୫,୨୦୦ କୋଟି ଟଙ୍କା ରଖାଯାଇଥିଲା।
  • ସୋମବାରଠାରୁ ଆଙ୍କର ନିବେଶକ (Anchor investors)ଙ୍କ ପାଇଁ ଆଇପିଓ ଖୋଲିଥିଲା।
  • ସଂରକ୍ଷିତ ଥିବା ୫,୬୨୦ କୋଟି ଟଙ୍କା ମୂଲ୍ୟର ସମସ୍ତ ସେୟାର ସବ୍‌ସ୍କ୍ରିପସନ ହୋଇଯାଇଛି। 
  • ମେ ୯ ତାରିଖ ଯାଏ LIC IPOରେ ନିବେଶ ପାଇଁ ଆବେଦନ କରିହେବ।
  • LIC IPO ପାଇଁ ପ୍ରାଇସ ବ୍ୟାଣ୍ଡ ଇକ୍ୱିଟି ସେୟାର ପ୍ରତି ୯୦୨-୯୪୯ ଟଙ୍କା।
  • LIC ପଲିସିଧାରୀମାନେ ଇକ୍ୱିଟି ସେୟାର ପ୍ରତି ୬୦ ଟଙ୍କା ରିହାତି ପାଇବେ।
  • ଖୁଚୁରା ନିବେଶକ ଏବଂ କର୍ମଚାରୀମାନେ ପ୍ରତ୍ୟେକ ସେୟାରରେ ୪୫ ଟଙ୍କା ରିହାତି ପାଇବେ।
  • ନିବେଶକମାନେ ସର୍ବନିମ୍ନ ୧୫ଟି ସେୟାର (ଗୋଟିଏ ସ୍ଲଟ୍)କୁ ୧୪,୨୩୫ ଟଙ୍କା ରେ କିଣି ପାରିବେ।
  • ମେ ୧୭ରେ LIC ସେୟାର, ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବ।
  • LICର ୩.୫ ପ୍ରତିଶତ ଅଂଶଧନରୁ କେନ୍ଦ୍ର ସରକାର ୨୧ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା କରିଛନ୍ତି।
  • ସେୟାର ବିକ୍ରୟ ବିଷୟରେ ସୂଚନା ଦେବା ପାଇଁ LIC ଏହାର ପଲିସିଧାରୀଙ୍କ ନିକଟକୁ SMS ଏବଂ ଅନ୍ୟାନ୍ୟ ମାଧ୍ୟମରେ ସୂଚନା ଦେଇଛି।
  • ପୂର୍ବରୁ ସ୍ଥିର ହୋଇଥିବା ୫ ପ୍ରତିଶତ ସେୟାର ବିକ୍ରିକୁ ୩.୫ ପ୍ରତିଶତକୁ ସରକାର ହ୍ରାସ କରିଛନ୍ତି।
  • ୧୯୬୫ ସେପ୍ଟେମ୍ବର ପହିଲାରେ ୨୪୫ ବେସରକାରୀ ଜୀବନ ବୀମା କମ୍ପାନୀକୁ ମିଶ୍ରଣ ଏବଂ ଜାତୀୟକରଣ କରି LIC ଗଠନ କରାଯାଇଥିଲା।
  • ପ୍ରଥମେ LICରେ ୫ କୋଟି ପୁଞ୍ଜି ନିବେଶ କରାଯାଇଥିଲା।
  • ୩୦ କୋଟିରୁ ଊର୍ଦ୍ଧ୍ୱ LIC ପିଲିସିଧାରୀ ଅଛନ୍ତି।